ସିଡନୀ: ଇଂଲଣ୍ଡ ବିପକ୍ଷ ସିରିଜ ପାଇଁ କ୍ରିକେଟ ଅଷ୍ଟ୍ରେଲିଆ ଗୁରୁବାର 26 ଜଣିଆ ଟ୍ରେନିଂ ଟିମ ଘୋଷଣା କରିଛି । ଘୋଷିତ ଟିମରେ ଯୁବ ଖେଳାଳି ଡାନିଏଲ ସାମସ, ରିଲେ ମେରେଡିଥ ଓ ଜସ ଫିଲିପଙ୍କୁ ସାମିଲ କରାଯାଇଛି । ଗତ ବର୍ଷ ଅକ୍ଟୋବରରୁ ଅଷ୍ଟ୍ରେଲିଆ ପାଇଁ କୌଣସି ମ୍ୟାଚ ଖେଳିନଥିବା ଅଲରାଉଣ୍ଡର ଗ୍ଳେନ ମାକ୍ସୱେଲଙ୍କୁ ମଧ୍ୟ ସ୍ଥାନ ମିଳିଛି । ପିଟର ହାଣ୍ଡ୍ସକମ୍ବ, କୁଲଟର ନାଇଲ ଓ ସନ ମାର୍ଶଙ୍କୁ ସାମିଲ କରାଯାଇନାହିଁ । ତେବେ ମାର୍କସ ଷ୍ଟୋନିସଙ୍କୁ ସ୍ଥାନ ମିଳିଛି ।
![Australia name 26-man preliminary squad for potential England tour](https://etvbharatimages.akamaized.net/etvbharat/prod-images/post_image_ff298fd_1607newsroom_1594871914_783.jpg)
ସେପ୍ଟେମ୍ବରରେ ସୀମିତ ଓଭର କ୍ରିକେଟ ସିରିଜ ପାଇଁ ଇଂଲଣ୍ଡ ଗସ୍ତ କରିବ ଅଷ୍ଟ୍ରେଲିଆ । ଏନେଇ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ ଓ କ୍ରିକେଟ ଅଷ୍ଟ୍ରେଲିଆ ମଧ୍ୟରେ ସହମତି ହୋଇଥିବା ଜଣାପଡିଛି । ଜୈବ ସୁରକ୍ଷିତ ପରିବେଶରେ ଅନ୍ତର୍ଜାତୀୟ ଦିନିକିଆ ଓ ଟି-20 ସିରିଜ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଅଭ୍ୟାସ ପାଇଁ ଏହି ଟିମ ଘୋଷଣା କରାଯାଇଥିବା କହିଛନ୍ତି, ଅଷ୍ଟ୍ରେଲିଆର ମୁଖ୍ୟ ଚୟନକର୍ତ୍ତା ଟ୍ରେଭର ହର୍ଣ୍ଣସ । ଘୋଷିତ ଟିମ ଆଇସିସି ଟି-20 ବିଶ୍ବକପ ଓ 2023 ଆଇସିସି ଦିନିକିଆ ବିଶ୍ବକପକୁ ଦୃଷ୍ଟିରେ ରଖି ଚୟନ କରାଯାଇଥିବା ସେ କହିଛନ୍ତି ।
![Australia name 26-man preliminary squad for potential England tour](https://etvbharatimages.akamaized.net/etvbharat/prod-images/1169043_1296x729_1607newsroom_1594871914_582.jpg)
ଘୋଷିତ ଅଷ୍ଟ୍ରେଲିଆ ଟିମ: ସିମ ଆବଟ୍ଟ, ଆଷ୍ଟନ ଅଗର, ଆଲେକ୍ସ କ୍ୟାରୀ, ପାଟ କମିନ୍ସ, ଆରୋନ ଫିଞ୍ଚ, ଜସ ହେଜଲଉଡ, ଟ୍ରାଭିସ ହେଡ, ଉସମାନ ଖାୱାଜା, ମାର୍ନସ ଲାବୁସାନ, ନାଥନ ଲାୟନ, ମିଚେଲ ମାର୍ଶ, ଗ୍ଳେନ ମାକ୍ସୱେଲ, ବେନ ମେକଡରମଟ, ରିଲେ ମେରେଡିଥ, ମାଇକେଲ ନେଜର, ଜୋସ ଫିଲିପ, ଡାନିଏଲ ସାମସ, ଡି'ଆର୍କି ସର୍ଟ, କେନ ରିଚାର୍ଡସନ, ଷ୍ଟିଭ ସ୍ମିଥ, ମିଚେଲ ଷ୍ଟାର୍କ , ମାର୍କସ ଷ୍ଟୋନିସ, ଆଣ୍ଡ୍ରିୟୁ ଟାଇ, ମାଥ୍ୟୁ ୱେଡ, ଡେଭିଡ ୱାର୍ଣ୍ଣର, ଆଡାମ ଜାମ୍ପା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ