ଢାକା: ଯଦି ଯୋଜନା ଅନୁଯାୟୀ ସବୁ କିଛି ଚାଲିଥାଏ, ତେବେ ଆସନ୍ତା ଜୁନ ମାସରେ ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଭାରତର ପୂର୍ବତନ ବ୍ୟାଟିଂ ପ୍ରଶିକ୍ଷକ ସଞ୍ଜୟ ବଙ୍ଗରଙ୍କୁ ବାଂଲାଦେଶର ଟେଷ୍ଟ ବ୍ୟାଟିଂ ପରାମର୍ଶଦାତା ଭାବରେ ଦେଖିବାକୁ ମିଳିପାରେ । ଖବର ଅନୁଯାୟୀ, ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ରେଡ-ବଲ୍ କ୍ରିକେଟ୍ ପାଇଁ ଭାରତୀୟ ଦଳର ପୂର୍ବତନ ବ୍ୟାଟିଂ ପରାମର୍ଶଦାତା ସଞ୍ଜୟ ବାଙ୍ଗରଙ୍କୁ ନିଜ ଦଳରେ ସାମଲି କରିବାର ଯୋଜନା ରଖିଛି ।

ବିସିବି ମୁଖ୍ୟ କାର୍ଯ୍ୟନିର୍ବାହୀ ନିଜାମୁଦ୍ଦିନ ଚୌଧୁରୀ କହିଛନ୍ତି, ଆମେ ବାଙ୍ଗରଙ୍କ କଥା ହୋଇଛୁ । କିନ୍ତୁ ଏପର୍ଯ୍ୟନ୍ତ କିଛି ଚୂଡାନ୍ତ ହୋଇନାହିଁ । ଆମେ ମଧ୍ୟ ଅନ୍ୟ କେତେକଙ୍କ ସହ ଆଲୋଚନା କରୁଛୁ ।’’ବୋର୍ଡ ଆଶା କରିଥିଲା ଯେ ବର୍ତ୍ତମାନ ହ୍ବାଇଟ-ବଲ୍ ଦଳ ପାଇଁ ପରାମର୍ଶଦାତା ଭାବରେ କାର୍ଯ୍ୟ କରୁଥିବା ନିଲ୍ ମ୍ୟାକେଙ୍କି ଟେଷ୍ଟରେ ମଧ୍ୟ ତାଙ୍କର ଭୂମିକା ବୃଦ୍ଧି କରାଇବାକୁ । ମାତ୍ର ସେ 3ଟି ଫର୍ମାଟରେ କୋଚିଂ କରିବାକୁ ଆଗ୍ରହୀ ନୁହଁନ୍ତି ବୋଲି କହିଛି ବୋର୍ଡ |

ଏହାଥିରୁ ଜଣା ପଡୁଛି ଯେ 2014 ରୁ 2019 ପର୍ଯ୍ୟନ୍ତ ଭାରତୀୟ ଦଳର ବ୍ୟାଟିଂ କୋଚ୍ ଭାବରେ କାର୍ଯ୍ୟ କରିଥିବା ବାଙ୍ଗର, ଜୁନ୍ 2020ରୁ ଫେବୃଆରୀ 2021 ପର୍ଯ୍ୟନ୍ତ ବାଂଲାଦେଶର ବ୍ୟାଟିଂ କୋଚ୍ ରହିପାରନ୍ତି ।
@IANS