ETV Bharat / sports

ବିଶ୍ବକପ: ଦକ୍ଷିଣ ଆଫ୍ରିକାକୁ 21 ରନରେ ହରାଇଲା ବାଂଲାଦେଶ

ଦମଦାର ବିଜୟ ସହିତ ବିଶ୍ବକପରେ ଯାତ୍ରା ଆରମ୍ଭ କରିଛି ବାଂଲାଦେଶ । ପ୍ରଥମ ମ୍ୟାଚରେ ବାଂଲାଦେଶ 21 ରନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି । ସେପଟେ ଏହି ପରାଜୟ ସହିତ ଦ୍ବିତୀୟ ପରାଜୟ ସ୍ବୀକାର କରିଛି ଦକ୍ଷିଣ ଆଫ୍ରିକା ।

author img

By

Published : Jun 2, 2019, 11:50 PM IST

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ଓଭାଲ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦମଦାର ବିଜୟ ସହିତ ବିଶ୍ବକପରେ ଯାତ୍ରା ଆରମ୍ଭ କରିଛି ବାଂଲାଦେଶ । ବିଶ୍ବକପରେ ଅନୁଷ୍ଠିତ 5ମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ 21 ରନରେ ପରାଜିତ କରିଛି ବାଂଲାଦେଶ । ବିଜୟୀ ଦଳ ପକ୍ଷରୁ ମୁଜାଫିର ରହିମ ସର୍ବାଧିକ 3ଟି ୱିକେଟ ନେଇଛନ୍ତି ।

Bangladesh
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ବ୍ୟାଟିଂ ଆମନ୍ତ୍ରଣ ପାଇ ବାଂଲାଦେଶ ନିର୍ଦ୍ଧାରିତ ୫୦ ଓଭରରେ 6 ୱିକେଟ ହରାଇ 330 ରନ କରିଥିଲା । ଫଳରେ ପ୍ରଥମ ମ୍ୟାଚରେ ପରାଜୟର ସାମ୍ନା କରିଥିବା ଦକ୍ଷିଣ ଆଫ୍ରିକା ଆଗରେ ବିଶାଳ ବିଜୟ ଲକ୍ଷ୍ୟ ଠିଆ ହୋଇଯାଇଥିଲା । ବାଂଲାଦେଶ ପକ୍ଷରୁ ସାକିବ୍‌ ଅଲ ହାସନ(75) ଓ ମୁସଫିକର ରହିମ(78) ରନ କରିଥିଲେ ।

ତେବେ ବିଜୟ ଲକ୍ଷ୍ୟକୁ ପିଛା କରି ନିର୍ଦ୍ଧାରିତ ଓଭରରେ 8 ୱିକେଟ ହରାଇ 309ରନ କରିଛି । ଦଳ ପକ୍ଷରୁ ଫାପ୍‌ ଡୁ ପ୍ଲେସିସ୍‌ ସର୍ବାଧିକ 62ରନ କରିଛନ୍ତି। ସେହିପରି ଦଳର ଅଭିଜ୍ଞ ଖେଳାଳି ଜେପି ଡୁମିନି 37ବଲରୁ 45ରନର ଲଢୁଆ ପାଳି ଖେଳିଛନ୍ତି । ମାତ୍ର ଡୁମିନିଙ୍କ ଏହି ଲଢୁଆ ପାଳି ସତ୍ବେ ବି ଦକ୍ଷିଣ ଆଫ୍ରିକା ଚଳିତ ବିଶ୍ବକପରେ 2ୟ ପରାଜୟର ସାମ୍ନା କରିଛି ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.