ETV Bharat / sports

ଅଷ୍ଟ୍ରେଲିଆନ ଓପନ: ଇତିହାସ ରଚିଲେ ଅଙ୍କିତା ରାଇନା

author img

By

Published : Feb 7, 2021, 5:08 PM IST

ତୃତୀୟ ଭାରତୀୟ ମହିଳା ଖେଳାଳି ଭାବେ ଅଷ୍ଟ୍ରେଲିଆନ ଓପନ ମହିଳା ଯୁଗଳ ଡ୍ର ରେ ଭାରତୀୟ ମହିଳା ଟେନିସ ଖେଳାଳି ଅଙ୍କିତା ରାଇନା । ଅଧିକ ପଢନ୍ତୁ...

AUSTRALIAN OPEN ANKITA RAINA BECOMES THIRD INDIAN WOMAN TO FEATURE IN GRAND SLAM MAIN DRAW
ଅଷ୍ଟ୍ରେଲିଆନ ଓପନ: ଇତିହାସ ରଚିଲେ ଅଙ୍କିତା ରାଇନା

ମେଲବର୍ଣ୍ଣ: ଇତିହାସ ରଚିଲେ ଭାରତୀୟ ମହିଳା ଟେନିସ ଖେଳାଳି ଅଙ୍କିତା ରାଇନା । ଅଷ୍ଟ୍ରେଲିଆନ ଓପନ ମହିଳା ଯୁଗଳ ଡ୍ର ରେ ଅଙ୍କିତାଙ୍କୁ ସ୍ଥାନ ମିଳିଛି । ଏହାପରେ ସେ କୌଣସି ଗ୍ରାଣ୍ଡସ୍ଲାମର ମୁଖ୍ୟ ଡ୍ର ରେ ସ୍ଥାନ ହାସଲ କରିବାରେ ତୃତୀୟ ଭାରତୀୟ ମହିଳା ଖେଳାଳି ହୋଇଛନ୍ତି ।

28 ବର୍ଷିୟା ଭାରତୀୟ ଖେଳାଳି ଅଙ୍କିତା ରୋମାନିଆର ବୁଜାରନେକୁଙ୍କ ସହ ଯୋଡି ବନାଇଛନ୍ତି ଓ ଏହି ଯୋଡିକୁ ମହିଳା ଯୁଗଳରେ ସିଧା ପ୍ରବେଶ ମିଳିଛି ।

ଅଷ୍ଟ୍ରେଲିଆନ ଓପନ

ଏହାପୂର୍ବରୁ କେବଳ ସାନିଆ ମୀର୍ଜା ଓ ନିରୂପମା ବୈଦନାଥନ ଭାରତ ପକ୍ଷରୁ ଗ୍ରାଣ୍ଡସ୍ଲାମ ମୁଖ୍ୟ ଡ୍ର ରେ ସ୍ଥାନ ହାସଲ କରିପାରିଥିଲେ । ସାନିଆଙ୍କ ପରେ ଅଙ୍କିତା ଦ୍ବିତୀୟ ଭାରତୀୟ ମହିଳା ଖେଳାଳି ଭାବେ ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟରେ ମହିଳା ଯୁଗଳ ବର୍ଗରେ ଭାଗ ନେବେ । ନିରୂପମା ସର୍ବପ୍ରଥମେ 1998ରେ ଅଷ୍ଟ୍ରେଲିଆ ଓପନରର ମୁଖ୍ୟ ଡ୍ର ରେ ସ୍ଥାନ ହାସଲ କରିଥିଲେ ।

ଏହି ଉପଲବ୍ଧି ହାସଲ କରିବା ପରେ, ଅଙ୍କିତା କହିଛନ୍ତି, "ଏହି ଗ୍ରାଣ୍ଡସ୍ଲାମ ପ୍ରଥମ ମୁଖ୍ୟ ଡ୍ର ହୋଇଥିବାରୁ, ଏକକ କିମ୍ବା ଯୁଗଳ ବର୍ଗ ହୋଇଥିଲେ ମଧ୍ୟ ଖୁସି, ଏହି ସ୍ଥାନରେ ପହଞ୍ଚିବାନେଇ ବିଶ୍ବାସ ହୋଇନଥିଲା । ବହୁ ବର୍ଷର ପରିଶ୍ରମ ପରେ ଏହି ସ୍ଥାନରେ ପହଞ୍ଚିପାରିଛି, କେବଳ କଠିନ ପରିଶ୍ରମ ନୁହେଁ ବରଂ ଲୋକଙ୍କ ସହଯୋଗ ଓ ଆର୍ଶ୍ରୀବାଦ ଯୋଗୁଁ ଏହି ସ୍ଥାନ ମିଳିଛି । ପ୍ରଥମେ କୋଚ ଆସି ମୁଖ୍ୟ ଡ୍ର ରେ ସ୍ଥାନ ମିଳିଥିବା କହିଥିଲେ ।"

ବ୍ୟୁରେ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.