ETV Bharat / sports

ଓ୍ବାର୍ଣ୍ଣର@34: ଇଣ୍ଟରନ୍ୟାସନାଲ କ୍ରିକେଟରେ ସିଧାସଳଖ ଏଣ୍ଟ୍ରି ମାରିଥିଲେ ଏହି କଙ୍ଗାରୁ କିଙ୍ଗ୍‌

author img

By

Published : Oct 27, 2020, 12:02 PM IST

ଅଷ୍ଟ୍ରେଲିଆ କ୍ରିକେଟ ଟିମର ଓପନର ଡେଭିଡ ଓ୍ବାର୍ଣ୍ଣରଙ୍କ ଆଜି 34ତମ ଜନ୍ମଦିବସ । ତାଙ୍କ ନେତୃତ୍ବରେ 2016ରେ ସନରାଇଜର୍ସ ହାଇଦ୍ରାବାଦ ଆଇପିଏଲ ଟ୍ରଫି ଜିଣିଥିଲା ।

ଓ୍ବାର୍ଣ୍ଣର@34:  ଇଣ୍ଟରନ୍ୟାସନାଲ କ୍ରିକେଟରେ ସିଧାସଳଖ ଏଣ୍ଟ୍ରିମାରିଥିଲେ ଏହି କଙ୍ଗାରୁ କିଙ୍ଗ୍‌

ହାଇଦ୍ରାବାଦ: ଅଷ୍ଟ୍ରେଲିଆ କ୍ରିକେଟ ଟିମର ଓପନର ଡେଭିଡ ଓ୍ବାର୍ଣ୍ଣରଙ୍କ ଆଜି 34ତମ ଜନ୍ମଦିବସ । ସେ କଙ୍ଗାରୁ ଦଳର ଏପରି ଜଣେ ଖେଳାଳି ତାଙ୍କ ଦମ୍‌ରେ ଟିମ ଅନେକଥର ବିଜୟ ସ୍ବାଦ ଚାଖିଛି । ତାଙ୍କ ନେତୃତ୍ବରେ 2016ରେ ସନରାଇଜର୍ସ ହାଇଦ୍ରାବାଦ ଆଇପିଏଲ ଟ୍ରଫି ଜିଣିଥିଲା ।

ଓ୍ବାର୍ଣ୍ଣର ଜାନୁଆରୀ 2009ରେ ସାଉଥଆଫ୍ରିକା ବିପକ୍ଷରେ ନିଜର ଦିନିକିଆ ଓ ଟି-20 କ୍ୟାରିଅର ଆରମ୍ଭ କରିଥିଲେ । 2011ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ଡେବ୍ୟୁ ମ୍ୟାଚ ଖେଳିଥିଲେ । ଅଷ୍ଟ୍ରେଲିଆ କ୍ରିକେଟ ଇତିହାସରେ ସେ ପ୍ରଥମ ଖେଳାଳି ଯିଏ ବିନା ଫାଷ୍ଟ କ୍ଲାସ କ୍ରିକେଟ ଖେଳି ଜାତୀୟ ଦଳରେ ଚୟନ ହୋଇଥିଲେ ଓ ଅନ୍ତର୍ଜାତୀୟ ମ୍ୟାଚରେ ଡେବ୍ୟୁ କରିବାର ସୁଯୋଗ ପାଇଥିଲେ ।

ଓ୍ବାର୍ଣ୍ଣର ଏଯାଏଁ ଅଷ୍ଟ୍ରେଲିଆ ପାଇଁ 84ଟେଷ୍ଟ, 126 ଦିନିକିଆ ଓ 81 ଟି-20 ମ୍ୟାଚ ଖେଳିଛନ୍ତି । ତେବେ ସେ କ୍ରମାଗତ ଭାବେ 7244, 5303 ଓ 2265ରନ୍‌ ସଂଗ୍ରହ କରିଛନ୍ତି ।

ସେ 3ଟି ଫର୍ମାଟରେ ଶତକୀୟ ପାଳି ଖେଳିଥିବା ଖେଳାଳି ମଧ୍ୟ ।

ଆଇପିଏଲର ଚଳିତ ଲିଗ୍‌ରେ ସେ ଏକ କୀର୍ତ୍ତିମାନ ସୃଷ୍ଟି କରିଛନ୍ତି । ପ୍ରଥମ ବିଦେଶୀ ଖେଳାଳିଭାବେ ଆଇପିଏଲରେ ସେ 5000ରନ୍‌ର ମାଇଲଖୁଣ୍ଡ ଅତିକ୍ରମ କରିଛନ୍ତି । ସେ ଆଇପିଏଲରେ 137 ମୁକାବିଲା ଖେଳିଛନ୍ତି । 141,2 ଷ୍ଟ୍ରାଇକ୍‌ ରେଟରେ ସେ 5076ରନ ସଂଗ୍ରହ କରିଛନ୍ତି । 137 ମୁକାବିଲାରେ ସେ 4ଟି ଶତକ ଓ 46ଟି ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି ।

ବର୍ତ୍ତମାନ ଲକଡାଉନ ସମୟରେ ଓ୍ବାର୍ଣ୍ଣରଙ୍କ ଡ୍ୟାନ୍ସ ଭିଡିଓ ବେଶ୍‌ ଭାଇରାଲ ହେଉଥିଲା । ସପରିବାର ବଲିଉଡ ଗୀତରେ ବେଶ୍‌ ଝୁମିଥାନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.