ନୂଆଦିଲ୍ଲୀ: ଇଣ୍ଡିଜ୍ ଗସ୍ତରେ ଥିବା ଭାରତୀୟ କ୍ରିକେଟ୍ ଟିମକୁ ଧମକ ମିଳିଥିବା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଥିଲା । ମାତ୍ର ଏହି ଚର୍ଚ୍ଚାକୁ ମିଛ ବୋଲି କହିଛି ବିସିସିଆଇ । ତେବେ ଟିମକୁ ଧମକ ମିଳିଥିବା ନେଇ ବିସିସିଆଇ ପାଖରେ ଏକ ଇମେଲ ପହଞ୍ଚିଥିଲା ।
ତେବେ ଏନେଇ ବିସିସିଆଇ କହିଛି, ଧମକ ଖବରକୁ ନେଇ ମେଲ ପାଇବା ପରେ ଆମେ ସିକ୍ୟୁରିଟି ଏଜେନ୍ସିକୁ ଯୋଗାଯୋଗ କରିଥିଲୁ । ମାତ୍ର ତାଙ୍କର କହିବା କଥା ଏହା ଏକ ଫେକ୍ ମେଲ ଅଟେ । କୌଣସି ଅସୁବିଧାର ପ୍ରଶ୍ନ ଉଠୁ ନାହିଁ ।
ବର୍ତ୍ତମାନ ଭାରତୀୟ ଟିମ୍ ଆଣ୍ଟିଗ୍ଵାରେ ଅଛି । 22 ଅଗଷ୍ଟରୁ ଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟ ଖେଳିବ ଦଳ । ଏହା ପରେ ଦ୍ବିତୀୟ ଟେଷ୍ଟ ଅଗଷ୍ଟ 30 ତାରିଖରୁ ଆରମ୍ଭ ହେବ । ଉଲ୍ଲେକଥାଉ କି, କ୍ରିକେଟ ବିଶ୍ବକପ ବେଳେ ମଧ୍ୟ ଟିମ୍ ଇଣ୍ଡିଆର ସୁରକ୍ଷାକୁ ନେଇ ଆଶଙ୍କା ଥିବାରୁ ଭାରତୀୟ ଖେଳାଳିଙ୍କ ସୁରକ୍ଷା ବଢ଼ାଯାଇଥିଲା ।