ETV Bharat / sports

ଭାରତ ବନାମ ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ: ପୂଜାରା ଭାଙ୍ଗିଲେ ରୁଟଙ୍କ ଏହି ରେକର୍ଡ

ଅଷ୍ଟ୍ରେଲିଆ ବିପକ୍ଷରେ ଗତ 10 ବର୍ଷ ମଧ୍ୟରେ ଟେଷ୍ଟ କ୍ରିକେଟରେ ସର୍ବାଧିକ ବଲ୍ ର ସାମ୍ନା କରିଥିବା ଇଂଲଣ୍ଡ କ୍ୟାପଟେନ ଜୋ ରୁଟଙ୍କ ରେକର୍ଡ ଭାଙ୍ଗିଲେ ଚେତେଶ୍ବର ପୂଜାରା । ଅଧିକ ପଢନ୍ତୁ...

author img

By

Published : Dec 18, 2020, 4:16 PM IST

AUS vs IND, 1st Test: Cheteshwar Pujara breaks Joe Root's this record
ଭାରତ ବନାମ ଅଷ୍ଟ୍ରେଲିଆ, ପ୍ରଥମ ଟେଷ୍ଟ: ପୂଜାରା ଭାଙ୍ଗିଲେ ରୁଟଙ୍କ ଏହି ରେକର୍ଡ

ଆଡିଲେଡ: ଭାରତୀୟ ବ୍ୟାଟ୍ସମ୍ୟାନ ଚେତେଶ୍ବର ପୂଜାରା ଗୁରୁବାର ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ନିଜର ଅର୍ଦ୍ଧଶତକ ହାତଛଡା କରିଥିଲେ । ତେବେ ସେ ଇଂଲଣ୍ଡ କ୍ୟାପଟେନ ଜୋ ରୁଟଙ୍କ ଏକ ବଡ ରେକର୍ଡକୁ ଭଙ୍ଗ କରିଛନ୍ତି । ଗତ 10 ବର୍ଷ ମଧ୍ୟରେ ଅଷ୍ଟ୍ରେଲିଆ ବିପକ୍ଷରେ କ୍ରିକେଟର ଲମ୍ବା ଫର୍ମାଟରେ ସର୍ବାଧିକ ବଲର ସାମ୍ନା କରିଥିବା ରୁଟଙ୍କ ରେକର୍ଡକୁ ଭଙ୍ଗ କରିଛନ୍ତି ପୂଜାରା ।

ଗତ 10 ବର୍ଷ ମଧ୍ୟରେ ପୂଜାରା ଅଷ୍ଟ୍ରେଲିଆ ବିପକ୍ଷରେ 28ଟି ଇଂନିସରେ 3,609 ବଲର ସାମ୍ନା କରିଛନ୍ତି । ଆଡିଲେଡ ଟେଷ୍ଟର ପ୍ରଥମ ଦିନରେ 160 ବଲରୁ 43 ରନର ଇଂନିସ ଖେଳିଥିଲେ ପୂଜାରା ।

ସେହିପରି ରୁଟ, ଗତ ଦଶନ୍ଧିରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ କ୍ରିକେଟରେ 3,607 ବଲର ସାମ୍ନା କରିବା ସହ 5962 ରନ ସଂଗ୍ରହ କରିଛନ୍ତି । ଭାରତୀୟ କ୍ୟାପଟେନ ବିରାଟ କୋହଲି 3,115 ଓ ଭେଟେରାନ ବ୍ୟାଟ୍ସମ୍ୟାନ ଆଲିଷ୍ଟାର କୁକ 3,274 ବଲ୍ ସାମ୍ନା କରିଛନ୍ତି ।

ରକ୍ଷଣଶୀଳ ଓ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ସହ ପୂଜାରା ପିଙ୍କ ବଲ ଟେଷ୍ଟର ପ୍ରଥମ ଦିନରେ ଅଷ୍ଟ୍ରେଲୀୟ ବୋଲରଙ୍କୁ ସଫଳତାର ସହ ସାମ୍ନା କରିଥିଲେ । ତେବେ ନାଥନ ଲାୟନଙ୍କ ଦ୍ବାରା ପ୍ରଥମ ଦିନର ଚା' ପାନ ବିରତିର ମାତ୍ର କିଛି ସମୟ ପୂର୍ବରୁ ଆଉଟ ହୋଇଥିଲେ । ଟେଷ୍ଟ କ୍ରିକେଟରେ 10ମ ଥର ପାଇଁ ଲାୟନଙ୍କ ଶିକାର ହୋଇଛନ୍ତି ପୂଜାରା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.