ETV Bharat / sports

ଆଇପିଏଲ ଖେଳିବାକୁ ଦକ୍ଷିଣ ଆଫ୍ରିକା କ୍ରିକେଟରଙ୍କୁ ବୋର୍ଡର ଗ୍ରିନ ସିଗନାଲ

author img

By

Published : Jul 23, 2020, 9:04 PM IST

ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ ଆଇପିଏଲ ଅନୁବନ୍ଧିତ ସମସ୍ତ 10 ଖେଳାଳିଙ୍କୁ ଅନୁମତି(NOC) ପ୍ରଦାନ କରିବ ବୋଲି ଘୋଷଣା କରିଛି । ଏନେଇ ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ(CSA) ମିଡିଆ ମ୍ୟାନେଜର କୋକେଟସୋ ଗାଓଫେଟଜ ଗୁରୁବାର ସ୍ପଷ୍ଟ କରିଛନ୍ତି ।

All IPL-bound Proteas players to be issued NOC's by CSA
ଆଇପିଏଲ ଖେଳିବାକୁ ଦକ୍ଷିଣ ଆଫ୍ରିକା କ୍ରିକେଟରଙ୍କୁ ବୋର୍ଡର ଗ୍ରିନ ସିଗନାଲ

ନୂଆଦିଲ୍ଲୀ: ଆଇପିଏଲ 2020 ନେଇ ବିଶ୍ବର ବିଭିନ୍ନ କ୍ରିକେଟ ବୋର୍ଡ ସକରାତ୍ମକ ନିଷ୍ପତି ନେଉଥିବା ଦେଖିବାକୁ ମିଳିଛି । କୋରୋନା ମହାମାରୀ ଯୋଗୁଁ ସମସ୍ତ କ୍ରିକେଟ କ୍ୟାଲେଣ୍ଡର ପ୍ରଭାବିତ ହୋଇଛି । ଅନ୍ୟପଟେ ସ୍ବାସ୍ଥ୍ୟଗତ ଓ ସୁରକ୍ଷା କାରଣ ନେଇ ଆଇପିଏଲ ଖେଳିବାକୁ ବିଦେଶୀ ଖେଳାଳିକୁ ଅନୁମତି ନେଇ ପ୍ରଶ୍ନ ରହିଥିଲା ।

ତେବେ ସଦ୍ୟ ସୂଚନା ଅନୁଯାୟୀ, ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ ଆଇପିଏଲ ଅନୁବନ୍ଧିତ ସମସ୍ତ 10 ଖେଳାଳିଙ୍କୁ ଅନୁମତି(NOC) ପ୍ରଦାନ କରିବ ବୋଲି ଘୋଷଣା କରିଛି । ଏନେଇ ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ(CSA) ମିଡିଆ ମ୍ୟାନେଜର କୋକେଟସୋ ଗାଓଫେଟଜ ଗୁରୁବାର ସ୍ପଷ୍ଟ କରିଛନ୍ତି ।

10 ଜଣ ଦକ୍ଷିଣ ଆଫ୍ରିକା ଖେଳାଳି ଇଣ୍ଡିଆନ ପ୍ରିମିୟର ଲିଗରେ ଖେଳିବାକୁ ଯାଉଛନ୍ତି । ଏବି ଡି ଭିଲର୍ସ(ଆରସିବି), କ୍ରିସ ମୋରିସ(ଆରସିବି), ଡେଲ ଷ୍ଟେନ(ଆରସିବି), କ୍ବିଣ୍ଟନ ଡି କକ୍(ମୁମ୍ବାଇ ଇଣ୍ଡିଆନ୍ସ), ଫାଫ୍ ଡୁ ପ୍ଲେସିସ୍(ଚେନ୍ନାଇ ସୁପର କିଙ୍ଗ୍ସ), ଇମ୍ରାନ ତାହିର(ଚେନ୍ନାଇ ସୁପର କିଙ୍ଗ୍ସ), ଲୁଙ୍ଗି ଏଙ୍ଗିଡି(ଚେନ୍ନାଇ ସୁପର କିଙ୍ଗ୍ସ), କାଗିସୋ ରବାଡା(ଦିଲ୍ଲୀ କ୍ୟାପିଟାଲ୍ସ), ହାର୍ଡସ ଭେଲଜିଅନ(କିଙ୍ଗ୍ସ ଇଲେଭେନ ପଞ୍ଜାବ) ଓ ଡେଭିଡ ମିଲର(ରାଜସ୍ତାନ ରୟାଲ୍ସ) ।

ଆଇପିଏଲର 13ତମ ସଂସ୍କରଣ ୟୁଏଇରେ ଖେଳାଯିବ । ଏନେଇ ସ୍ପଷ୍ଟ କରିଛନ୍ତି ଆଇପିଏଲ ଚେୟାରମ୍ୟାନ ବ୍ରିଜେଶ ପଟେଲ ।

ପୂର୍ବରୁ ଆଇପିଏଲ 2020 ଗତ ମାର୍ଚ୍ଚ 29ରୁ ଆରମ୍ଭ ହେବାନେଇ ସୂଚୀ ରହିଥିଲା । ମାତ୍ର ମହାମାରୀ କୋରୋନା ଭାଇରସ ଯୋଗୁଁ ଏହି ମେଗା ଟି-20 ଲିଗକୁ ସ୍ଥଗିତ ରଖାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.