ETV Bharat / sports

ଏପ୍ରିଲରେ ଶ୍ରୀଲଙ୍କା ଗସ୍ତ କରିବ ବାଂଲାଦେଶ

author img

By

Published : Feb 22, 2021, 8:02 AM IST

Updated : Feb 22, 2021, 9:32 AM IST

ବାଂଲାଦେଶ ଖେଳାଳି ଏପ୍ରିଲ ମାସରେ ଶ୍ରୀଲଙ୍କା ଗସ୍ତ କରିବେ । କୋରୋନା କାରଣରୁ ଏହି 2ଦଳ ମଧ୍ୟରେ ହେବାକୁ ଥିବା ଟେଷ୍ଟ ସିରିଜ ଗତବର୍ଷ ସ୍ଥଗିତ ରଖାଯାଇଥିଲା ।

ଏପ୍ରିଲ ମାସରେ ବାଂଲାଦେଶର  ଶ୍ରୀଲଙ୍କା ଗସ୍ତ
ଏପ୍ରିଲ ମାସରେ ବାଂଲାଦେଶର ଶ୍ରୀଲଙ୍କା ଗସ୍ତ

ଢାକା: ବାଂଲାଦେଶ ଖେଳାଳି ଏପ୍ରିଲ ମାସରେ ଶ୍ରୀଲଙ୍କା ଗସ୍ତ କରିବେ । ସେଠାରେ ଉଭୟ ଦଳଙ୍କ ମଧ୍ୟରେ 2ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ । ଏହାର ସୂଚନା ବାଂଲାଦେଶ କ୍ରିକେଟ ବୋର୍ଡ(ବିସିବି) ଦେଇଛି ।

ସୂଚନାଥାଉକି, କୋରୋନା କାରଣରୁ ଏହି 2ଦଳ ମଧ୍ୟରେ ହେବାକୁ ଥିବା ଟେଷ୍ଟ ସିରିଜ ଗତବର୍ଷ ସ୍ଥଗିତ ରଖାଯାଇଥିଲା । ଏବେ ଉଭୟ ଦେଶର କ୍ରିକେଟ ବୋର୍ଡ ଏପ୍ରିଲ ମାସରେ ସିରିଜର ଆୟୋଜନ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।

ସିରିଜକୁ ନେଇ ଅଫିସିଆଲ ଘୋଷଣା କରାଯାଇ ନାହିଁ । କିନ୍ତୁ ଅନୁମାନ କରାଯାଉଛି 12ରୁ 15 ଏପ୍ରିଲ ମଧ୍ୟରେ ଶ୍ରୀଲଙ୍କା ଗସ୍ତ କରିବ ବାଂଲାଦେଶ ।

ବିସିବିର ମୁଖ୍ୟ କାର୍ଯ୍ୟକାରୀ ନିଜାମୁଦ୍ଦିନ କହିଛନ୍ତି ଯେ, ଆମେ ଶ୍ରୀଲଙ୍କା ବୋର୍ଡ ସହ କଥାବାର୍ତ୍ତା ହେଉଛୁ । 2ଟି ମ୍ୟାଚ ଗୋଟିଏ ସ୍ଥାନରେ ଖେଳାଯିବ । 12-15 ଏପ୍ରିଲ ମଧ୍ୟରେ ଶ୍ରୀଲଙ୍କା ଗସ୍ତ କରିବାର ଆଶା ରଖିଛୁ ।

Last Updated : Feb 22, 2021, 9:32 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.