ETV Bharat / sports

ଦକ୍ଷିଣ ଆଫ୍ରିକା ବିପକ୍ଷ ଅଭ୍ୟାସ ମ୍ୟାଚ, ଶୂନରେ ଆଉଟ ହେଲେ ହିଟ୍‌ମ୍ୟାନ

author img

By

Published : Sep 28, 2019, 6:16 PM IST

Updated : Sep 28, 2019, 7:02 PM IST

ବୋର୍ଡ ପ୍ରେସିଡେଣ୍ଟ ଏକାଦଶ ଓ ଅତିଥି ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା 3 ଦିନିଆ ଅଭ୍ୟାସ ମ୍ୟାଚ ଡ୍ର ରହିଛି । ଏହି ଅଭ୍ୟାସ ମ୍ୟାଚରେ ବିନା କୌଣସି ରନ ସ୍କୋର କରି ପାଭିଲିୟନ ଫେରିଛନ୍ତି ରୋହିତ ଶର୍ମା।

ଶୂନରେ ଆଉଟ ହେଲେ ହିଟ୍‌ମ୍ୟାନ

ବିଶାଖାପାଟନମ: ହ୍ୱାଇଟ୍ କ୍ରିକେଟର ପ୍ରଥମ ‘ଟେଷ୍ଟରେ ଓପନିଂ’ରେ ଫେଲ ମାରିଛନ୍ତି ହିଟ୍‌ମ୍ୟାନ ରୋହିତ ଶର୍ମା । ଦକ୍ଷିଣ ଆଫ୍ରିକା ବିପକ୍ଷ ଅଭ୍ୟାସ ମ୍ୟାଚରେ ଖାତା ଖୋଲି ନପାରି ପାଭିଲିୟନ ଫେରିଛନ୍ତି । ବୋର୍ଡ ପ୍ରେସିଡେଣ୍ଟ ଏକାଦଶ ଓ ଅତିଥି ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା 3 ଦିନିଆ ଅଭ୍ୟାସ ମ୍ୟାଚ ଡ୍ର ରହିଛି ।

ତେବେ ହ୍ୱାଇଟ୍‌ ବଲରେ ନିଜର ଦକ୍ଷତା ପ୍ରତିପାଦନ କରିସାରିଥିବା ଏହି ଭାରତୀୟ ଓପନରଙ୍କୁ ଟେଷ୍ଟ କ୍ରିକେଟରେ ଓପନ କରିବାକୁ ଚୟନ କର୍ତ୍ତା ନିଷ୍ପତ୍ତି ନେଇଥିଲେ । ଇତି ସହିତ ଏହି ମ୍ୟାଚରେ ଦଳର ଅଧିନାୟକତ୍ବର ଭାର ମଧ୍ୟ ରୋହିତ୍‌ଙ୍କ କାନ୍ଧରେ ରହିଥିଲା । ତେବେ ଆସନ୍ତା ଅକ୍ଟୋବର 2ରୁ ବିଶାଖାପାଟନମ ମୈଦାନରେ ଆରମ୍ଭ ହେବାକୁ ଥିବା ଦକ୍ଷିଣ ଆଫ୍ରିକା-ଭାରତ ମଧ୍ୟରେ ଟେଷ୍ଟ ସିରିଜ ପୂର୍ବରୁ ଏହି ଅଭ୍ୟାସ ମ୍ୟାଚ ଖେଳାଯାଇଥିଲା ।

ତେବେ ପ୍ରଥମେ ବ୍ୟାଟିଂ କରିଥିବା ବୋର୍ଡ ପ୍ରେସିଡେଣ୍ଟ ଏକାଦଶ ପକ୍ଷରୁ ରୋହିତ ଓପନ କରିଥିଲେ । ମାତ୍ର ଦୁଇଟି ବଲ ଖେଳି ଦକ୍ଷିଣ ଆଫ୍ରିକା ବୋଲର ଭେରନ ଫିଲାଣ୍ଡରଙ୍କ ବଲରେ କ୍ୟାଚ ଆଉଟ ହୋଇଥିଲେ । 64 ଓଭର ଖେଳି 265/8ରେ ପାଳି ଘୋଷଣା କରିଥିଲା ଦଳ । ଜବାବରେ 3ୟ ଦିନ ଖେଳ ଶେଷ ସୁଦ୍ଧା ପ୍ରଥମ ପାଳିରେ 6 ୱିକେଟ ହରାଇ 279ରନ କରିଥିଲା ଦକ୍ଷିଣ ଆଫ୍ରିକା ।

Intro:Body:

a

Conclusion:
Last Updated : Sep 28, 2019, 7:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.