ETV Bharat / sports

ଏସିଆ କପ ଜିତିଲା ଜୁନିଅର ଟିମ ଇଣ୍ଡିଆ

author img

By

Published : Sep 14, 2019, 7:05 PM IST

ଭାରତୀୟ ଯୁବ ବୋଲର ଅର୍ଥବ ଅନକୋଲେକରଙ୍କ 5 ୱିକେଟ ହଲ ବଳରେ 5ରନରେ ଏହି ଲୋ-ସ୍କୋରିଂ ମ୍ୟାଚ ଜିତିଯାଇଛି 19ବର୍ଷରୁ କମ ଭାରତୀୟ ଦଳ ।

ଡିଜାଇନ ଫଟୋ

କଲମ୍ବୋ: 19 ବର୍ଷରୁ କମ ଏସିଆ କପ ଫାଇନାଲ ମ୍ୟାଚରେ ହାଇ ଭୋଲ୍ଟେଜ ଡ୍ରାମା । ବିପକ୍ଷ ଦଳ ଆଗରେ 107ରନର ବିଜୟ ଲକ୍ଷ୍ୟ । ଆଉ ଡ୍ରାମାର କ୍ଲାଇମାକ୍ସ ଦୃଶ୍ଯ ଥିଲା ଏମିତି । ବିଜୟ ସୀମା ପାର କରିବା ପାଇଁ ଥିଲା 6ରନ ଆବଶ୍ୟକ । ହାତରେ ଥିଲା ଦୁଇ ୱିକେଟ ଓ 120ବଲ । ମାତ୍ର ବିଜୟ ଦ୍ବାର ଦେଶରୁ ମ୍ୟାଚ ଛଡାଇ ଆଣିଲା ଜୁନିଅର ଟିମ ଇଣ୍ଡିଆ । ବିପକ୍ଷ ବାଂଲାଦେଶକୁ ମାତ୍ର 5ରନରେ ମାତ୍ ଦେଇ 7ମ ଥର ପାଇଁ ଏସିଆ କପ ଟାଇଟଲ ହାତେଇଲା 19 ବର୍ଷରୁ କମ ଭାରତୀୟ ଦଳ ।

ତେବେ ଭାରତୀୟ ଯୁବ ବୋଲର ଅର୍ଥବ ଅନକୋଲେକରଙ୍କ 5 ୱିକେଟ ହଲ ବଳରେ 5ରନରେ ଏହି ଲୋ-ସ୍କୋରିଂ ମ୍ୟାଚ ଜିତିଯାଇଛି ଭାରତୀୟ ଦଳ । ଶ୍ରୀଲଙ୍କାର ଆରପିଏସ୍‌ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ପ୍ରଥମ ବ୍ୟାଟିଂ କରି ମାତ୍ର 106ରନ କରିଥିଲା ଭାରତୀୟ ଦଳ । କିନ୍ତୁ ଦଳର ବୋଲରଙ୍କ ଘାତକ ବୋଲିଂ ଦ୍ବାରା ମ୍ୟାଚକୁ କବଜା କରି ନେଲା ଟିମ ଇଣ୍ଡିଆ । ବିପକ୍ଷ ବାଂଲାଦେଶ ଦଳ 33 ଓଭର ଖେଳି ମାତ୍ର 101ରନ କରିବାକୁ ସକ୍ଷମ ହୋଇଥିଲା ।
5 ୱିକେଟ ହଲ ନେଇଥିବା ଅନକୋଲେକରଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଭାବେ ବିବେଚିତ କରାଯାଇଛି ।

ତେବେ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ମାତ୍ର 8ରନରେ ଟପ ଅର୍ଡରକୁ ହରାଇ ସଂକଟରେ ପଡିଥିଲା । ପରେ ଅଧିନାୟକ ଧୃବ ଓ ଶାଶ୍ବତ ମିଶି ଦଳର ପାଳି ସମ୍ଭାଳିଥିଲେ । 57ବଲରୁ 33ରନ ପାଳି ଖେଳିଥିଲେ ଅଧିନାୟକ । ସେହପରି 43ବଲରୁ 37ରନର ପାଳି ଖେଳିଥିବା କାରନ ଲାଲ ଦଳୀୟ ସ୍କୋରକୁ 100ରନ ପାରି କରାଯାଇଥିଲେ । ତେବେ 32.4ଟି ବଲ ଖେଳି ମାତ୍ର 106ରନ କରିପାରିଥିଲା ଯୁବ ଭାରତୀୟ ଦଳ ।

ପରେ ବିପକ୍ଷ ଦଳର ବ୍ୟାଟିଂ ଲାଇନ ଅର୍ଡରକୁ ଧ୍ବସଂ କରିବାକୁ ଲାଗିଲେ ଭାରତୀୟ ଯୁବ ବୋଲର । ମାତ୍ର 13ରନରେ ପାଭେଲିଅନ ଫେରିଲେ ବାଂଲାଦେଶର ଟପ 3 ବ୍ୟାଟ୍ସମ୍ୟାନ । ଦଳ ପକ୍ଷରୁ ଅଧିନାୟକ ଆକବର ଅଲ୍ଲୀ ସର୍ବାଧିକ 23ରନର ପାଳି ଖେଳିଛନ୍ତି । ଭାରତୀୟ ବୋଲିଂରେ ଅର୍ଥବ ଅନକୋଲେକରଙ୍କ ବ୍ୟତିତ 3ଟି ଶୀକାର କରିଛନ୍ତି ଆକାଶ ସିଂ ।

Intro:Body:

prabhu

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.