ETV Bharat / sports

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ରାଇଡୁ

author img

By

Published : Jul 3, 2019, 1:55 PM IST

କ୍ରିକେଟର ସମସ୍ତ ଫର୍ମାଟରୁ ତରବରିଆ ଭାବେ ଅବସର ଘୋଷଣା କରିଛନ୍ତି ଭାରତୀୟ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଅମ୍ବାତି ରାଇଡୁ । ଏନେଇ ସେ ବିସିଆଇକୁ ଚିଠି ଲେଖିଥିବା ସୂଚନା ରହିଛି ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ହାଇଦ୍ରାବାଦ: କ୍ରିକେଟର ସମସ୍ତ ଫର୍ମାଟରୁ ତରବରିଆ ଭାବେ ଅବସର ଘୋଷଣା କରିଛନ୍ତି ଭାରତୀୟ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଅମ୍ବାତି ରାଇଡୁ । ଏନେଇ ସେ ବିସିଆଇକୁ ଚିଠି ଲେଖିଥିବା ସୂଚନା ରହିଛି । ତେବେ ସେ କେବଳ ଆଇପିଏଲରେ ଖେଳିବେ ।

ଉଲ୍ଲେଖଥାଉ କି, ଭାରତୀୟ 15 ଜଣିଆ ବିଶ୍ବକପ ଦଳରେ ତାଙ୍କୁ ସାମିଲ କରାଯାଇ ନଥିଲା । ବିଶ୍ବକପ ପୂର୍ବରୁ ଦୀର୍ଘ ଦୁଇ ବର୍ଷ ଧରି ସେ ଟିମ ସହିତ ଜଡିତ ଥିଲେ ମଧ୍ୟ ତାଙ୍କୁ ଚୟନ କରାଯାଇ ନଥିଲା । ତାଙ୍କ ସ୍ଥାନରେ ମଧ୍ୟକ୍ରମ ବ୍ୟାଟ୍ସ ମ୍ୟାଚନ ଭାବେ ବିଜୟ ଶଙ୍କରଙ୍କୁ ସ୍ଥାନ ମିଳିଥିଲା ।

ତେବେ ଚଳିତ ବିଶ୍ବକପରେ ଭାରତର ଦୁଇ ଖେଳାଳି ଶିଖର ଧୱନ ଓ ବିଜୟ ଶଙ୍କର ଆହତ ହୋଇ ଭାରତ ଫେରିଛନ୍ତି । ମାତ୍ର ଏ କ୍ଷେତ୍ରରେ ମଧ୍ୟ ରାଇଡୁଙ୍କୁ ସ୍ଥାନ ମିଳି ନାହିଁ । ଧୱନଙ୍କ ସ୍ଥାନରେ ଋଷବ ପନ୍ତଙ୍କୁ ସ୍ଥାନ ମିଳିଥିବା ବେଳେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ବିଜୟ ଶଙ୍କରଙ୍କ ସ୍ଥାନରେ ମୟଙ୍କ ଅଗ୍ରାୱାଲଙ୍କୁ ଡକରା ମିଳିଛି । ଫଳରେ ରାଇଡୁ ହତାଶ ହୋଇ ଅବସର ଘୋଷଣା କରିଥିବା ଚର୍ଚ୍ଚା ହେଉଛି ।

Intro:Body:

BLANK

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.