ହାଇଦ୍ରାବାଦ: କୋରୋନା ଭାଇରସ ପରେ ଆଇସିସି ଟୁର୍ଣ୍ଣାମେଣ୍ଟ ଅପେକ୍ଷା ଦ୍ବିପାକ୍ଷିକ ସିରିଜକୁ ଅଧିକ ଗୁରୁତ୍ବ ଦେବ ବିସିସିଆଇ । ଏମିତି କିଛି ସଙ୍କେତ ଦେଇଛନ୍ତି ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ଧୁମଲ ।
ଲକଡାଉନ ସମୟରେ ଅନେକ କ୍ରିକେଟ ବୋର୍ଡ ଆର୍ଥିକ କ୍ଷତି ସହିଛନ୍ତି । ଫଳରେ ଦ୍ବିପାକ୍ଷିକ ସିରିଜ ବୋର୍ଡ ପାଇଁ ଆର୍ଥିକ ଆୟ ଦୃଷ୍ଟିରୁ ସହାୟକ ହେବ । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ପାଇଁ ଦ୍ବିପାକ୍ଷିକ ସିରିଜ ମଧ୍ୟ ମହତ୍ବପୂର୍ଣ୍ଣ ରହିଛି ।
ପୂର୍ବରୁ ଆଇପିଏଲ ସମ୍ଭବ ନେହେଲେ ବିସିସିଆଇରେ ଆର୍ଥିକ ସଙ୍କଟ ଦେଖାଦେଇପାରେ ବୋଲି କହିଥଲେ କୋଷାଧ୍ୟକ୍ଷ ଅରୁଣ ଧୁମଲ । ତେବେ ଏହି କ୍ଷତିର ଭରଣା ପାଇଁ ବୋର୍ଡ ପକ୍ଷରୁ ଅନ୍ୟ ବିକଳ୍ପ ଚିନ୍ତା କରାଯାଉଥିବା ମଧ୍ୟ ସେ କହିଛନ୍ତି । ଇଂଲଣ୍ଡ କ୍ରିକେଟ ବୋର୍ଡ, କ୍ରିକେଟ ଅଷ୍ଟ୍ରେଲିଆ ଓ ଅନ୍ୟ ବୋର୍ଡ ସହ ଆଲୋଚନା ଜାରି ରହିଛି । କ୍ରିକେଟ ଆରମ୍ଭ ହେଲେ ଆର୍ଥିକ କ୍ଷତିର ଭରଣା ପାଇଁ ସମସ୍ତ ପ୍ରୟାସ କରାଯିବ ବୋଲି କହିଛନ୍ତି ବିସିସିଆଇ କୋଷାଧ୍ୟକ୍ଷ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ