ETV Bharat / sports

ଅକ୍ଟୋବର 23ରେ ବିସିସିଆଇ ନିର୍ବାଚନ - ବିନୋଦ ରାୟ

ଘୁଞ୍ଚିଲା ବିସିସିଆଇର ନିର୍ବାଚନ ତାରିଖ । ଅକ୍ଟୋବର 22 ପରିବର୍ତ୍ତେ 23ରେ ହେବ ବିସିସିଆଇ ନିର୍ବାଚନ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Sep 24, 2019, 10:58 PM IST

ନୂଆଦିଲ୍ଲୀ: ଘୁଞ୍ଚିଲା ବିସିସିଆଇର ନିର୍ବାଚନ ତାରିଖ । ଅକ୍ଟୋବର 22 ପରିବର୍ତ୍ତେ 23ରେ ହେବ ବିସିସିଆଇ ନିର୍ବାଚନ । ଏନେଇ ସୂଚନା ଦେଇଛନ୍ତି ପ୍ରଶାସନିକ କମିଟି (ସିଓଏ)ର ଅଧ୍ୟକ୍ଷ ବିନୋଦ ରାୟ । ତେବେ ହରିୟାଣା ଓ ମହାରାଷ୍ଟ୍ରର ବିଧାନସଭା ନିର୍ବାଚନ ପାଇଁ ବିସିସିଆଇର ବିସିସିଆଇ ନିର୍ବାଚନ ତାରିଖ ପରିବର୍ତ୍ତନ କରାଯାଇଛି ।

ତେବେ ଅକ୍ଟୋବର 21ରେ ଉଭୟ ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ମତଦାନ ରହିଛି । ଫଳରେ ଦୁଇ ରାଜ୍ୟ ଭୋଟରଙ୍କୁ ଭୋଟ୍ ଦେବାକୁ ଅସୁବିଧା ହୋଇପାରେ । ସେଥିପାଇଁ ବିସିସିଆଇ ନିର୍ବାଚନକୁ ଦିନକ ପାଇଁ ସ୍ଥଗିତ ରଖାଯାଇଛି । ତେବେ ଏ ନେଇ ସିଓଏର ମୁଖ୍ୟ ବିନୋଦ ରାୟ କହିଛନ୍ତି, " ବିସିସିଆଇର ନିର୍ବାଚନ ଏବେ ଟ୍ରାକରେ ଅଛି । ରାଜ୍ୟ ନିର୍ବାଚନ କାରଣରୁ ଆମେ ନିର୍ବାଚନକୁ ଗୋଟିଏ ଦିନ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଛୁ । ଏଥିପାଇଁ ଏବେ ଏହା ଅକ୍ଟୋବର ୨୨ ବଦଳରେ ୨୩ ତାରିଖରେ ହେବ ।"

ସିଓଏର ଅନ୍ୟତମ ସଦସ୍ୟା ଡାଏନା ଏଡୁଲଜୀ କହିଛନ୍ତି, " ବିସିସିଆଇ ତା’ର ନିର୍ବାଚନରେ କୌଣସି ପ୍ରକାରର ବିଳମ୍ବକୁ ପ୍ରସୟ ଦିଏ ନାହିଁ, କିନ୍ତୁ ରାଜ୍ୟ ନିର୍ବାଚନ ଯୋଗୁ ଆମେ ଏହାକୁ ଦିନକ ପାଇଁ ସ୍ଥଗିତ କରିଛୁ ।"

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.