ETV Bharat / sports

ପାକିସ୍ତାନକୁ ଶ୍ରେଷ୍ଠ ଦଳ କରିବେ ପ୍ରଧାନମନ୍ତ୍ରୀ ଇମ୍ରାନ !

ଭାରତରେ ଖେଳାଯିବାକୁ ଥିବା 2023 କ୍ରିକେଟ ବିଶ୍ବକପ ବେଳକୁ ପାକିସ୍ତାନ କ୍ରିକେଟ ଟିମ ଦୁନିଆର ଶ୍ରେଷ୍ଠ ଟିମ ହେବ କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Jul 23, 2019, 9:36 AM IST

Updated : Jul 23, 2019, 2:04 PM IST

ହାଇଦ୍ରବାଦ: ଆଗାମୀ 2023 ବିଶ୍ବକପ ଭାରତରେ ଖେଳାଯିବ । ଏହା ପୂର୍ବରୁ କ୍ରିକେଟ ଦୁନିଆର ଶ୍ରେଷ୍ଠ ଦଳ ହେବ ପାକିସ୍ତାନ । ଏହା କହିଛନ୍ତି ପାକିସ୍ତାନର ବିଶ୍ବକପ ବିଜେତା ପୂର୍ବତନ କ୍ୟାପଟେନ ତଥା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ସେଥିପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି ।

ପାକିସ୍ତାନ 2019 କ୍ରିକେଟ ବିଶ୍ବକପରେ ପଏଣ୍ଟ ଟେବୁଲର 5ମ ସ୍ଥାନରେ ରହିଥିଲା । ଗ୍ରୁପ ମ୍ୟାଚରୁ ହିଁ ଦଳ ବିଶ୍ବକପରୁ ବିଦାୟ ନେଇଥିଲା ।
ଇମ୍ରାନ 3ଦିନିଆ ଆମେରିକା ଗସ୍ତରେ ଆସି, ଆମେରିକାରେ ରହୁଥିବା ପାକିସ୍ତାନଙ୍କୁ ସମ୍ବୋଧିତ କରିଥିଲେ । ବର୍ତ୍ତମାନର ପାକିସ୍ତାନ ଟିମକୁ ଶକ୍ତିଶାଳୀ କରିବାକୁ ସେ ନିର୍ଣ୍ଣୟ କରିଥିବା କହିଛନ୍ତି ।

ତେବେ ଭାରତ ବିପକ୍ଷ ମ୍ୟାଚ ପୂର୍ବରୁ ଇମ୍ରାନ ପାକିସ୍ତାନ ଟିମକୁ ପରାମର୍ଶ ଦେଇଥିଲେ । ଟସ ଜିତିଲେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିବା ଉଚିତ ବୋଲି ଟିମ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଟ୍ବିଟ କରିଥିଲେ । ମାତ୍ର ପାକିସ୍ତାନ ଟିମର କ୍ୟାପଟେନ ସର୍ଫରାଜ ଅହମ୍ମଦ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି କରିଥିଲେ ।

Intro:Body:

BLANK FOR LINK 

Conclusion:
Last Updated : Jul 23, 2019, 2:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.