ETV Bharat / sports

ଭାରତୀୟ ଖେଳାଳି-ସପୋର୍ଟ ଷ୍ଟାଫଙ୍କ କୋରୋନା ରିପୋର୍ଟ ନେଗେଟିଭ

author img

By

Published : Jan 4, 2021, 4:40 PM IST

ଭାରତୀୟ ଟିମ ଓ ସପୋର୍ଟ ଷ୍ଟାଫ ସଦସ୍ୟଙ୍କ କୋରୋନା ରିପୋର୍ଟ ନେଗେଟିଭ । ଅଧିକ ପଢନ୍ତୁ...

bcci said team india and support staff tested negative for covid-19
ଭାରତୀୟ ଖେଳାଳି-ସପୋର୍ଟ ଷ୍ଟାଫଙ୍କ କୋରୋନା ରିପୋର୍ଟ ନେଗେଟିଭ

ମେଲବୋର୍ଣ୍ଣ: ଭାରତୀୟ ଟିମ ଓ ସପୋର୍ଟ ଷ୍ଟାଫ ସଦସ୍ୟଙ୍କ କୋରୋନା ରିପୋର୍ଟ ନେଗେଟିଭ ରହିଛି । ଏନେଇ ସୋମବାର ଭାରତୀୟ କ୍ରିକେଟ ବୋର୍ଡ(ବିସିସିଆଇ) ପକ୍ଷରୁ ସୂଚନା ଦିଆଯାଇଛି ।

ସିଡନୀରେ ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ ପୂର୍ବରୁ ଏହି ଟେଷ୍ଟ କରାଯାଇଥିଲା । ଭାରତୀୟ ଟିମ 7 ଜାନୁଆରୀରୁ ଆରମ୍ଭ ହେବାକୁ ଯାଉଥିବା ସିଡନୀ ଟେଷ୍ଟ ପାଇଁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ସିଡନୀ ପହଞ୍ଚିସାରିଛି ।

ବିସିସିଆଇ ପକ୍ଷରୁ ବିବୃତିରେ କୁହାଯାଇଛି ଯେ, 3 ଜାନୁଆରୀ 2021ରେ ଭାରତୀୟ କ୍ରିକେଟ ଟିମର ଖେଳାଳି ଓ ସହଯୋଗୀ ଷ୍ଟାଫ ସଦସ୍ୟଙ୍କ କୋଭିଡ-19 ଟେଷ୍ଟ ପାଇଁ RT-PCR ଟେଷ୍ଟ କରାଯାଇଥିଲା । ପରେ ସମସ୍ତଙ୍କ ରିପୋର୍ଟ ନେଗେଟିଭ ରହିଛି ।

ଉପ-ଅଧିନାୟକ ରୋହିତ ଶର୍ମା, ଓପନର ଶୁଭମନ ଗିଲ୍ ୱିକେଟକିପର ଋଷଭ ପନ୍ତ, ଦ୍ରୁତ ବୋଲର ନବଦୀପ ସାଇନି ଓ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶଙ୍କୁ ଏକ ଇଣ୍ଡୋର ରେଷ୍ଟୁରାଣ୍ଟରେ ଖାଉଥିବାର ଭିଡିଓ ଭାଇରାଲ ହୋଇଥିଲା । ପରେ ସମସ୍ତଙ୍କୁ ସଂଘରୋଧରେ ରଖାଯିବା ସହ ଟେଷ୍ଟ କରାଯାଇଥିଲା ।

ବିସିସିଆଇ ସହ ମିଳିତ ଭାବେ ଘଟଣାର ତଦନ୍ତ କରାଯାଉଛି ବୋଲି କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ କୁହାଯାଇଥିଲା । ଏଥିସହ ଏହି 5 ଖେଳାଳି ଶୃଙ୍ଖଳା ପାଇଁ ପ୍ରସ୍ତୁତ ହୋଇଥିବା ଜୈବ ସୁରକ୍ଷିତ ପରିବେଶର ନିୟମ ଉଂଲଘନ କରିଛନ୍ତି କି ନା ସ୍ପଷ୍ଟ ହୋଇନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.