ETV Bharat / sports

ବ୍ରିସବେନ ହୋଟେଲର ହସ୍ପିଟାଲିଟିରେ ଅସନ୍ତୋଷ ଟିମ ଇଣ୍ଡିଆ, ବିିସିସିଆଇର ହସ୍ତକ୍ଷେପ

author img

By

Published : Jan 12, 2021, 7:35 PM IST

ଭାରତୀୟ କ୍ରିକେଟ ଟିମ ଅଷ୍ଟ୍ରେଲିଆ ବିପକ୍ଷ 4ର୍ଥ ତଥା ଶେଷ ଟେଷ୍ଟ ପାଇଁ ମଙ୍ଗଳବାର ବ୍ରିସବେନରେ ପହଞ୍ଚିଛି । ଅଧିକ ପଢନ୍ତୁ...

BCCI intervenes after Team India denied basic facilities in Brisbane hotel
ବ୍ରିସବେନ ହୋଟେଲ ସୁବିଧାରେ ଟିମ ଇଣ୍ଡିଆକ ଅସନ୍ତୋଷ, ବିିସିସିଆଇର ହସ୍ତକ୍ଷେପ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଅଷ୍ଟ୍ରେଲିଆ ବିପକ୍ଷ 4ର୍ଥ ତଥା ଶେଷ ଟେଷ୍ଟ ପାଇଁ ମଙ୍ଗଳବାର ବ୍ରିସବେନରେ ପହଞ୍ଚିଛି । ତେବେ ସେଠାରେ ପହଞ୍ଚିବା ପରେ ବ୍ୟବସ୍ଥା ଦେଖି ଆଶ୍ଚର୍ଯ୍ୟଚକିତ ହୋଇଛି । ଏକ ବନ୍ଦ ହୋଟେଲ ପରିବେଶ ଓ ମୌଳିକ ସୁବିଧାର ଅଭାବ ଥିବା ଦେଖିବାକୁ ମିଳିଥିଲା । ଏହାପରେ ବିସିସିଆଇର ଶ୍ରେଷ୍ଠ ଅଧିକାରୀ କ୍ରିକେଟ ଅଷ୍ଟ୍ରେଲିଆକୁ ସମସ୍ତ ଅସୁବିଧା ନେଇ ଅବଗତ କରାଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ସ୍କ୍ବାର୍ଡ ଠାରୁ ଅଭିଯୋଗ ପାଇବା ପରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି, ସମ୍ପାଦକ ଜୟ ଶାହା ସିଇଓ ହେମାଙ୍ଗ ଅମିନ ସମସ୍ତେ କ୍ରିକେଟ ଅଷ୍ଟ୍ରେଲିଆ ସହ ତୁରନ୍ତ ଆଲୋଚନା କରିଛନ୍ତି । ଏହାପରେ ଖେଳାଳିଙ୍କୁ ସମସ୍ତ ପ୍ରକାର ଆବଶ୍ୟକୀୟ ସୁବିଧା ଯୋଗାଇଦେବାକୁ ପ୍ରତିଶ୍ରୁତି ମିଳିଛି । 4 ମ୍ୟାଚ ବିଶିଷ୍ଟ ବର୍ଡର ଗାଭାସ୍କର ଟ୍ରଫି ସିରିଜ ବର୍ତ୍ତମାନ 1-1ରେ ବରାବର ରହିଛି ।

"ରୁମ ସର୍ଭିସର ସୁବିଧା ନାହିଁ, ଜିମ ଅନ୍ତର୍ଜାତୀୟ ବା ଉଚ୍ଚମାନର ନୁହେଁ ଏବଂ ସୁଇମିଂ ପୁଲ୍ ବ୍ୟବହାର ନିଷେଧ ରହିଛି ।" ସେମାନେ ଏହା ପୂର୍ବରୁ ଏପରି ପ୍ରତିଶ୍ରୁତି ଦେଇନଥିଲେ ବୋଲି କହିଛନ୍ତି ଜଣେ ବିସିସିଆଇ ଅଧିକାରୀ ।

ଜାନୁଆରୀ 15ରୁ ଭାରତ କୁଇନ୍ସଲାଣ୍ଡ କ୍ୟାପିଟାଲରେ 4ର୍ଥ ଟେଷ୍ଟ ଖେଳିବ । କୋରୋନା ସଂକ୍ରମଣର ସଂଖ୍ୟା ବୃଦ୍ଧି ପାଉଥିବାରୁ ନ୍ୟୁ ସାଉଥ ୱେଲ୍ସକୁ ସଂଯୋଗ କରୁଥିବା ବର୍ଡର ଲକଡାଉନ ହୋଇଛି । ଫଳରେ ଅଜିଙ୍କ୍ୟ ରାହାଣେଙ୍କ ଟିମକୁ କଠୋର ହୋଟେଲ କ୍ବାରେଣ୍ଟିନରେ ରହିବାକୁ ବାଧ୍ୟ ହେବାକୁ ପଡୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.