ETV Bharat / sports

ଅବସରରୁ ଅମ୍ବାତି ରାଇଡୁଙ୍କ ୟୁ-ଟର୍ଣ୍ଣ - ଭିଭିଏସ ଲକ୍ଷ୍ମଣ

ଭାରତୀୟ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଅମ୍ବାତି ରାଇଡୁ କ୍ରିକେଟର ସମସ୍ତ ଫର୍ମାଟକୁ ଅଲବିଦା କହିଥିଲେ । ମାତ୍ର ସେ ଏବେ ନିଜ ନିଷ୍ପତ୍ତିରେ ୟୁ-ଟର୍ଣ୍ଣ ମାରିଛନ୍ତି ।

ଡିଜାଇନ ଫଟୋ
author img

By

Published : Aug 30, 2019, 11:10 PM IST

ହାଇଦ୍ରାବାଦ: ଭାରତୀୟ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଅମ୍ବାତି ରାଇଡୁ କ୍ରିକେଟର ସମସ୍ତ ଫର୍ମାଟକୁ ଅଲବିଦା କହିଥିଲେ । ମାତ୍ର ସେ ଏବେ ନିଜ ନିଷ୍ପତ୍ତିରୁ ୟୁ-ଟର୍ଣ୍ଣ ମାରିଛନ୍ତି । ବିଶ୍ବକପ ଦଳରୁ ବାଦ ପଡିବା ପରେ ଚୟନକର୍ତ୍ତାଙ୍କ ଉପରେ କ୍ଷୁବ୍ଧ ହୋଇ ଅବସର ଘୋଷଣା କରିଥିଲେ ।

Ambati Rayudu
ଅମ୍ବାତି ରାୟୁଡୁ

ହାଇଦ୍ରାବାଦ କ୍ରିକେଟ ଆସୋସିଏସନକୁ ରାଇଡୁ ଏକ ଭାବପୂର୍ଣ୍ଣ ଚିଠି ଲେଖିଛନ୍ତି । ସେଥିରେ ସେ ତାଙ୍କୁ ଅବସର ନିଷ୍ପତ୍ତି ବଦଳାଇ ପୁଣିଥରେ ସମସ୍ତ ଫର୍ମାଟରେ କ୍ରିକେଟ ଖେଳିବାକୁ ଚାହାଁନ୍ତି ବୋଲି କହିଛନ୍ତି ।

ଏଥିସହିତ ଆଇପିଏଲ ଦଳ ଚେନ୍ନାଇ ସୁପର କିଙ୍ଗ୍ସକୁ ସେ ଧନ୍ୟବାଦ ଜଣାଇବା ସହ ସେ ଖେଳିବାକୁ ଚାହାଁନ୍ତି ବୋଲି କହିଛନ୍ତି । ଭିଭିଏସ ଲକ୍ଷ୍ମଣ, ନୋଏଲ ଡେଭିଡ ଏହି କଠିନ ସମୟରେ ତାଙ୍କର ସାଥ ଦେଇଛନ୍ତି । ଆହୁରି ଅନେକ କ୍ରିକେଟ ତାଙ୍କ ଭିତରେ ରହିଛି ବୋଲି ସେ ଅନୁଭବ କରୁଥିବା ଲେଖିଛନ୍ତି । ସେଥିପାଇଁ ସେ ମତ ପରିବର୍ତ୍ତନ କରି କ୍ରିକେଟକୁ ଫେରିବାକୁ ଚାହାଁନ୍ତି ବୋଲି କହିଛନ୍ତି ରାଇଡୁ ।

ହାଇଦ୍ରାବାଦର କ୍ରିକେଟ ଆସୋସିଏନ(HCA) ପକ୍ଷରୁ 2019-20 ସିଜନରେ ଟି-20 କ୍ରିକେଟ ଖେଳିବା ନେଇ ଚର୍ଚ୍ଚା ହେଉଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.