ନୂଆଦିଲ୍ଲୀ: ଟିମ ଇଣ୍ଡିଆର ନୂଆ ୱିକେଟ କିପର ବ୍ୟାଟ୍ସମ୍ୟାନଙ୍କୁ ପ୍ରଶଂସା କଲେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ତେବେ ସୌରଭ ରାହୁଲଙ୍କୁ ନେଇ କହିଛନ୍ତି ଯେ କେବେଳ ଟି-20 କିମ୍ବା ଦିନିକିଆ ନୁହେଁ ଟେଷ୍ଟରେ ମଧ୍ୟ ଏହି ପ୍ରଦର୍ଶନ ଜାରି ରଖନ୍ତୁ ରାହୁଲ । ନ୍ୟୁଜିଲାଣ୍ଡ ବିପକ୍ଷ ଟି-20 ସିରିଜରେ ଋଷଭ ପନ୍ତଙ୍କୁ ବାଦ ଦେଇ କେଏଲ ରାହୁଲଙ୍କୁ ୱିକେଟ କିପର ବ୍ୟାଟ୍ସମ୍ୟାନ ଭାବେ ସ୍ଥାନ ଦେଇଛି ଚୟନ କମିଟି ।
![bcci-chief-ganguly-reacts-to-rahul-pant-wicket-keeping-debate](https://etvbharatimages.akamaized.net/etvbharat/prod-images/whimson-flwer-shop-1_2501newsroom_1579948983_117.jpg)
ଗାଙ୍ଗୁଲି କହିଛନ୍ତି ଯେ ‘ରାହୁଲ ଦିନିକିଆ ଓ ଟି-20ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ସେ ଟେଷ୍ଟ କ୍ରିକେଟରେ ମଧ୍ୟ ଭଲ ଖେଳୁଥିଲେ କିନ୍ତୁ ତାଙ୍କ ପ୍ରଦର୍ଶନ ଧିରେ ଧରେ ଖରାପ ହେବାରେ ଲାଗିଥିଲା । ସୀମିତ ଓଭରରେ ସେ ଖୁବ ଭଲ ପ୍ରଦର୍ଶନ କରୁଛନ୍ତି ତେଣୁ ଆଶା କରୁଛି ଏଥର ଟେଷ୍ଟ କ୍ରିକେଟରେ ମଧ୍ୟ ସେ ଭଲ ପ୍ରଦର୍ଶନ କରିବେ ।
![bcci-chief-ganguly-reacts-to-rahul-pant-wicket-keeping-debate](https://etvbharatimages.akamaized.net/etvbharat/prod-images/rishabh_pant_and_kl_rahul_1536715104_2501newsroom_1579948983_691.jpg)
ତେବେ ପନ୍ତଙ୍କ ସ୍ଥାନରେ ରାହୁଲଙ୍କୁ ଖେଳାଇବା ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଗାଙ୍ଗୁଲି । ସେ କହିଛନ୍ତି ଯେ, ‘ଏହା ବିରାଟ କୋହଲିଙ୍କ ନିଷ୍ପତ୍ତି । ଟିମ ମ୍ୟାନେଜମେଣ୍ଟ ଓ ଅଧିନାୟକଙ୍କର ଏହି ନିଷ୍ପତ୍ତି ହୋଇଥାଏ ।’ ତେବେ ଟି-20 ବିଶ୍ବକପରେ କିଏ ୱିକେଟ କିପର ରହିବ ସେ କଥା ବିରାଟ, ଚୟନ କର୍ତ୍ତା ଓ ରବି ଶାସ୍ତ୍ରୀ ନିର୍ଣ୍ଣୟ କରିବେ ବୋଲି କହିଛନ୍ତି ସୌରଭ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ