ସିଡନୀ: ଭାରତ ବିପକ୍ଷ କ୍ରିକେଟ ସିରିଜ୍ରେ ଘରୋଇ ଅଷ୍ଟ୍ରେଲିଆ ଟିମ ବର୍ଣ୍ଣ ବୈଷମ୍ୟ ଭେଦଭାବ ବିରୋଧରେ ପ୍ରତିବାଦ କରିବ । ସିରିଜ ଆରମ୍ଭ ହେବା ପୂର୍ବରୁ ଖେଳାଳିମାନେ ଖାଲି ପାଦରେ ଏକ ସର୍କଲ ତିଆରି କରି ବ୍ଲାକ ଲାଇଭ୍ ମେଟର୍ସ(ବିଏଲଏମ) ଅଭିଯାନର ସମର୍ଥନ କରିବେ ।
ଦ୍ରୁତ ବୋଲର ପାଟ କମିନ୍ସ କହିଛନ୍ତି ଯେ, ଆମେ ଖାଲି ପାଦରେ ଗ୍ରାଉଣ୍ଡକୁ ଆସିବୁ । ଏପରି ସମସ୍ତ ସିରିଜରେ କରିବାକୁ ଚାହୁଁଛୁ । ଏହି ସମ୍ବନ୍ଧରେ ଜାଣିବା ପରେ ନିଷ୍ପତ୍ତି ନେବା ସହଜ ହୋଇଥାଏ । ଜଣେ ଖେଳାଳି ଭାବେ ନୁହେଁ ଜଣେ ମଣିଷ ଭାବେ ବର୍ଣ୍ଣ ବୈଷମ୍ୟର ବିରୋଧ କରୁଛୁ ।
କମିନ୍ସ ଆହୁରି ମଧ୍ୟ କହିଛନ୍ତି, ଖେଳାଳିମାନେ ବ୍ୟକ୍ତିଗତ ଭାବେ ନିଜର ବିରୋଧ ଜାହିର କରି ପାରିବ କିନ୍ତୁ ଗୋଟିଏ ଦଳ ଭାବେ ଖାଲିପାଦରେ ଏକ ସର୍କଲ ତିଆରି କରି ବିରୋଧ କରିବାକୁ ଚାହୁଁଛୁ । ପୂର୍ବରୁ ଆମେ ଏହା ବିରୋଧରେ କିଛି କରି ନଥିଲୁ । ଏବେ ଏହା ବିରୋଧରେ ଷ୍ଟେପ ନବାକୁ ଚାହୁଁଛୁ ।
ପ୍ରଥମ କରି ଇଂଲଣ୍ଡ ଓ ଇଣ୍ଡିଜ ବିପକ୍ଷ ସିରିଜରେ ଖେଳାଳିମାନେ ବର୍ଣ୍ଣ ବୈଷମ୍ୟ ଭେଦଭାବକୁ ନେଇ ବିରୋଧ ପ୍ରଦର୍ଶନ କରିଥିଲେ । କିନ୍ତୁ ଅଷ୍ଟ୍ରେଲଇଆ ଓ ପାକିସ୍ତାନ ବିପକ୍ଷ ସିରିଜରେ ଖେଳାଳିମାନେ କୌଣସି ବିରୋଧ ପ୍ରଦର୍ଶନ କରିଥିଲେ ।