ETV Bharat / sports

ଆକ୍ରମଙ୍କ ଖୁଲାସା: ନେବାକୁ ଚାହୁଁଥିଲେ ଡୋନାଲ୍ଡଙ୍କ ଘାତକ ବାଉନ୍ସରର ପ୍ରତିଶୋଧ - Akram recounts revenge psyche

ଦକ୍ଷିଣ ଆଫ୍ରିକା ବୋଲର ଆଲାନ ଡୋନାଲ୍ଡଙ୍କ ଘାତକ ବାଉନ୍ସରର ପ୍ରତିଶୋଧ ନେବାକୁ ଚାହୁଁଥିଲେ, ପାକିସ୍ତାନର ପୂର୍ବତନ କ୍ରିକେଟର ୱାସିମ ଆକ୍ରମ ।

Akram recounts 'revenge psyche' after Donald bouncer got him 20 stitches
ଆକ୍ରମଙ୍କ ଖୁଲାସା: ନେବାକୁ ଚାହୁଁଥିଲେ ଡୋନାଲ୍ଡଙ୍କ ଘାତକ ବାଉନ୍ସରର ପ୍ରତିଶୋଧ
author img

By

Published : Jun 11, 2020, 10:35 AM IST

ଲାହୋର: ପାକିସ୍ତାନର ପୂର୍ବତନ କ୍ରିକେଟର ୱାସିମ ଆକ୍ରମଙ୍କ ବଡ ଖୁଲାସା । ଦକ୍ଷିଣ ଆଫ୍ରିକା ବୋଲର ଆଲାନ ଡୋନାଲ୍ଡଙ୍କ ଘାତକ ବାଉନ୍ସରର ପ୍ରତିଶୋଧ ନେବାକୁ ଚାହୁଁଥିଲେ ବୋଲି ଆକ୍ରମ କହିଛନ୍ତି । ପୂର୍ବତନ ସାଥି କ୍ରିକେଟର ବାସିତ ଅଲ୍ଲୀଙ୍କ ସହ ଏକ ଅନଲାଇନ ଭିଡିଓ ସେସନରେ ଏହା କହିଛନ୍ତି ମହାନ କ୍ରିକେଟର ୱାସିମ ଆକ୍ରମ ।

Akram recounts 'revenge psyche' after Donald bouncer got him 20 stitches
ୱାସିମ ଆକ୍ରମ

ଉଭୟ ଆକ୍ରମ ଓ ଡୋନାଲ୍ଡ ନିଜ ସମୟର ବିଶ୍ବର ଶ୍ରେଷ୍ଠ ବୋଲର ରହିଛନ୍ତି । ଇଂଲଣ୍ଡରେ ଲାନକାସେୟର ପକ୍ଷରୁ ଖେଳୁଥିବା ବେଳେ, ବର୍ଷ 1989ରେ ଏକ ମ୍ୟାଚରେ ଆକ୍ରମ 8 ନଂ ସ୍ଥାନରେ ବ୍ୟାଟିଂ ପାଇଁ ଆସିଥିଲେ । ଆଲାନ ଡୋନାଲ୍ଡ ଘଣ୍ଟାପ୍ରତି ପ୍ରାୟ 150 କିଲୋମିଟର ବେଗରେ ଏକ ଘାତକ ସଟପିଚ ବଲ ବୋଲିଂ କରିଥିଲେ । ତେବେ ଏହାକୁ ଖେଳିବାକୁ ଯାଇ ଆହତ ହୋଇଥିଲ ଆକ୍ରମ । ବଲଟି ସିଧା ଆକ୍ରମଙ୍କ ଦେହରେ ଲାଗିଥିଲା । ଫଳରେ ପ୍ରାୟ 20ଟି ଷ୍ଟିଚ କରିବାକୁ ପଡିଥିଲା । ଏହି ଘଟଣା ପରେ ସୁସ୍ଥ ହୋଇ ଡୋନାଲ୍ଡଙ୍କ ବଲର ଜବାବ ଦେବାକୁ ଚାହୁଁଥିଲେ ବୋଲି ଆକ୍ରମ ସ୍ବୀକାର କରିଛନ୍ତି ।

ଆଲାନ ଡୋନାଲ୍ଡ

ଉଭୟ ଖେଳାଳି ଅନ୍ତର୍ଜାତୀୟ କ୍ରିକେଟରେ ନିଜର ପ୍ରଭାବୀ ପ୍ରଦର୍ଶନ ପାଇଁ ଛାପ ଛାଡିଛନ୍ତି । ଆକ୍ରମ ଦିନିକିଆରେ 502 ଓ ଟେଷ୍ଟରେ 414 ୱିକେଟ ଅକ୍ତିଆର କରିଥିବା ବେଳେ, ଡୋନାଲ୍ଡଙ୍କ ନାମରେ ଦିନିକିଆରେ 272 ଓ ଟେଷ୍ଟରେ 330 ୱିକେଟ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.