ETV Bharat / sports

ଆଡିଲେଡ ଟେଷ୍ଟ, 2ୟ ଦିନ ଷ୍ଟମ୍ପସ୍: 191ରେ ଅଲଆଉଟ ଅଷ୍ଟ୍ରେଲିଆ, 62 ରନରେ ଆଗୁଆ ଭାରତ - ଭାରତ ବନାମ ଅଷ୍ଟ୍ରେଲିଆ ପିଙ୍କ ଟେଷ୍ଟ

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ଦୃଢ ସ୍ଥିତିରେ ଭାରତ । ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା 191 ରନରେ ଅଷ୍ଟ୍ରେଲିଆର ଅଲଆଉଟ, ଭାରତ 62 ରନରେ ଆଗୁଆ । ଅଧିକ ପଢନ୍ତୁ...

AUS vs IND: Australia all out for 191, India take 53-run lead
ଆଡିଲେଡ ଟେଷ୍ଟ: 191ରେ ଅଲଆଉଟ ଅଷ୍ଟ୍ରେଲିଆ, ଭାରତକୁ ମିଳିଲା 53 ରନର ଅଗ୍ରଣୀ/ ଲିଡ
author img

By

Published : Dec 18, 2020, 5:01 PM IST

Updated : Dec 18, 2020, 6:19 PM IST

ଆଡିଲେଡ: ଆଡିଲେଷ୍ଟ ଟେଷ୍ଟର ଦ୍ବିତୀୟ ଦିନ ଖେଳ ଶେଷ । ଷ୍ଟମ୍ପ ଅପସାରଣ ସୁଦ୍ଧା ଭାରତର ସ୍କୋର 9/1 ରହିଛି । ଫଳରେ 62 ରନରେ ଆଗୁଆ ରହିଛି ବିରାଟ ବାହିନୀ । ତେବେ ଓପନର ପୃଥ୍ବୀ ଶ’ଙ୍କ ୱିକେଟ ହରାଇଛି ଦଳ । ଜଶପ୍ରୀତ ବୁମରା ନାଇଟ ୱାଚମ୍ୟାନ ଭାବେ ମୟଙ୍କ ଅଗ୍ରୱାଲଙ୍କ ସହ ଅପରାଜିତ ଫେରିଛନ୍ତି ।

AUS vs IND: Australia all out for 191, India take 53-run lead
ଆଡିଲେଡ ଟେଷ୍ଟ

ପୂର୍ବରୁ କ୍ୟାପଟେନ ଟିମ ପେଇନଙ୍କ ଲଢୁଆ ଅର୍ଦ୍ଧଶତକ ସହାୟତାରେ ଘରୋଇ ଅଷ୍ଟ୍ରେଲିଆର ପ୍ରଥମ ଇଂନିସ 191 ରନରେ ଶେଷ ହୋଇଥିଲା । ପିଙ୍କ ବଲରେ ଭାରତୀୟ ବୋଲରଙ୍କ ଘାତକ ବୋଲିଂର ସାମ୍ନା କରିପାରିନଥିଲେ ଘରୋଇ ଦଳର ବ୍ୟାଟ୍ସମ୍ୟାନ । ଦଳର 6 ଜଣ ଖେଳାଳି ଦୁଇ ଅଙ୍କ ସ୍କୋର ସ୍ପର୍ଶ କରି ପାରିନଥିଲେ ।

ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ସର୍ବାଧିକ 4ଟି ୱିକେଟ ଅକ୍ତିଆର କରିଛନ୍ତି । ଉମେଶ ଯାଦବ 3ଟି ଓ ଜଶପ୍ରୀତ ବୁମରା 2ଟି ୱିକେଟ ହାସଲ କରି ଅଷ୍ଟ୍ରେଲିଆ ଇଂନିସକୁ ଶୀଘ୍ର ଶେଷ କରିଥିଲେ । କଙ୍ଗାରୁ କ୍ୟାପେଟନ ଟିମ ପେଇନ କିଛି ସମୟ ପାଇଁ ଭାରତୀୟ ବୋଲରଙ୍କୁ ସାମ୍ନା କରିବା ସହ ଅର୍ଦ୍ଧଶତକ ହାସଲ କରିଥିଲେ । ମାତ୍ର ତାଙ୍କୁ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନଙ୍କ ସାଥ୍ ମିଳିନଥିଲା ।

ଫଳରେ ବର୍ଡର ଗାଭାସ୍କର ଟ୍ରଫି ସିରିଜର ପ୍ରଥମ ଟେଷ୍ଟରେ ଦୃଢ ସ୍ଥିତିରେ ରହିଛି ଭାରତ । ପିଙ୍କ୍ ବଲରେ ଦେଖିବାକୁ ମିଳିଛି ଭାରତୀୟ ବୋଲରଙ୍କ କମାଲ । ଘରୋଇ ଅଷ୍ଟ୍ରେଲିଆକୁ 191 ରନରେ ଅଲଆଉଟ କରିଛି ବିରାଟ ବାହିନୀ । ଫଳରେ ଭାରତକୁ 53 ରନର ପ୍ରଥମ ଇଂନିସ ଅଗ୍ରଣୀ ମିଳିଥିଲା ।

ସ୍ପିନର ରବିଚନ୍ଦ୍ର ଅଶ୍ବିନ ସର୍ବାଧିକ 4ଟି ୱିକେଟ ଅକ୍ତିଆର କରିଛନ୍ତି । ଉମେଶ ଯାଦବ 3ଟି ଓ ଜଶପ୍ରୀତ ବୁମରା 2ଟି ୱିକେଟ ହାଇତେଇଛନ୍ତି । କଙ୍ଗାରୁ କ୍ୟାପଟେନ ଟିମ ପେନଙ୍କ ବ୍ୟତୀତ ଘରୋଇ ଦଳର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭାରତୀୟ ବୋଲରଙ୍କ ସାମ୍ନାରେ ବେଶୀ ସମୟ ତିଷ୍ଠି ପାରିନଥିଲେ । ପେଇନ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି 73 ରନର ଉପଯୋଗୀ ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି ।

ଭାରତୀୟ ବୋଲରଙ୍କ ଘାତକ ବୋଲିଂକୁ ସାମ୍ନା କରିନପାରି 111 ରନରେ 7 ୱିକେଟ ହରାଇ ଘୋର ବ୍ୟାଟିଂ ବିପର୍ଯ୍ୟୟ ସମ୍ମୁଖୀନ ହୋଇଥିଲା ଅଷ୍ଟ୍ରେଲିଆ । ତେବେ ମିଚେଲ ଷ୍ଟାର୍କ ଓ ନାୟନ ଲାୟନଙ୍କ ସହ ମିଶି କ୍ୟାପଟେନ ପେଇନ ଦଳର ସ୍କୋରକୁ 190 ପରା କରାଇଥିଲେ । ତେବେ ଏଥିପାଇଁ ଭାଗ୍ୟ ସାଥ ଦେଇଥିଲା ।

ଅନ୍ୟମାନଙ୍କ ମଧ୍ୟରେ ମାର୍ନସ ଲାବୁସାନ 47 ରନର ଇଂନିସ ଖେଳିଥିଲେ । ତେବେ ଆରମ୍ଭରୁ ଭାରତୀୟ ଖେଳାଳି ଲାବୁସାନଙ୍କ କ୍ୟାଚ ହାତଛଡା କରିବା ପରେ ସେ ସୁଯୋଗର ଫାଇଦା ଉଠାଇଥିଲେ । ଷ୍ଟାର ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ 29 ବଲ ଖେଳିଥିଲେ ମଧ୍ୟ ମାତ୍ର 1 ରନ କରି ପାଭିଲିୟନ ଫେରିଥିଲେ । ମାଥ୍ୟୁ ୱେଡ, ଜୋ ବର୍ଣ୍ଣସ ଓ ଟ୍ରାଭିସ ହେଡ ଦୁଇ ଅଙ୍କ ସ୍କୋର ଛୁଇଁ ପାରିନଥିଲେ ।

ପୂର୍ବରୁ କ୍ୟାପଟେନ ବିରାଟ କୋହଲିଙ୍କ ଦମଦାର 74, ଚେତେଶ୍ବର ପୂଜାରା 43, ଓ ରାହାଣେଙ୍କ 42 ରନ ସହାୟତାରେ ଭାରତ ପ୍ରଥମ ଇଂନିସରେ 244 ରନ ସଂଗ୍ରହ କରିଛି ।

ସଂକ୍ଷିପ୍ତ ସ୍କୋର: ଭାରତ 244 ଅଲଆଉଟ, 9/1

ଅଷ୍ଟ୍ରେଲିଆ ପ୍ରଥମ ଇଂନିସ: 191 ଅଲଆଉଟ 72. 1 ଓଭର(ମାର୍ନସ ଲାବୁସାନ 47, ଟିମ ପେଇନ 73 ଅପରାଜିତ; ରବିଚନ୍ଦ୍ରନ ଅଶ୍ବିନ 4/55, ବୁମରା 3/40) ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 18, 2020, 6:19 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.