ଦୁବାଇ: ଭାରତ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ଧୀମା ବୋଲିଂ ପାଇଁ ଅଷ୍ଟ୍ରେଲିଆକୁ ଆଇସିସି ଛାଟ । ମଙ୍ଗଳବାର ମେଲବୋର୍ଣ୍ଣରେ ଶେଷ ହୋଇଥିବା ଦ୍ବିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ଟିମ ଧୀମା ବୋଲିଂ କରିଥିଲା । ଫଳରେ ଆଇସିସି ଅଷ୍ଟ୍ରେଲୀୟ ଖେଳାଳିଙ୍କ 40 ପ୍ରତିଶତ ମ୍ୟାଚ ଫି କାଟିବା ସହ ବିଶ୍ବ ଟେଷ୍ଟ ଚମ୍ପିଆନସିପର 4 ପଏଣ୍ଟ କମ କରିଛି ।
ଟିମ ପେନଙ୍କ ଟିମ ନିର୍ଦ୍ଧାରିତ ସମୟ ଠାରୁ ଦୁଇ ଓଭର କମ ବୋଲିଂ କରିଥିବାରୁ ଆଇସିସିର ମ୍ୟାଚ ରେଫ୍ରୀ ଡେଭିଡ ବୁନ କାର୍ଯ୍ୟାନୁଷ୍ଠାନ କରିଛନ୍ତି । ଏନେଇ ଆଇସିସି ପକ୍ଷରୁ ଜାରି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି । ଏହା ଆଇସିସିର କୋଡ ଅଫ କଣ୍ଡକ୍ଟ ଧାରା 2.22 ଅନୁଯାୟୀ ଦଣ୍ଡ ବିଧାନ ହୋଇଥିବା ଉଲ୍ଲେଖ ରହିଛି ।
ପରେ ପେନ କ୍ଷମାପ୍ରାର୍ଥନ କରିବା ସହ ଦଣ୍ଡକୁ ସ୍ବୀକାର କରିଥିଲେ । ଫିଲ୍ଡି ଅମ୍ପାୟର ବ୍ରୁସ ଓକ୍ସନଫର୍ଡ ଓ ପୌଲ ରୈଫେଲ, ତୃତୀୟ ଅମ୍ପାୟାର ପୌଲ ୱିଲସନ ଓ ଚତୁର୍ଥ ଅମ୍ପାୟାର ଜର୍ଡ ଆବୁଦ ଏନେଇ ନିଷ୍ପତ୍ତି ନେଇଥିଲେ ।
ଅଷ୍ଟ୍ରେଲିଆ ଦ୍ବିତୀୟ ଟେଷ୍ଟରେ ପରାଜିତ ହେବାପରେ, 4 ମ୍ୟାଚ ବିଶିଷ୍ଟ ବର୍ଡର ଗାଭାସ୍କର ଟ୍ରଫି ସିରିଜ 1-1ରେ ବରାବର ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ