ETV Bharat / sports

ଆଇପିଏଲ 2020: ଦୁବାଇ ଗ୍ରାଉଣ୍ଡରେ କୋହଲିଙ୍କ ଦବ୍‌ଦବା, 37ରନ୍‌ରେ ହାରିଲା ସିଏସ୍‌କେ - ଚେନ୍ନାଇ ସୁପରକିଙ୍ଗ୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ଶନିବାର ଖେଳାଯାଇଥିବା ଲିଗ୍‌ର 25ତମ ମ୍ୟାଚରେ ଆରିସିବି ଠାରୁ 37ରନ୍‌ରେ ପରାସ୍ତ ହୋଇଛି ଚେନ୍ନାଇ ସୁପରକିଙ୍ଗ୍ସ । ଚଳିତ ଲିଗ୍‌ରେ ଚେନ୍ନାଇର ଏହା 5ମ ପରାଜୟ । ଅନ୍ୟପଟେ ଆରସିବିର ଅଧିନାୟକ ବିରାଟ କୋହଲିଙ୍କ ଦମଦାର ଇଂନିସ ଯୋଗୁଁ ତାଙ୍କୁ ମ୍ୟାନ ଅଫ୍‌ ଦି ମ୍ୟାଚ ମିଳିଛି ।

ଆଇପିଏଲ 2020: ଦୁବାଇ ଗ୍ରାଉଣ୍ଡରେ କୋହଲିଙ୍କ ଦବ୍‌ଦବା, 37ରନ୍‌ରେ ହାରିଲା ସିଏସ୍‌କେ

author img

By

Published : Oct 11, 2020, 8:43 AM IST

ଦୁବାଇ: 13ତମ ସଂସ୍କରଣରେ ଚମକ ହରାଇଛି ଚେନ୍ନାଇ ସୁପରକିଙ୍ଗ୍ସ । 7ଟି ମ୍ୟାଚରୁ କେବଳ 2ଟି ମ୍ୟାଚରେ ବିଜୟ ହାସଲ କରିଛି ସିଏସକେ । ଶନିବାର ଖେଳାଯାଇଥିବା ଲିଗ୍‌ର 25ତମ ମ୍ୟାଚରେ ଆରିସିବି ଠାରୁ 37ରନ୍‌ରେ ପରାସ୍ତ ହୋଇଛି ଚେନ୍ନାଇ ସୁପରକିଙ୍ଗ୍ସ । ତେବେ 90*ରନ୍‌ର ବିସ୍ଫୋରକ ଇଂନିସ ଯୋଗୁଁ ମ୍ୟାନ ଅଫ ଦି ମ୍ୟାଚ ହୋଇଛନ୍ତି ବିରାଟ ।

ଟସ୍‌ ଜିତି ଆରସିବି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ନିର୍ଦ୍ଧାରିତ ଓଭରରେ 4ଓ୍ବିକେଟ ହରାଇ ଦଳ 169ରନ ହାସଲ କରିଥିଲା । ଦଳ ପକ୍ଷରୁ ଅଧିନାୟକ ବିରାଟ କୋହଲି 90*ରନର ପାଳି ଖେଳିଥିଲେ । ଓପନର ଦେବଦତ୍ତ 33ରନ୍‌ କରିଥିବାବେଳେ ଫିଞ୍ଚ 2, ଓ୍ବିସିଂଟନ ସୁନ୍ଦର 10, ଶିଭମ ଦୁବେ 22*ରନ୍‌ ସଂଗ୍ରହ କରିଥିଲେ ।

ବିପକ୍ଷ ସିଏକେ ପକ୍ଷରୁ ଶ୍ରାଦ୍ଦୁଳ ଠାକରୁ 2ଟି, ଦୀପକ ଚହର ଓ ସାମ କୁରାନ ଗୋଟିଏଁ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

ତେବେ 170ରନ୍‌ର ବିଜୟଲକ୍ଷ୍ୟ ନେଇ ଗ୍ରାଉଣ୍ଡକୁ ଓହ୍ଲାଇଥିଲା ସିଏସକେ ଟିମ । କିନ୍ତୁ ଓପନର ସେନ ୱାଟସନ 14 ରନ୍‌ ଓ ଫାଫ ଡୁ ପ୍ଲେସିସ୍ 8 ରନ୍‌ ଶୀଘ୍ର ଆଉଟ ହୋଇଯାଇଥିଲେ । ଦଳ ପକ୍ଷରୁ ଅମ୍ବାତି ରାୟୁଡୁ 42ରନ୍‌ , ଏନ ଜଗାଦେସନ 33, ଧୋନି 10, ଜାଡେଜା 7, ବ୍ରାଭୋ 7, ଦୀପକ ଚହର 5* ଓ 1*ରନ ସଂଗ୍ରହ କରିଥିଲେ । ଫଳରେ ଦଳ ନିର୍ଦ୍ଧାରିତ ଓଭରରେ 8 ଓ୍ବିକେଟ ହରାଇ ମାତ୍ର 132ରନ୍‌ ସଂଗ୍ରହ କରିଥିଲେ ।

ପୁଣି ଦଳ ଖରାପ ପ୍ରଦର୍ଶନ କରି ଚେନ୍ନାଇକୁ ଲିଗ୍‌ର 5ମ ପରାଜୟର ସାମ୍ନା କରିବାକୁ ପଡିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.