ETV Bharat / sports

ଷ୍ଟାଡିୟମ ଉଦଘାଟନ ଉତ୍ସବରେ ବିରୁଷ୍କାଙ୍କ ରୋମାନ୍ସ

author img

By

Published : Sep 13, 2019, 11:58 PM IST

ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ନାମରେ ନାମିତ ହୋଇଛି ଏକ ଫ୍ୟାନ ପାଭେଲିଅନ । ଏହି ଅବସରରେ ବିରାଟଙ୍କା ନାଁ ଘୋଷଣା ହେବା ବେଳେ ସେ ଭାବୁକ ହୋଇପଡିଥଲେ । ପରେ ପତ୍ନୀ ଅନୁଷ୍କା ବିରାଟଙ୍କ ହାତରେ କିସ କରି ତାଙ୍କ ହାତ ଥାପୁଡାଇଥିଲେ ।

ଡିଜାଇନ ଫଟୋ

ନୂଆଦିଲ୍ଲୀ: ସ୍ଥାନୀୟ କୋଟଲା ଗ୍ରାଉଣ୍ଡ ଏବେ ଅରୁଣ ଜେଟଲୀ ଷ୍ଟାଡିୟମ ନାମରେ ନାମିତ । ସେହିପରି ଷ୍ଟାଡିୟମ ଭିତରେ ମଧ୍ୟ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ନାମରେ ନାମିତ ହୋଇଛି ଏକ ଫ୍ୟାନ ପାଭେଲିଅନ । ଗୁରୁବାର ଏହାର ଉନ୍ନମୋଚନ ହୋଇଯାଇଛି । ତେବେ ଏହି ଉଦଘାଟନ ଉତ୍ସବରେ ଦେଖିବାକୁ ମିଳିଛି ବିରୁଷ୍କାଙ୍କ ରୋମାନ୍ସ ।

ତେବେ ଏହି ସମାରୋହରେ ବିରାଟ କୋହଲି ଏବଂ ତାଙ୍କ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କ ସମେତ ଟିମ ଇଣ୍ଡିଆ ମୁଖ୍ୟ କୋଚ ରବି ଶାସ୍ତ୍ରୀ ଏବଂ ଭାରତୀୟ ଦଳର ସବୁ ଖେଳାଳି ଉପସ୍ଥିତ ଥିଲେ । ଏହି ଅବସରରେ ବିରାଟଙ୍କା ନାଁ ଘୋଷଣା ହେବା ବେଳେ ସେ ଭାବୁକ ହୋଇପଡିଥଲେ । ପରେ ପତ୍ନୀ ବିରାଟଙ୍କ ହାତରେ କିସ କରି ତାଙ୍କ ହାତ ଥାପୁଡାଇଥିଲେ । ତେବେ ଏହି ଭିଜୁଆଲ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ତେବେ ଷ୍ଟାଣ୍ଡ ଉନ୍ନମୋଚନ ଅବସରରେ ବିରାଟ କହିଛନ୍ତି, "ଏତେ ବଡ ସମ୍ମାନରେ ମତେ ସମ୍ମାନିତ କରାଯିବାକୁ ମୁଁ ବିଶ୍ବାସ କରି ପାରୁ ନାହିଁ । ଷ୍ଟାଡିୟମର ଏକ ଷ୍ଟାଣ୍ଡ ମୋ ନାଁରେ କରାଯାଉଛି, ବାସ୍ତବରେ ଏହା ମୋ ପାଇଁ ବ ସମ୍ମାନର କଥା । ଏଥିପାଇଁ ମୁଁ ବିସିସିଆଇ, ଡିଡିସିଏ, ରଜତ ରଜତ ଶର୍ମା ଓ ମୋ କୋଚ୍‌ଙ୍କୁ ଧନ୍ୟବାଦ ଜଣାଉଛି । ମୋ ପାଖରେ ଶବ୍ଦ ନାହିଁ ମୋ ଖୁସି ଜାହିର କରିବାକୁ । "
ସୂଚନାଯୋଗ୍ୟ, ଜେଟଲୀଙ୍କ ଦେହାନ୍ତ ପରେ ଫିରୋଜ ଶାହ କୋଟଲା ଷ୍ଟାଡିୟମର ନାଁ ଅରୁଣ ଜେଟଲୀ ଷ୍ଟାଡିୟମ କରିବାକୁ ଡିସିଡିଏ ପ୍ରସ୍ତାବ ଦେଇଥିଲା । ତେବେ ଏହି ସମାରୋହ ଉତ୍ସବରେ ଗୃହମନ୍ତ୍ରୀ ଅମିତ୍‌ ଶାହ ଏବଂ କେନ୍ଦ୍ର କ୍ରୀଡାମନ୍ତ୍ରୀ କିରନ ରିଜ୍ଜୁ ଉପସ୍ଥିତ ଥିଲେ ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.