ETV Bharat / sports

ଜୁଲାଇରେ ରାଜ୍ୟ ଆସୋସିଏସନକୁ ବିସିସିଆଇ ଦେଇଛି 46.89 କୋଟି - ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ଧୁମଲ

ମହାମାରୀ କୋରୋନା ଭାଇରସ କାରଣରୁ ବିଶ୍ବ ଅର୍ଥନୀତି ସଂଘର୍ଷ କରୁଛି । ମାତ୍ର ଭାରତୀୟ କ୍ରିକେଟ ବୋର୍ଡ(ବିସିସିଆଇ) ରାଜ୍ୟ ଆସୋସିଏସନ ଗୁଡିକୁ 46.89 କୋଟି ଟଙ୍କା ପ୍ରଦାନ କରିଛି ।

BCCI paid Rs.46.89 crore to state associations in July
ଜୁଲାଇରେ ରାଜ୍ୟ ଆସୋସିଏସନକୁ ବିସିସିଆଇ ଦେଇଛି 46.89 କୋଟି
author img

By

Published : Sep 4, 2020, 7:51 PM IST

ନୂଆଦିଲ୍ଲୀ: ମହାମାରୀ କୋରୋନା ଭାଇରସ କାରଣରୁ ବିଶ୍ବ ଅର୍ଥନୀତି ସଂଘର୍ଷ କରୁଛି । ମାତ୍ର ଭାରତୀୟ କ୍ରିକେଟ ବୋର୍ଡ(ବିସିସିଆଇ) ରାଜ୍ୟ ଆସୋସିଏସନ ଗୁଡିକୁ 46.89 କୋଟି ଟଙ୍କା ପ୍ରଦାନ କରିଛି । ବିସିସିଆଇ ୱେବସାଇଟରେ ଏହି ତଥ୍ୟ ପ୍ରକାଶିତ ହୋଇଛି ।

BCCI paid Rs.46.89 crore to state associations in July
ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ଧୁମଲ

ଏହା ବିସିସିଆଇ ପକ୍ଷରୁ ପ୍ରତି ମାସରେ ପାରଦର୍ଶିତା ପାଇଁ ନିୟମିତ ଘୋଷଣାର ଅଂଶ । ଜୁଲାଇ ମାସରେ ଏହାର ସର୍ବାଧିକ ଲାଭାର୍ଥୀ ରହିଛି ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ(HPCA) । ପରିଚାଳନା ଯୋଗୁଁ 16.20 କୋଟି ଟଙ୍କା ଗ୍ରହଣ କରିଛି । ତେବେ ସଂଯୋଗ କ୍ରମେ ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ଧୁମଲଙ୍କ ଘରୋଇ ଗୃହ ରାଜ୍ୟ ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ ରହିଛି ।

ଦ୍ବିତୀୟ ସର୍ବାଧିକ ତାଲିକାରେ 10.80 କୋଟି ସହ ଝାଡଖଣ୍ଡ କ୍ରିକେଟ ଆସୋସିଏସନ(JSCA) ରହିଛି । ଏହି ତାଲିକାରେ ଓଡିଶା କ୍ରିକେଟ ଆସୋସିଏସନ ମଧ୍ୟ ରହିଛି । ଜୁଲାଇ 4ରେ ଓଡିଶା କ୍ରିକେଟ ଆସୋସିଏସନକୁ 2.7 କୋଟି ଟଙ୍କା ପ୍ରଦାନ କରିଛି ବିସିସିଆଇ । ଅରୁଣାଚଳ, ମିଜୋରାମ ଓ ସିକିମକୁ 3.24 କୋଟି ଲେଖାଏଁ ପ୍ରଦାନ କରାଯାଇଛି ।

କୋରୋନା ମହମାରୀ ଚିହ୍ନଟ ପରଠାରୁ ଭାରତରେ କୌଣସି ଜାତୀୟ କିମ୍ବା ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ଖେଳାଯାଇନାହିଁ । ଫଳରେ ଏକାଧିକ ରାଜ୍ୟ ବୋର୍ଡ ବିସିସିଆଇକୁ ଲକଡାଉନ ସମୟରେ ଆର୍ଥିକ ସହାୟତା ପାଇଁ ଅନୁରୋଧ କରିଥିଲେ ।

ଓଡିଶା କ୍ରିକେଟ ଆସୋସିଏସନ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.