ETV Bharat / sports

ଆଇପିଏଲ ଖେଳିବେ ଜୁନିୟର ତେନ୍ଦୁଲକର

ଭାରତୀୟ ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ, ଆଇପିଏଲ 2021 ନିଲାମ ପାଇଁ ପଞ୍ଜୀକରଣ କରିଛନ୍ତି । ଅଧିକ ପଢନ୍ତୁ...

Arjun Tendulkar registers for IPL 2021 Player Auction
ଆଇପିଏଲ ଖେଳିବେ ଜୁନିୟର ତେନ୍ଦୁଲକର
author img

By

Published : Feb 6, 2021, 4:19 PM IST

ନୂଆଦିଲ୍ଲୀ: ଭାରତୀୟ ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ, ଆଇପିଏଲ 2021 ନିଲାମ ପାଇଁ ପଞ୍ଜୀକରଣ କରିଛନ୍ତି । ଚେନ୍ନାଇରେ ଫେବ୍ରୁଆରୀ 18ରେ ଆଇପିଏଲର ମେଗା ନିଲାମି କାର୍ଯ୍ୟକ୍ରମ ଆୟୋଜିତ ହେବ ।

ବେସ୍‌ ପ୍ରାଇସ 20 ଲକ୍ଷ ସହ ଅର୍ଜୁନ ପଞ୍ଜୀକରଣ କରିଛନ୍ତି । ଗତ ମାସରେ ସେ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ହରିୟାଣା ବିପକ୍ଷରେ ମୁମ୍ବାଇ ବିରଷ୍ଠ ଟିମରେ ଡେବ୍ୟୁ କରିଥିଲେ ।

3 ଓଭରରେ 34 ରନ ବ୍ୟୟକରି ଗୋଟିଏ ୱିକେଟ ହାସଲ କରିଥିଲେ । ମାତ୍ର ସେହି ମ୍ୟାଚକୁ ହରିୟାଣା 8 ୱିକେଟରେ ଜିତିନେଇଥିଲା ।

ପରେ ପୁଡୁଚେରୀ ବିପକ୍ଷରେ 33 ରନ ବ୍ୟୟରେ ଗୋଟିଏ ୱିକେଟ ହାସଲ କରିଥିଲେ ଅର୍ଜୁନ । ଗୁରୁବାର ଆଇପିଏଲ ନିଲାମ ପାଇଁ ଖେଳାଳି ପଞ୍ଜୀକରଣର ଶେଷ ଦିନ ଥିଲା । 814 ଜଣ ଭାରତୀୟ ଓ 283 ଜଣ ବିଦେଶୀ ଖେଳାଳିଙ୍କ ସମେତ ମୋଟ 1097 ଜଣ ଖେଳାଳି ନିଲାମ ପାଇଁ ପଞ୍ଜୀକରଣ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.