ETV Bharat / sports

ପ୍ରଥମ ଥର ମୁମ୍ବାଇ ସିନିୟର ଟିମରେ ଜୁନିୟର ତେନ୍ଦୁଲକର - Mumbai's senior squad

କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ସୁପୁତ୍ର ଯୁବ ବାମହାତୀ ଦ୍ରୁତ ବୋଲର ଅର୍ଜୁନ ତେନ୍ଦୁଲକର ପ୍ରଥମ ଥର ପାଇଁ ମୁମ୍ବାଇ ସିନିୟର ଟିମରେ ସ୍ଥାନ ପାଇଛନ୍ତି । ଅଧିକ ପଢନ୍ତୁ...

Arjun Tendulkar picked in Mumbai's senior squad for first time
ପ୍ରଥମ ଥର ମୁମ୍ବାଇ ସିନିୟର ଟିମରେ ଜୁନିୟର ତେନ୍ଦୁଲକର
author img

By

Published : Jan 2, 2021, 10:32 PM IST

ମୁମ୍ବାଇ: କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ସୁପୁତ୍ର ଯୁବ ବାମହାତୀ ଦ୍ରୁତ ବୋଲର ଅର୍ଜୁନ ତେନ୍ଦୁଲକର ପ୍ରଥମ ପାଇଁ ମୁମ୍ବାଇ ସିନିୟର ଟିମରେ ସ୍ଥାନ ପାଇଛନ୍ତି । ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ପାଇଁ ଘୋଷିତ 22 ଜଣିଆ ସ୍କ୍ବାଡରେ ଅର୍ଜୁନଙ୍କ ନାମ ରହିଛି । ଶନିବାର ଏନେଇ ମୁମ୍ବାଇ ଟିମର ମୁଖ୍ୟ ଚୟନକର୍ତ୍ତା ସାଲିଲ ଆଙ୍କୋଲା ସ୍ପଷ୍ଟ କରିଛନ୍ତି ।

ଅର୍ଜୁନଙ୍କ ବ୍ୟତୀତ କ୍ରୁତିକ ହାନାଗାଭାଦିଙ୍କ ନାମରେ ଆଉଜଣେ ଦ୍ରୁତ ବୋଲର ମଧ୍ୟ ସ୍କ୍ବାଡରେ ରହିଛନ୍ତି ।

ପୂର୍ବରୁ ବିସିସିଆଇ ପକ୍ଷରୁ 20 ଜଣ ଖେଳାଳିଙ୍କୁ ଚୟନ କରିବାକୁ କହିଥିଲା, ମାତ୍ର ପରେ 22 ଖେଳାଳିଙ୍କୁ ସ୍କ୍ବାଡରେ ସାମିଲ କରିପାରିବେ ବୋଲି ସ୍ପଷ୍ଟ କରିଥିଲା । ଏନେଇ MCA ପକ୍ଷରୁ ଔପଚାରିକ ଭାବେ ଘୋଷଣା କରାଯାଇଛି ।

ପ୍ରଥମ ଥର ପାଇଁ 21 ବର୍ଷୀୟ ଅର୍ଜୁନ ମୁମ୍ବାଇ ସିନିୟର ସ୍କ୍ବାଡରେ ସ୍ଥାନ ପାଇଛନ୍ତି ।

ମୁମ୍ବାଇ ପକ୍ଷରୁ ବୟସ-ବର୍ଗ ଟୁର୍ଣ୍ଣାମେଣ୍ଟ ଖେଳିବା ସହ ଟିମର ସଦସ୍ୟ ରହିଥିଲେ । ପୂର୍ବରୁ ଭାରତୀୟ ଜାତୀୟ ଟିମର ନେଟସ ଓ 19 ବର୍ଷରୁ କମ ଭାରତୀୟ ଟିମ ପକ୍ଷରୁ ପ୍ରତିନିଧିତ୍ବ କରିଛନ୍ତି । ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ସୂର୍ଯ୍ୟକୁମାର ଯାଦବଙ୍କୁ ମୁମ୍ବାଇ ଟିମର ଅଧିନାୟକ ଦାୟିତ୍ବ ମିଳିଛି ।

ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି, ଜାତୀୟ ଟି-20 ଚମ୍ପିଆନସିପ ଜାନୁଆରୀ 10ରୁ ଆରମ୍ଭ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.