ETV Bharat / sports

ଆଜୀବନ ବାସନ୍ଦାଦେଶର ପୁନଃର୍ବିଚାର ପାଇଁ ବିସିସିଆକୁ ଅଙ୍କିତଙ୍କ ଅନୁରୋଧ

author img

By

Published : Jul 3, 2020, 6:50 PM IST

ଆଜୀବନ ବାସନ୍ଦାଦେଶ ନେଇ ପୁନଃର୍ବିଚାର କରିବାକୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଓ ମୁମ୍ବାଇ କ୍ରିକେଟ ଆସୋସିଏସନକୁ ଅନୁରୋଧ କରିଛନ୍ତି ଅଙ୍କିତ ଚଭାନ ।

Ankeet Chavan requests BCCI to reconsider life ban
ଆଜୀବାନ ବାସନ୍ଦାଦେଶର ପୁନଃର୍ବିଚାର ପାଇଁ ବିସିସିଆକୁ ଅଙ୍କିତଙ୍କ ଅନୁରୋଧ

ହାଇଦ୍ରାବାଦ: ଆଜୀବନ ବାସନ୍ଦାଦେଶ ନେଇ ପୁନଃର୍ବିଚାର କରିବାକୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଓ ମୁମ୍ବାଇ କ୍ରିକେଟ ଆସୋସିଏସନକୁ ଅନୁରୋଧ କରିଛନ୍ତି ଅଙ୍କିତ ଚଭାନ । 2013 ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳିଥିବା ଅଙ୍କିତ, ସ୍ପଷ୍ଟ ଫିକ୍ସିଂ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ।

ଅଙ୍କିତ ଚଭାନଙ୍କ ସମେତ, ଏସ ଶ୍ରୀସାନ୍ତ, ଓ ଅଜିତ ଚନ୍ଦିଲାଙ୍କୁ ବସିସିଆଇ ଶୃଙ୍ଖଳା କମିଟି ଦଣ୍ଡିତ କରିଥିଲା । ଏହାପରେ 2015ରେ ଦିଲ୍ଲୀ ଟ୍ରାଏଲ କୋର୍ଟ ପ୍ରମାଣ ଅଭାବରୁ ଖେଳାଳିଙ୍କ ଉପରେ ଥିବା ସମସ୍ତ ଅଭିଯୋଗକୁ ଖାରଜ କରିଥିଲେ ।

ଚଳିତ ବର୍ଷ ଶେଷ ଶ୍ରୀସାନ୍ତଙ୍କ ଦଣ୍ଡଦେଶ ଶେଷ ହେଉଥିବାରୁ କ୍ରିକେଟକୁ ଫେରିବା ସମ୍ଭାବନା ରହିଛି । ଏପରିକି କେରଳ ରଣଜୀ କ୍ରିକେଟ ଟିମ ଶ୍ରୀସାନ୍ତଙ୍କୁ ଟିମରେ ସାମିଲ କରିଛି । ଫଳରେ ଲେଗସ୍ପିନର ଅଙ୍କିତ ମଧ୍ୟ ବାସନ୍ଦାଦେଶକୁ ମୁକୁଳିବା ପାଇଁ ଆଶାବାଦୀ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.