ଲାହୋର: ପାକିସ୍ତାନର ସମୀତ ଓଭରର ଅଧିନାୟକ ବାବର ଆଜାମ ମହେନ୍ଦ୍ର ସିଂହ ଧୋନିଙ୍କ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ।
ବାବର ନିଜର ଟ୍ବିଟରେ ଲେଖିଛନ୍ତି, ଉଲ୍ଲେଖନୀୟ କ୍ୟାରିୟର ପାଇଁ ଏମଏସ ଧୋନି ଆପଣଙ୍କୁ ଅଭିନନ୍ଦନ । କ୍ରିକେଟ ଜଗତରେ ଆପଣଙ୍କ ନେତୃତ୍ବ, ଲଢୁଆଳ ମନୋଭାବ ଓ ନୂଆ ଖେଳାଳି ଆପଣଙ୍କ ପଦାଙ୍କ ସର୍ବଦା ଅନୁସରଣ କରିବେ । ଆପଣଙ୍କ ଜୀବନ ସର୍ବଦା ଆଲୋକିତ ହେଉ ମୁଁ କାମନା କରୁଛି ।
2004ରେ ନିଜର ଇଣ୍ଟରନ୍ୟାସନାଲ କ୍ୟାରିଅର ଆରମ୍ଭ କରିଥିବା ଏମଏସ ଧୋନି ଅଗଷ୍ଟ 15 ତାରିଖରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଛନ୍ତି ।