ETV Bharat / sports

ଆଇପିଏଲରୁ ଓହରିବା ପରେ ମୁହଁ ଖୋଲିଲେ ରାଇନା - ସୁରେଶ ରାଇନାଙ୍କ ପ୍ରତିକ୍ରିୟା

ଅନ୍ତର୍ଜାତୀୟ କ୍ରିକେଟରୁ ନିକଟରେ ସନ୍ୟାସ ନେଇଥିବା ଭେଟେରାନ ଭାରତୀୟ କ୍ରିକେଟର ସୁରେଶ ରାଇନା ଶେଷରେ ନିଜର ପ୍ରତିକ୍ରିୟା ରଖିଛନ୍ତି ।

Beyond horrible: Raina breaks silence after exiting IPL
ଆଇପିଏଲରୁ ଓହରିବା ପରେ ମୁହଁ ଖୋଲିଲେ ରାଇନା
author img

By

Published : Sep 1, 2020, 3:41 PM IST

ହାଇଦ୍ରାବାଦ: ଅନ୍ତର୍ଜାତୀୟ କ୍ରିକେଟରୁ ନିକଟରେ ସନ୍ୟାସ ନେଇଥିବା ଭେଟେରାନ ଭାରତୀୟ କ୍ରିକେଟର ସୁରେଶ ରାଇନା ଶେଷରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ମାମୁଁଙ୍କ ପରେ ଅନ୍ୟଜଣେ ପିଉସୀ ମୃତ୍ୟୁ ସହ ସଂଘର୍ଷ କରି ହାରିଯାଇଛନ୍ତି ବୋଲି ଟ୍ବିଟ ଯୋଗେ ଦୁଃଖର ସହ ପ୍ରକାଶ କରିଛନ୍ତି ରାଇନା। ତାଙ୍କ ପରିବାର ସହ ଯାହା ଘଟିଛି ଅତ୍ୟନ୍ତ ଭୟାନକ । ଆଉ ଜଣେ ପିଉସୀ ଏବେ ବି ମୃତ୍ୟୁ ସହ ସଂଗ୍ରାମ କରୁଥିବାବେଳେ ଲାଇଭ ସପୋର୍ଟ ସିଷ୍ଟମରେ ଥିବା ସେ ଉଲ୍ଲେଖ କରିଛନ୍ତି ।

  • What happened to my family is Punjab was beyond horrible. My uncle was slaughtered to death, my bua & both my cousins had sever injuries. Unfortunately my cousin also passed away last night after battling for life for days. My bua is still very very critical & is on life support.

    — Suresh Raina🇮🇳 (@ImRaina) September 1, 2020 " class="align-text-top noRightClick twitterSection" data=" ">

ଘଟଣାକୁ ସମୟ ବିତିଥିଲେ ମଧ୍ୟ ସେଦିନ ରାତିରେ କଣ ଘଟିଥିଲା ଓ କେଉଁମାନେ ଏହି ଅପରାଧିକ ଘଟଣାରେ ସଂପୃକ୍ତ ତାର ଟେର ମିଳିପାରିନି । ଫଳରେ ଦୋଷୀଙ୍କୁ ଧରିବାକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହଙ୍କୁ ଅପିଲ କରିଛନ୍ତି ରାଇନା ।

Beyond horrible: Raina breaks silence after exiting IPL
ସୁରେଶ ରାଇନା

ପଞ୍ଜାବର ପଠାନକୋଟ ଜିଲ୍ଲାରେ ରହୁଥିବା ରାଇନାଙ୍କ 58 ବର୍ଷୀୟ ମାମୁଁଙ୍କ ମୃତ୍ୟୁ ହୋଇଥିଲା। ଅଗଷ୍ଟ 19 ତାରିଖରେ ତାଙ୍କ ପରିବାର ଉପରେ ହୋଇଥିବା ଲୁଟେରାଙ୍କ ଆକ୍ରମଣରେ ସେ ଗୁରୁତର ଭାବେ ଆହତ ହୋଇଥିଲେ । ସ୍ଥାନୀୟ ଅଞ୍ଚଳର କୁଖ୍ୟାତ 'କାଲେ କାଚେୱାଲା' ଗ୍ୟାଙ୍ଗର 4ଜଣ ସଦସ୍ୟ ରାଇନାଙ୍କ ମାମୁଁଙ୍କ ପରିବାର ଉପରେ ଆକ୍ରମଣ କରିଥିବା କୁହାଯାଇଥିଲା । ପରିବାର ସଦସ୍ୟ ଘରର ଛାତରେ ଶୋଇଥିବାବେଳେ ଏହି ଆକ୍ରମଣ ହୋଇଥିଲା ବୋଲି ପୋଲିସ ପକ୍ଷରୁ କୁହାଯାଇଥିଲା । ଅଗଷ୍ଟ 19 ତାରିଖ ରାତିରେ ପଠାନକୋଟ ଜିଲ୍ଲାର ମାଧୋପୁର ନିକଟସ୍ଥ ଥାରିଆଲ ଗ୍ରାମରେ ଏହି ଘଟଣା ଘଟିଥିଲା । ଡକାୟତମାନେ ମାରାତ୍ମକ ଅସ୍ତ୍ରରେ ତାଙ୍କ ମାମୁଁଙ୍କୁ ଆକ୍ରମଣ କରିଥିଲେ ।

ତାଙ୍କ 80 ବର୍ଷ ବୟସ୍କା ମାତା ସତ୍ୟ ଦେବୀ, ପତ୍ନୀ ଆଶା ଦେବୀ, ପୁଅ- ଆପିନ ଏବଂ କୌଶଲ ମଧ୍ୟ ଆହତ ହୋଇଥିଲେ । ରାଇନାଙ୍କ ପିତାଙ୍କ ଭଉଣୀ ଆଶା ଦେବୀ ମଧ୍ୟ ବଞ୍ଚିବା ପାଇଁ ସଂଘର୍ଷ କରୁଥିଲେ।

ଆଇପିଏଲରୁ ରାଇନା ହଠାତ ଓହରିଯିବା ଏବଂ ଭାରତ ଫେରିବା ନେଇ ଅନେକ ଚର୍ଚ୍ଚା ପରେ ଟ୍ବିଟ ଯୋଗେ ପ୍ରତିକ୍ରିୟା କରିଛନ୍ତି ରାଇନା ।

ଆଇପିଏଲ 2020 ଆରମ୍ଭକୁ ଆଉ ମାତ୍ର 3 ସପ୍ତାହରୁ କମ ସମୟ ରହିଛି । ଏହି ସମୟରେ ଆଇପିଏଲର ଅନ୍ୟତମ ସଫଳ ଟିମ ଚେନ୍ନାଇ ସୁପର କିଙ୍ଗ୍ସର ପ୍ରମୁଖ ସଦସ୍ୟ ରାଇନା ଟୁର୍ଣ୍ଣାମେଣ୍ଟରୁ ଓହରିଯିବା ସହ ଭାରତ ଫେରିଆସିଛନ୍ତି । ଏହାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ଚେନ୍ନାଇ ସୁପର କିଙ୍ଗ୍ସ ଟିମ ମ୍ୟାନେଜମେଣ୍ଟ ଓ ମାଲିକ ଏନ ଶ୍ରୀନିବାସନ ରାଇନାଙ୍କ ନିଷ୍ପତିରେ ସନ୍ତୁଷ୍ଟ ନଥିବା ଜଣାପଡିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.