ETV Bharat / sports

ପିଙ୍କ ବଲ୍ ଟେଷ୍ଟରେ କଡା ଟକ୍କର ଆଶା ଥିଲା: ଟିମ ପେନ

author img

By

Published : Dec 19, 2020, 6:51 PM IST

ଅଷ୍ଟ୍ରେଲିଆ କ୍ୟାପଟେନ ଟିମ ପେନ କହିଛନ୍ତି ପିଙ୍କ୍ ବଲ ଟେଷ୍ଟରେ ସଂଘର୍ଷପୂର୍ଣ୍ଣ ଓ କଡା ଟକ୍କର ଆଶା ଥିଲା ।

Aus vs Ind, 1st Test: Was expecting a real dogfight, says Paine
ପିଙ୍କ ବଲ୍ ଟେଷ୍ଟରେ କଡା ଟକ୍କର ଆଶା ଥିଲା: ଟିମ ପେନ

ଆଡିଲେଡ: 4 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ 1-0ରେ ଆଗୁଆ ହେବା ପରେ ଅଷ୍ଟ୍ରେଲିଆ କ୍ୟାପଟେନ ଟିମ ପେନ ଗୁରୁତ୍ବପୂର୍ଣ୍ଣ ବୟାନ ରଖିଛନ୍ତି ।

ପେନ କହିଛନ୍ତି ପିଙ୍କ୍ ବଲ ଟେଷ୍ଟରେ ସଂଘର୍ଷପୂର୍ଣ୍ଣ ଓ କଡା ଟକ୍କର ଆଶା ଥିଲା । ଟିମର ବ୍ୟାଟିଂ ପ୍ରଦର୍ଶନରେ ସୁଧାର କରିବାକୁ ପ୍ରୟାସ ହେବା ବୋଲି ପେନ କହିଛନ୍ତି । ତେବେ ଫର୍ମ ଫେରିପାଇବାକୁ ସଂଘର୍ଷ କରୁଥିବା ଜୋ ବର୍ଣ୍ଣସଙ୍କ ଦ୍ବିତୀୟ ଇଂନିସରେ ଅର୍ଦ୍ଧଶତକୀୟ ଇଂନିସ ଟିମ ପାଇଁ ଆଶ୍ବସ୍ଥିକର ହୋଇଛି ବୋଲି କହିଛନ୍ତି ।

ପିଙ୍କ ବଲ୍ ଟେଷ୍ଟରେ କଡା ଟକ୍କର ଆଶା ଥିଲା: ଟିମ ପେଇନ
Aus vs Ind, 1st Test: Was expecting a real dogfight, says Paine

"କେବେ ବି ଏହା ଆଶା ନଥିଲା, ଉଭୟ ଟିମର ବୋଲିଂ ଆଟାକ ଶ୍ରୀଘ୍ର ୱିକେଟ ଦଳକ କ୍ଷମତା ରଖିଛନ୍ତି । ମାତ୍ର ଏତେଶୀଘ୍ର ଶେଷ ହୋଇଯିବ ବୋଲି ଆଶା ନଥିଲା, ବାସ୍ତବରେ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚର ଆଶା ଥିଲା । ଏହି ଚମତ୍କାର ପ୍ରଦର୍ଶନ ପାଇଁ ବୋଲିଂ ବିଭାଗକୁ ସଂପୂର୍ଣ୍ଣ ଶ୍ରେୟ ଯାଉଛି ।

ଏହା ସହ ଏକ ସକରାତ୍ମକ ଆରମ୍ଭ ।" ବୋଲିଂ ଦମଦାର ଥିଲା ମାତ୍ର ବ୍ୟାଟିଂ ନେଇ ସାମାନ୍ୟ ଧ୍ୟାନ ଦେବାକୁ ହେବ ବୋଲି ପେନ କହିଛନ୍ତି ।

ଟିମ ପେଇନ

ପ୍ରଥମ ଇଂନିସରେ 10ଟି ଚୌକା ସହାୟତାରେ 73 ରନର ମହତ୍ବପୂର୍ଣ୍ଣ ଇଂନିସ ପାଇଁ ପେନ ପ୍ଲେଆର ଅଫ ଦ ମ୍ୟାଚ ହୋଇଛନ୍ତି । ଅଷ୍ଟ୍ରେଲିଆ ପକ୍ଷରୁ ଦ୍ବିତୀୟ ଇଂନିସରେ ଜସ ହେଜଲଉଡ 5ଟି ୱିକେଟ ଓ ପାଟ କମିନ୍ସ 4ଟି ଅକ୍ତିଆର କରିଥିଲେ । ଫଳରେ ଭାରତୀୟ ଟିମ ଟେଷ୍ଟ କ୍ରିକେଟରେ ଏଯାବତ ଖେଳିଥିବା ସର୍ବନିମ୍ନ ରନ 36ରେ ଅଲଆଉଟ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.