ନୂଆଦିଲ୍ଲୀ: ନୂଆ କରି ବାପା ହୋଇଥିବା ଭାରତୀୟ କ୍ରିକେଟର ଆଜିଙ୍କ୍ୟ ରାହାଣେ ନିଜ ନବଜାତ ଶିଶୁକନ୍ୟାର ଫଟୋ ସେୟାର କରିଛନ୍ତି । ଶନିବାର ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ରାହାଣେଙ୍କ ସ୍ତ୍ରୀ ରାଧିକା ଧୋପକର । ଚଳିତ ଘରୋଇ ଟେଷ୍ଟ ଶୃଙ୍ଖଳାରେ ସକ୍ରିୟ ଅଛନ୍ତି ଭାରତୀୟ ଉପ-ଅଧିନାୟକ ଆଜିଙ୍କ୍ୟ ରାହାଣେ ।
ତେବେ ଶନିବାର ବିଶାଖାପାଟଣାରେ ଟେଷ୍ଟ ମ୍ୟାଚ୍ ଖେଳୁଥିବା ସମୟରେ ସେ ଏହି ଖୁସି ଖବର ଶୁଣାଇଥିଲେ । ଆଉ ସୋବବାର ରାହାଣେ ସୋସିଆଲ ମିଡିଆରେ ନିଜ ଝିଅ ଓ ପତ୍ନୀଙ୍କ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ରାହାଣେ ଲେଖିଛନ୍ତି, "ହେଲୋ" । ସେହିପରି ରାଧିକା େକ ଫଟୋ ସେୟାର କରି ଲେଖିଛନ୍ତି, " ଆମ ଖୁସର ସମ୍ଭର ଏଠାରେ । " ଏହି ଫଟୋରେ ରାହାଣେ ଓ ତାଙ୍କ ପତ୍ନୀ ରାଧିକା ନିଜ ନବଜାତ ଝିଅକୁ ଖୁସିରେ ଦେଖୁଛନ୍ତି ।
ତେବେ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ରାହାଣେଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ୱିଟ୍ କରିଛନ୍ତି, ରାଧିକା ଓ ରାହାଣେଙ୍କୁ ଅନେକ ଶୁଭେଚ୍ଚା । ପ୍ରଥମଥର ମାତା-ପିତା ହେବାର ଖୁସିର କୌଣସି ତୁଳନା ନାହିଁ । ଏବେ ଡାଇପର୍ ବଦଳିବା ପାଇଁ ନାଇଟ୍ ୱାଚମ୍ୟାନର ଆନନ୍ଦ ଉଠାଅ । ଉଲ୍ଲେଖଥାଉ କି, 2014ରେ ନିଜ ପିଲା ଦିନର ସାଥୀ ରାଧିକାଙ୍କୁ ବିବାହ କରିଥିଲେ ରାହାଣେ । ଗତ ସପ୍ତାହରେ ରାଧିକା ଗର୍ଭବତୀ ହେବା ନେଇ ଏକ ଭାବାତ୍ମକ ପୋଷ୍ଟ କରିଥିଲେ ।