ETV Bharat / sports

ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କରିବେ ମୋଟେରା ଷ୍ଟାଡିୟମର ଉଦ୍‌ଘାଟନ - ଅହମଦାବାଦରେ ଟ୍ରମ୍ପ

ଆଗାମୀ 24 ତାରିଖରେ ବିଶ୍ବର ସବୁଠାରୁ ବଡ କ୍ରିକେଟ ଷ୍ଟାଡିୟମ ମୋଟେରା ଷ୍ଟାଡିୟମର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

motera-cricket-stadium
motera-cricket-stadium
author img

By

Published : Feb 14, 2020, 1:22 AM IST

ଗାନ୍ଧୀନଗର: ଆଗାମୀ 24 ତାରିଖରେ ଅହମଦାବାଦଠାରେ ବିଶ୍ବର ସବୁଠାରୁ ବଡ କ୍ରିକେଟ ଷ୍ଟାଡିୟମର ହେବ ଉଦ୍‌ଘାଟନ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଷ୍ଟାଡିୟମର କରିବେ ଉଦ୍‌ଘାଟନ ।

ଏନେଇ ରାଜ୍ୟ ପ୍ରଶାସନ ଓ ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କ ଅହମଦବାଦ ଗସ୍ତ ସମୟରେ ଅହମଦାବାଦ ସିଭିଲ ଡାକ୍ତରଖାନାର ଏକ ଡାକ୍ତରଙ୍କ ଟିମ୍‌ ସେଠାରେ ଉପସ୍ଥିତ ରହିବେ ।

ଭିଡିଓ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ସୂଚନାଥାଉକି, ସରଦାର ପଟେଲ ଷ୍ଟାଡିୟମ ଏବେ ନୂଆ ରୂପ ନେଇଛି । ଏହି ଷ୍ଟାଡିୟମରେ ପୂର୍ବରୁ 53ହଜାର ଲୋକ ବସିବାର ସୁବିଧା ଥିଲା । ବର୍ତ୍ତମାନ ଏହି ଷ୍ଟାଡିୟମରେ ପ୍ରାୟ 1ଲକ୍ଷ 10ହଜାର ଲୋକ ଏକା ସାଥିରେ ବସିବାର ବ୍ୟବସ୍ଥା କରାଯାଇଛି ।

ଗୁଜରାଟ କ୍ରିକେଟ ଆସୋସିଏସନ ଦ୍ବାରା ନିର୍ମିତ ଏହି ଷ୍ଟାଡିୟମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଏହା ଡ୍ରିମ ପ୍ରୋଜେକ୍ଟ ଥିଲା । ଅମିତ ଶାହ ଗୁଜୁରାଟ କ୍ରିକେଟ ଆସୋସିଏସନର ଅଧ୍ୟକ୍ଷ ହେବା ପରେ ଏହି ପ୍ରୋଜେକ୍ଟର ଶୁଭାରମ୍ଭ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.