ETV Bharat / sports

ସିଡନୀ ଟେଷ୍ଟ, 2ୟ ଦିନ: ସ୍ମିଥଙ୍କ ଶତକ, ଭାରତ 96/2

author img

By

Published : Jan 8, 2021, 3:29 PM IST

ସିଡନୀ ଟେଷ୍ଟ, 2ୟ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ଠାରୁ 242 ରନ ପଛରେ ରହିଛି ଭାରତ ।ଅଧିକ ପଢନ୍ତୁ...

Australia vs India, 3rd Test, Day 2: Stumps - India trail by 242 runs
ସିଡନୀ ଟେଷ୍ଟ, 2ୟ ଦିନ ଷ୍ଟମ୍ପ୍‌ସ: ସ୍ମିଥଙ୍କ ଶତକ, ଭାରତ 96/2

ହାଇଦ୍ରାବାଦ: ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ତୃତୀୟ ଟେଷ୍ଟର ଦ୍ବିତୀୟ ଦିନ ଖେଳ ଶେଷ ହୋଇଛି । ଷ୍ଟମ୍ପ୍ ଅପସାରଣ ସୁଦ୍ଧା ଭାରତୀୟ ଦଳ ଦୁଇ ୱିକେଟ ହରାଇ 96 ରନ ସଂଗ୍ରହ କରିଛି । କ୍ୟାପଟେନ ଅଜିଙ୍କ୍ୟ ରାହାଣେ 5 ଓ ଚେତେଶ୍ବର ପୂଜାରା 9 ରନରେ ଅପରାଜିତ ଅଛନ୍ତି । ଏବେବି ଭ୍ରମଣକାରୀ ଦଳ ଅଷ୍ଟ୍ରେଲିଆ ଠାରୁ 242 ରନ ପଛରେ ରହିଛି ।

Australia vs India, 3rd Test, Day 2: Stumps - India trail by 242 runs
ରୋହିତ ଶର୍ମା

ପୂର୍ବରୁ ଅଷ୍ଟ୍ରେଲିଆର ପ୍ରଥମ ପାଳି 338ରେ ଶେଷ ହୋଇଥିଲା । ଦୁଇ ଷ୍ଟାର କଙ୍ଗାରୁ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ ଓ ମାର୍ନସ ଲବୁସାନଙ୍କ ଧୈର୍ଯ୍ୟପୂର୍ଣ୍ଣ ପାଳି ଯୋଗୁଁ ଅଷ୍ଟ୍ରେଲିଆ 300 ରନ ପାର୍ କରିଥିଲା । ସ୍ମିଥ 226 ବଲରୁ 16 ଚୌକା ସହାୟତାରେ 131 ଓ ମାର୍ନସ ଲବୁସାନ 91 ରନର ଦମଦାର ପାଳି ଖେଳିଥିଲେ ।

ଭାରତ ପକ୍ଷରୁ ସଫଳତମ ବୋଲର ରହିଥିଲେ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା । ମାର୍ନସ ଓ ଲବୁସାନଙ୍କ ଲମ୍ବା ଭାଗିଦାରୀଙ୍କୁ ଭାଙ୍ଗିବା ସହ, ମୋଟ 4ଟି ୱିକେଟ ହାତେଇଥିଲେ ଡାଜେଜା । ଜଶପ୍ରୀତ ବୁମରା ଓ ନବଦୀପ ସାଇନି 2ଟି ଲେଖାଏଁ ଓ ମହମ୍ମଦ ସିରାଜ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ ।

ଶତକ ହାସଲ ପରେ ଷ୍ଟିଭ ସ୍ମିଥ
Australia vs India, 3rd Test, Day 2: Stumps - India trail by 242 runsAustralia vs India, 3rd Test, Day 2: Stumps - India trail by 242 runs
ଶୁଭମନ ଗିଲ୍

ପରେ ରୋହିତ ଶର୍ମା ଓ ଶୁଭମନ ଗିଲ୍ ଭାରତୀୟ ଟିମକୁ ଭଲ ଆରମ୍ଭ ଦେଇଥିଲେ । ଓପନର ଗିଲ୍ କ୍ୟାରିୟରର ପ୍ରଥମ ଟେଷ୍ଟ ଅର୍ଦ୍ଧଶତକ ହାସଲ କରିବା ପରେ ପାଟ କମିନ୍ସଙ୍କ ବଲରେ ଆଉଟ ହୋଇଥିଲେ । ରୋହିତ ଶର୍ମା 26 ରନରେ ଖେଳୁଥିବାବେଳେ ହେଜଲଉଡଙ୍କ ଶିକାର ହୋଇଥିଲେ ।

ରବିନ୍ଦ୍ର ଜାଡେଜା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.