ETV Bharat / sports

AUS vs IND: ସିଡନୀ ବିଜୟ ଲକ୍ଷ୍ୟରେ ରାହାଣେ ସେନାଙ୍କ ଜୋରଦାର ଅଭ୍ୟାସ

author img

By

Published : Jan 5, 2021, 9:26 PM IST

ଚଳିତ ବର୍ଡର ଗାଭାସ୍କର ଟ୍ରଫି ସିରିଜରେ ଆଗୁଆ ହେବା ଲକ୍ଷ୍ୟରେ ରହିଛନ୍ତି ରାହାଣେ ଆଣ୍ଡ କୋ । ଅଧିକ ପଢନ୍ତୁ...

AUS vs IND: Rahane and Co. hit the nets ahead of Sydney Test
AUS vs IND: ସିଡନୀ ବିଜୟ ଲକ୍ଷ୍ୟରେ ରାହାଣେ ସେନାଙ୍କ ଜୋରଦାର ଅଭ୍ୟାସ

ସିଡନୀ: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ ପୂର୍ବରୁ ମଙ୍ଗଳବାର ଜୋରଦାର ଅଭ୍ୟାସ କରିଛି ଭାରତୀୟ ଦଳ । ଚଳିତ ବର୍ଡର ଗାଭାସ୍କର ଟ୍ରଫି ସିରିଜରେ ଆଗୁଆ ହେବା ଲକ୍ଷ୍ୟରେ ରହିଛନ୍ତି ରାହାଣେ ଆଣ୍ଡ କୋ ।

4 ମ୍ୟାଚ ବିଶିଷ୍ଟ ବର୍ଡର ଟ୍ରଫି ସିରିଜ 1-1ରେ ବରାବର ରହିଛି । ତେବେ ରୋହିତ ଶର୍ମା ଦଳରେ ସାମିଲ ହେବାପରେ ଭ୍ରମଣକାରୀ ଦଳର ଆତ୍ମବିଶ୍ବାସ ବୃଦ୍ଧି ପାଇଛି ।

ବିସିସିଆଇ ପକ୍ଷରୁ ମଙ୍ଗଳବାର ଖେଳାଳି ନେଟ୍‌ସରେ ଝାଳ ବୁହାଉଥିବାର ଫଟୋ ସେୟାର କରାଯାଇଛି । ଏଥିସହ ଅବିଶିଷ୍ଟ ଦୁଇଟି ମ୍ୟାଚ ପାଇଁ ଭାରତୀୟ ଟିମ ସମସ୍ତ ବିଭାଗରେ ଭଲ ପ୍ରଦର୍ଶନ ପାଇଁ ଜୋରଦାର ଅଭ୍ୟାସ କରୁଥିବା ସ୍ପଷ୍ଟ କରିଛି । ରବିଚନ୍ଦ୍ରନ ଅଶ୍ବିନ ଓ ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କୁ ମଧ୍ୟ ଅଭ୍ୟାସ କରୁଥିବା ଦେଖାଯାଇଛି । ସେହିପରି ଗତ ମ୍ୟାଚର ହିରୋ ମହମ୍ମଦ ସିରାଜ ନେଟ୍‌ସରେ ତୃତୀୟ ଟେଷ୍ଟ ପାଇଁ ପ୍ରସ୍ତୁତି କରିଛନ୍ତି ।

ଶନିବାର ଭାରତୀୟ ଦଳ ମେଲବୋର୍ଣ୍ଣରେ ଅଭ୍ୟାସ କରିଥିବାବେଳେ, ରବିବାର ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ବର୍ଷାଯୋଗୁଁ ଅଭ୍ୟାସ ବାତିଲ ହୋଇଥିଲା ।

ତେବେ ବ୍ୟାଟ୍ସମ୍ୟାନ କେଏଲ ରାହୁଲ ଆହତ ହେବା ସହ ଅବିଶିଷ୍ଟ ଦୁଇଟି ଟେଷ୍ଟରୁ ବାଦ ପଡିଛନ୍ତି । ରାହୁଲ ଭାରତ ଫେରିବା ସହ, ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ ଏକାଡେମୀରେ ଚିକିତ୍ସା କରାଇବେ । ଜାନୁଆରୀ 7ରୁ ସିଡନୀରେ ତୃତୀୟ ଟେଷ୍ଟ ଆରମ୍ଭ ହେବ । ସେଥିପାଇଁ ସୋମବାର ଉଭୟ ଭାରତ ଓ ଅଷ୍ଟ୍ରେଲିଆ ଦଳ ସିଡନୀରେ ପହଞ୍ଚିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.