ETV Bharat / sports

ଆଇପିଏଲ 2020: ଇସିବିକୁ ଆୟୋଜନ ସୀକୃତି ପତ୍ର ପଠାଇଲା ବିସିସିଆଇ - ଆଇପିଏଲ ଗଭର୍ଣ୍ଣିଂ କାଉନସିଲ

ଆଇପିଏଲ 2020 ଆୟୋଜନ ପାଇଁ ଏମିରେଟସ କ୍ରିକେଟ ବୋର୍ଡ(ECB)କୁ ସୀକୃତି ପତ୍ର ବା ଗ୍ରହଣ ପତ୍ର ପଠାଇଲା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) । ଏନେଇ ସ୍ପଷ୍ଟ କରିଛନ୍ତି ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ର ଗଭର୍ଣ୍ଣିଂ କାଉନସିଲ ଚେୟାରମ୍ୟାନ ବ୍ରିଜେଶ ପଟେଲ ।

BCCI sends acceptance letter to Emirates Cricket Board to host IPL
ଆଇପିଏଲ 2020: ଇସିବିକୁ ଆୟୋଜନପତ୍ର ପଠାଇଲା ବିସିସିଆଇ
author img

By

Published : Jul 27, 2020, 3:34 PM IST

ଦୁବାଇ: ଆଇପିଏଲ 2020 ଆୟୋଜନ ପାଇଁ ଏମିରେଟସ କ୍ରିକେଟ ବୋର୍ଡ(ECB)କୁ ସୀକୃତି ପତ୍ର ବା ଗ୍ରହଣ ପତ୍ର ପଠାଇଲା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) । ଏନେଇ ସ୍ପଷ୍ଟ କରିଛନ୍ତି ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ର ଗଭର୍ଣ୍ଣିଂ କାଉନସିଲ ଚେୟାରମ୍ୟାନ ବ୍ରିଜେଶ ପଟେଲ ।

ଆଇପିଏଲର 8ଟି ଫ୍ରାଞ୍ଚାଇଜ- ମୁମ୍ବାଇ ଇଣ୍ଡିଆନ୍ସ, ଚେନ୍ନାଇ ସୁପର କିଙ୍ଗ୍ସ, ଦିଲ୍ଲୀ କ୍ୟାପିଟାଲ୍ସ । ରାଜସ୍ଥାନ ରୟାଲ୍ସ, ସନରାଇଜର୍ସ ହାଇଦ୍ରାବାଦ, କୋଲକାତା ନାଇଟ ରାଇଡର୍ସ, କିଙ୍ଗ୍ସ ଇଲେଭେନ ପଞ୍ଜାବ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ଟୁର୍ଣ୍ଣାମେଣ୍ଟ ଆରମ୍ଭ ପୂର୍ବରୁ ଟ୍ରେନିଂ କ୍ୟାମ୍ପ ଆରମ୍ଭ କରିବେ କହିଛନ୍ତି ଆଇପିଏଲ ଚେୟାରମ୍ୟାନ ।

ୟୁଏଇର ଏକ ଗଣମାଧ୍ୟର ରିପୋର୍ଟ ଅନୁଯାୟୀ, ଆଇପିଏଲର 13ତମ ସଂସ୍କରଣ ଆୟୋଜନ ପାଇଁ ଗତ ଏପ୍ରିଲ ମାସରେ ବିସିସିଆଇକୁ ପ୍ରସ୍ତାବ ଦେଇଥିଲା ଇସିବି । ଭାରତରେ ଏହି ଟୁର୍ଣ୍ଣାମେଣ୍ଟ ମାର୍ଚ୍ଚ 29ରୁ ଆରମ୍ଭ ହେବାନେଇ ସୂଚୀ ରହିଥିଲା । ତେବେ ମହାମାରୀ କୋରୋନା ଭାଇରସ ଯୋଗୁଁ ଏହି ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ଘୋଷଣା କରାଯାଇଥିଲା ।

ୟୁଏଇରେ ଜୈବ ସୁରକ୍ଷିତ ପରିବେଶରେ ଟ୍ରେନିଂ କ୍ୟାମ୍ପ ଆରମ୍ଭ ହେବ । ସମସ୍ତ ଟିମ ଟୁର୍ଣ୍ଣାମେଣ୍ଟ ପ୍ରସ୍ତୁତି ପାଇଁ 3ରୁ 4 ସପ୍ତାହର ସମୟର ଆବଶ୍ୟକତା ରହିଛି ବୋଲି ପଟେଲ କହିଛନ୍ତି ।

ପୂର୍ବରୁ ଗତ ଶୁକ୍ରବାର, ଆଇପିଏଲ 2020 ସେପ୍ଟେମ୍ବର 19ରୁ ନଭେମ୍ବର 8 ପର୍ଯ୍ୟନ୍ତ ୟୁଏଇରେ ଖେଳାଯିବ ବୋଲି ବ୍ରିଜେଶ ପଟେଲ ଘୋଷଣା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.