ଲାହୋର: ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ପ୍ରଦର୍ଶନ ଭିତ୍ତିରେ 2020-21 ବର୍ଷ ପାଇଁ ମହିଳା କେନ୍ଦ୍ରୀୟ ଚୁକ୍ତି ତାଲିକା ଘୋଷଣା କରିଛି । ତାଲିକାରେ ସାମିଲ ସମସ୍ତ ଖେଳାଳିଙ୍କ ଦରମା ବୃଦ୍ଧି ଘୋଷଣା କରିଛି ବୋର୍ଡ ।
ବିଶମାହ ମାରୁଫ ନିଜର କ୍ୟାପଟେନ ପଦ ସୁରକ୍ଷିତ ରଖି ପାରିଛନ୍ତି । ଉମାଇମା ସୋହେଲ ଓ ଅନମ ଅମିନ ବୋର୍ଡର ପୂର୍ଣ୍ଣ ଚୁକ୍ତି ହାସଲ କରିଛନ୍ତି । ଜୁଲାଇ ପହିଲାରୁ ନୂଆ ଚୁକ୍ତି ଲାଗୁ ହେବ ।
ନଜର ପକାନ୍ତୁ ପିସିବି ପକ୍ଷରୁ 2020-21 ବର୍ଷ ପାଇଁ ଘୋଷିତ ମହିଳା କେନ୍ଦ୍ରୀୟ ଚୁକ୍ତି ତାଲିକା ଉପରେ:
ଗ୍ରେଡ ଏ: ବିଶମାହ ମାରୁଫ, ଜାଭେରିୟା ଖାନ
ଗ୍ରେଡ ବି: ଅଲିୟା ରିଆଜ, ଡାଇନା ବେଗ, ସିଦ୍ରା ନୱାଜ
ଗ୍ରେଡ ସି: ଅନମ ଅମିନ, ନହିଦା ଖାନ, ନିଦା ଦର, ଉମାଇମା ସୋହେଲ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ