ETV Bharat / sports

ତୃତୀୟ ଟି-20ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆ ବିଜୟୀ

author img

By

Published : Mar 3, 2021, 10:23 PM IST

ନ୍ୟୁଜିଲାଣ୍ଡ ବିପକ୍ଷରେ ତୃତୀୟ ଟି-20 ମ୍ୟାଚରେ ଭଲ ପ୍ରଦର୍ଶନ କରି ଅଷ୍ଟ୍ରେଲିଆ ବିଜୟୀ ହୋଇଛି। ମାକ୍ସୱେଲ ଓ ଅଧିନାୟକ ଆରୋନ ଫିଞ୍ଚଙ୍କ ଧୂଆଁଦାର ବ୍ୟାଟିଂ ବଳରେ ଦଳ 64 ରନରେ ଏହି ମ୍ୟାଚକୁ ହାତେଇବାରେ ସଫଳ ହୋଇଛି। ଅଧିକ ପଢ଼ନ୍ତୁ...

ତୃତୀୟ ଟି-20ରେ ନ୍ୟଜିଲାଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆ ବିଜୟୀ

ୱେଲିଂଟନ: ନ୍ୟୁଜିଲାଣ୍ଡ ବିପକ୍ଷରେ ତୃତୀୟ ଟି-20 ମ୍ୟାଚରେ ଭଲ ପ୍ରଦର୍ଶନ କରି ଅଷ୍ଟ୍ରେଲିଆ ବିଜୟୀ ହୋଇଛି। ମାକ୍ସୱେଲ ଓ ଅଧିନାୟକ ଆରୋନ ଫିଞ୍ଚଙ୍କ ଧୂଆଁଦାର ବ୍ୟାଟିଂ ବଳରେ ଦଳ 64 ରନରେ ଏହି ମ୍ୟାଚକୁ ହାତେଇବାରେ ସଫଳ ହୋଇଛି। ଏହି ମ୍ୟାଚରେ ପରାଜୟ ସତ୍ତ୍ବେ ନ୍ୟୁଜିଲାଣ୍ଡ ଦଳ 5ଟିକିଆ ଟି-20 ସିରିଜରେ 2-1ରେ ଆଗୁଆ ରହିଛି।

ଟସ ଜିତି ପ୍ରଥମେ ଭ୍ରମଣକାରୀ ଅଷ୍ଟ୍ରେଲିଆ ଦଳକୁ ବ୍ୟାଟିଂ ପାଇଁ ଆମନ୍ତ୍ରିତ କରିଥିଲା ନ୍ୟୁଜିଲାଣ୍ଡ। ଗ୍ଲେନ ମାକ୍ସୱେଲ 31ଟି ବଲରେ 8ଟି ଚୌକା ଓ 5ଟି ଛକା ମାରି ଦ୍ରୁତ 70 ରନ କରିଥିଲେ। ଏହାପରେ ଅଧିନାୟକ ଆରୋନ ଫିଞ୍ଚ ମଧ୍ୟ 44ଟି ବଲରେ ଦୁଇଟି ଛକା ଓ 8ଟି ଚୌକା ବଳରେ 69 ରନ କରିଥିଲେ। ଯାହାଫଳରେ ଦଳୀୟ ସ୍କୋର 208ରନରେ ପହଞ୍ଚି ପାରିଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ଇଶ ସୋଢ଼ୀ ସର୍ବାଧିକ ଦୁଇଟି ୱିକେଟ ନେଇଥିବାବେଳେ ସାଉଦି ଓ ବୋଲ୍ଟ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଜବାବରେ ଘରୋଇ ନ୍ୟୁଜିଲାଣ୍ଡ ଦଳ ମାତ୍ର 144 ରନରେ ଅଲଆଉଟ ହୋଇ ଯାଇଥିଲା। ଓପନର ମାର୍ଟିନ ଗପ୍ଟିଲ 28ଟି ବଲରୁ 43 ରନ କରିଥିଲେ ଓ ଡେଭନ କନୱେ 27 ବଲରୁ 38 ରନ କରିଥିଲେ। ଆଉ କୌଣସି ଖେଳାଳି ପଡ଼ିଆରେ ସମୟ ବିତାଇ ପାରିନଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଆଷ୍ଟର ଏଗାର 30 ରନ ଦେଇ 6ଟି ୱିକେଟ ନେଇଥିଲେ। ସେହିପରି ରିଲି ମେରିଡିଥ ଦୁଇଟି ଓ କେନ ରିଚାର୍ଡସନ ଗୋଟିଏ ୱିକେଟ ନେଇଛନ୍ତି।

  • Australia reverse the result from the first two T20s with a big win in Wellington #NZvAUS

    — cricket.com.au (@cricketcomau) March 3, 2021 " class="align-text-top noRightClick twitterSection" data=" ">

ଦୁଇ ଦଳ ମଧ୍ୟରେ ମାର୍ଚ୍ଚ 4 ତାରିଖରେ ଚତୁର୍ଥ ଟି-20 ମ୍ୟାଚ ଖେଳାଯିବ। ଏହି ସିରିଜରେ ଅଷ୍ଟ୍ରେଲିଆ ଖେଳାଳି ଆଶାନୁରୁପ ପ୍ରଦର୍ଶନ କରି ପାରି ନାହାନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.