ହାଇଦ୍ରାବାଦ: ପୂର୍ବତନ କିମ୍ବଦନ୍ତୀ ଅଷ୍ଟ୍ରେଲିଆ ସ୍ପିନର ସେନ ୱାର୍ଣ୍ଣେ ଶନିବାର ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ଅଷ୍ଟ୍ରେଲିଆ ଏକାଦଶ ଚୟନ କରିଛନ୍ତି । ନିୟମିତ ଓପନର ଡେଭିଡ ୱାର୍ଣ୍ଣର ଓ ୱିଲ ପୁକଭସ୍କିଙ୍କ ଅନୁପସ୍ଥିତିରେ ମାଥ୍ୟୁ ୱେଡ ଓ ମାର୍କସ ହାରିସଙ୍କୁ ଓପନର ଭାବେ ଚୟନ କରିଛିନ୍ତି ୱାର୍ଣ୍ଣେ ।
-
My test team for Adelaide now that Burns looks horribly out of form and injuries to Warner & young Pucovski. Fingers crossed Green will be ok @FoxCricket
— Shane Warne (@ShaneWarne) December 13, 2020 " class="align-text-top noRightClick twitterSection" data="
Wade
Harris
Marnus
Smith
Head
Green
Paine (c)
Cummins
Starc
Lyon
Hazlewood
S Marsh on standby if Green is out
">My test team for Adelaide now that Burns looks horribly out of form and injuries to Warner & young Pucovski. Fingers crossed Green will be ok @FoxCricket
— Shane Warne (@ShaneWarne) December 13, 2020
Wade
Harris
Marnus
Smith
Head
Green
Paine (c)
Cummins
Starc
Lyon
Hazlewood
S Marsh on standby if Green is outMy test team for Adelaide now that Burns looks horribly out of form and injuries to Warner & young Pucovski. Fingers crossed Green will be ok @FoxCricket
— Shane Warne (@ShaneWarne) December 13, 2020
Wade
Harris
Marnus
Smith
Head
Green
Paine (c)
Cummins
Starc
Lyon
Hazlewood
S Marsh on standby if Green is out
ଆଡିଲେଡ ଟେଷ୍ଟ ପାଇଁ ୱାର୍ଣ୍ଣର ଓ ପୁକୋଭସ୍କି ଉପଲବ୍ଧ ନହେବା ପରେ, ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ଶନିବାର ହାରିସଙ୍କୁ ଟେଷ୍ଟ ସ୍କ୍ବାର୍ଡରେ ସାମିଲ କରିଛି ।
ସିଡନିରେ ଖେଳାଯାଇଥିବା ଭାରତ ବିପକ୍ଷ ଦ୍ବିତୀୟ ଦିନିକିଆରେ ଫିଲ୍ଡିଂ ସମୟରେ ଆହତ ହୋଇଥିଲେ ୱାର୍ଣ୍ଣର । ସେହିପରି ଅଭ୍ୟାସ ମ୍ୟାଚରେ ବ୍ୟାଟିଂ ସମୟରେ ଆହତ ହୋଇଛନ୍ତି ପୁକୋଭସ୍କି । ଉଭୟ ବ୍ୟାଟ୍ସମ୍ୟାନ ବକ୍ସିଂ ଡେ ଟେଷ୍ଟ ପୂର୍ବରୁ ଟିମକୁ ଫେରିବାକୁ ଲକ୍ଷ୍ୟ ରଖିଛନ୍ତି ।
ତେବେ ଆଶ୍ଚର୍ଯ୍ୟଜନକ ଭାବେ ଜୋଏ ବର୍ଣ୍ଣସଙ୍କୁ ପ୍ରଥମ ଟେଷ୍ଟ ଚୁଡାନ୍ତ ଏକାଦଶରେ ଓପନର ଭାବେ ସାମିଲ କରିନାହାନ୍ତି ୱାର୍ଣ୍ଣେ । ଏହାର ବର୍ଣ୍ଣସଙ୍କ ଖରାପ ଫର୍ମ ହୋଇପାରେ ବୋଲି ଅନୁମାନ କରାଯାଉଛି । ଚଳିତ ସିଜିନରେ 8ଟି ଇଂନିସରୁ ମାତ୍ର 61 ରନ ସଂଗ୍ରହ କରିଛନ୍ତି ବର୍ଣ୍ଣସ । ଅଭ୍ୟାସ ମ୍ୟାଚର ପ୍ରଥମ ଇଂନିସରେ ଖାତା ଖୋଲିବା ପୂର୍ବରୁ ବୁମରାଙ୍କ ଶିକାର ହୋଇଥିଲେ ଓ ଦ୍ବିତୀୟ ଇଂନିସରେ ମାତ୍ର 1 ରନ କରିବାକୁ ସମର୍ଥ ହୋଇଥିଲେ ।
ଅନ୍ୟପଟେ ୱାର୍ଣ୍ଣ, କେମରେନ ଗ୍ରୀନଙ୍କ ବଦଳ ଖେଳାଳି ଭାବେ ସନ ମାର୍ଶଙ୍କୁ ଚୟନ କରିଛନ୍ତି । ଗ୍ରୀନ ଅଭ୍ୟାସ ମ୍ୟାଚରେ ବୁମରାଙ୍କ ଏକ ସଟକୁ ଅଟକାଇବାକୁ ଯାଇ ଆହତ ହୋଇଥିଲେ ।
ଆଡିଲେଡ ଟେଷ୍ଟ ପାଇଁ ୱାର୍ଣ୍ଣେଙ୍କ ଅଷ୍ଟ୍ରେଲିଆ ଟିମ: ମାଥ୍ୟୁ ୱାଡେ, ମାର୍ନସ, ସ୍ମିଥ, ହେଡ, ଗ୍ରୀନ, ପେଇନ(କ୍ୟାପଟେନ), କମିନ୍ସ, ଷ୍ଟାର୍କ, ଲାୟନ, ହେଜଲଉଡ, ସନ ମାର୍ସ(ଗ୍ରୀନଙ୍କ ବଦଳ ଖେଳାଳି) ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ