ETV Bharat / sports

ମୁମ୍ବାଇ ସିନିୟର ଟିମରେ ଡେବ୍ୟୁ କଲେ ଜୁନିୟର ତେନ୍ଦୁଲକର - ହରିୟାଣା ବିପକ୍ଷରେ ଡେବ୍ୟୁ

ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ହରିୟାଣା ବିପକ୍ଷରେ ସିନିୟର ମୁମ୍ବାଇ ଟିମରେ ଡେବ୍ୟୁ କରିଛନ୍ତି କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର । ଅଧିକ ପଢନ୍ତୁ...

Arjun Tendulkar makes Mumbai senior team debut
ମୁମ୍ବାଇ ସିନିୟର ଟିମରେ ଡେବ୍ୟୁକଲେ ଜୁନିୟର ତେନ୍ଦୁଲକର
author img

By

Published : Jan 15, 2021, 3:29 PM IST

ମୁମ୍ବାଇ: ସିନିୟର ମୁମ୍ବାଇ ଟିମରେ ଡେବ୍ୟୁ କରିଛନ୍ତି କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର । ଶୁକ୍ରବାର ଚଳିତ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଟୁର୍ଣ୍ଣାମେଣ୍ଟରେ ହରିୟାଣା ବିପକ୍ଷରେ ଅର୍ଜୁନଙ୍କୁ ମୁମ୍ବାଇ ଚୁଡାନ୍ତ ଏକାଦଶରେ ସ୍ଥାନ ମିଳିଛି । ଶରଦ ପାୱର କ୍ରିକେଟ ଏକାଡେମୀ, BKC ରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ ।

ଏହି ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରଥମ ଥର ପାଇଁ ମୁମ୍ବାଇ ସିନିୟର ସ୍କ୍ବାଡରେ ଅର୍ଜୁନଙ୍କୁ ସାମିଲ କରାଯାଇଥିଲା । ତେବେ ପ୍ରଥମ ଦୁଇଟି ମ୍ୟାଚରେ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇବାରୁ ବଞ୍ଚିତ ହୋଇଥିଲେ । ତେବେ ଟୁର୍ଣ୍ଣାମେଣ୍ଟରେ ମୁମ୍ବାଇର ତୃତୀୟ ମ୍ୟାଚରେ ସୁଯୋଗ ପାଇଛନ୍ତି ଅର୍ଜୁନ ।

ପୂର୍ବରୁ ବୁଧବାର ଖେଳାଯାଇଥିବା ମ୍ୟାଚରେ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବାଧୀନ ମୁମ୍ବାଇ 8 ୱିକେଟରେ କେରଳ ବିପକ୍ଷରେ ପରାଜିତ ହୋଇଥିଲା । ମହମ୍ମଦ ଆଝାରୁଦ୍ଦିନ ମାତ୍ର 37 ବଲରେ ଶତକ ହାସଲ କରିବା ସହ ୱାଙ୍ଖେଡେ ଷ୍ଟାଡିୟମରେ ନିଜ ଦଳ କେରଳକୁ ବିଜୟୀ କରାଇଥିଲେ । 54 ବଲରୁ ଧୁଆଁଧାର 137 ରନର ଇଂନିସ ଖେଳି ଚର୍ଚ୍ଚାର ପରିସରକୁ ଆସିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.