ETV Bharat / sports

ଜାଫରଙ୍କୁ ମିଳିଲା କୁମ୍ବଲେଙ୍କ ସମର୍ଥନ, ଲାଗିଛି ସାମ୍ପ୍ରଦାୟିକ ଅଭିଯୋଗ

author img

By

Published : Feb 11, 2021, 7:31 PM IST

ୱାସିମ ଜାଫର ଉତ୍ତରାଖଣ୍ଡର କୋଚ ପଦ ତ୍ୟାଗ କରିବା ସହ ରାଜ୍ୟ କ୍ରିକେଟ ସଂଘ ପକ୍ଷରୁ କରାଯାଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଅଧିକ ପଢନ୍ତୁ...

Anil Kumble supports former India teammate Jaffer amid communal row
ଜାଫରଙ୍କୁ ମିଳିଲା କୁମ୍ବଲେଙ୍କ ସମର୍ଥନ, ଲାଗିଛି ସାମ୍ପ୍ରଦାୟିକ ଅଭିଯୋଗ

ନୂଆଦିଲ୍ଲୀ: ସ୍ପିନ କିମ୍ବଦନ୍ତୀ ଅନିଲ କୁମ୍ବଲେ ଗୁରୁବାର ପୂର୍ବତନ ଭାରତୀୟ ସାଥୀଖେଳାଳି ୱାସିମ ଜାଫରଙ୍କୁ ସମର୍ଥନ ଜଣାଇଛନ୍ତି ।

ଉତ୍ତରାଖଣ୍ଡ କ୍ରିକେଟ ଆସୋସିଏସନ(CAU) ରାଜ୍ୟର ଟିମର କୋଚ ଜାଫରଙ୍କ ଉପରେ ଧର୍ମ-ଭିତ୍ତିକ ଚୟନ କରିବାକୁ ପ୍ରୟାନ କରୁଥିବା ଅଭିଯୋଗ ଆଣିଥିଲା । ଏହାପରେ ବୁଧବାର ଜାଫର ଉତ୍ତରାଖଣ୍ଡର କୋଚ ପଦ ତ୍ୟାଗ କରିବା ସହ ରାଜ୍ୟ କ୍ରିକେଟ ସଂଘ ପକ୍ଷରୁ କରାଯାଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଟିମରେ ମୁସଲିମ ଖେଳାଳିଙ୍କୁ ସମର୍ଥନ କରୁଥିବା ସଂଘ ଅଭିଯୋଗ କରିଥିଲା । ତେବେ ପୂର୍ବତନ ଭାରତୀୟ କ୍ୟାପଟେନ ତଥା ଆଇସିସି କ୍ରିକେଟ କମିଟି ମୁଖ୍ୟ ଅନିଲ କୁମ୍ବଲେ ଜାଫରଙ୍କ ନିଷ୍ପତ୍ତିକୁ ସମର୍ଥନ ଜଣାଇଛନ୍ତି ।

Anil Kumble supports former India teammate Jaffer amid communal row
ଅନିଲ କୁମ୍ବଲେ

କୁମ୍ବଲେ କହିଛନ୍ତି, "ଜାଫର ତୁମ ସହିତ ରହିଛି, ଉଚିତ ପଦକ୍ଷେପ ନେଇଛ । ଏହା ଦୁର୍ଭାଗ୍ୟପୂର୍ଣ୍ଣ ହେବ ଯେ, ଖେଳାଳିମାନେ ତୁମର ମେଣ୍ଟରସିପ୍‌ରୁ ବଞ୍ଚିତ ହେବେ ।" ଟ୍ବିଟରେ ଏହା ଉଲ୍ଲେଖ କରିଛନ୍ତି କୁମ୍ବଲେ ।

42 ବର୍ଷୀୟ ଜାଫର, ଭାରତ ପାଇଁ 31ଟି ଟେଷ୍ଟ ଖେଳିଛନ୍ତି ଓ ଘରୋଇ କ୍ରିକେଟରେ ନିଜର ନିଆରା ଛାପ ଛାଡିଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସିଏୟୁ ସମ୍ପାଦକ ମହୀମ ବର୍ମା ତାଙ୍କ ଉପରେ ଆରୋପ ଲଗାଇଥିଲେ, ଯେଉଁଥିରେ ସେ ବ୍ୟଥିତ ହୋଇଥିଲେ । ଏହାପରେ ତୁରନ୍ତ କୋଚ ପଦ ଛାଡିଦେଇଥିଲେ ଭେଟେରାନ ପୂର୍ବତନ କ୍ରିକେଟର ୱାସିମ ଜାଫର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.