ETV Bharat / sports

କୋରୋନା ମୁକାବିଲା: 10 ଲକ୍ଷ ସହାୟତା ରାଶି ଦେଲେ ରାହାଣେ - କୋରୋନା ଭାଇରସ

ଟିମ ଇଣ୍ଡିଆର ଟେଷ୍ଟ ଉପ-ଅଧିନାୟକ ଅଜିଙ୍କ୍ୟ ରାହାଣେ ମହାମାରୀ କୋରୋନା ମୁକାବିଲା ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ 10 ଲକ୍ଷ ଟଙ୍କା ଦାନ କରିଛନ୍ତି ।

Ajinkya Rahane donates
କୋରୋନା ମୁକାବିଲା: 10 ଲକ୍ଷ ସହାୟତା ରାଶି ଦେଲେ ରାହାଣେ
author img

By

Published : Mar 29, 2020, 6:00 PM IST

ମୁମ୍ବାଇ: ମହାମାରୀ କୋରୋନା ଭାଇରସର ମୁକାବିଲା କରୁଛି ଭାରତ । ତେବେ ଏହି ମୁକାବିଲାରେ ସରକାରଙ୍କ ସହ ସହାୟତାର ହାତ ବଢାଇଛନ୍ତି ଦେଶର ପ୍ରତିଷ୍ଠିତ ବ୍ୟକ୍ତି, ଉଦ୍ୟୋଗପତି, ରାଜନେତା, କ୍ରୀଡାବିତ, କଳାକାର ଓ ସମାଜସେବୀ ।

Ajinkya Rahane donates
ଅଜିଙ୍କ୍ୟ ରାହାଣେ

ଏହି କ୍ରମରେ ସାମିଲ ହୋଇଛନ୍ତି ଟିମ ଇଣ୍ଡିଆର ଟେଷ୍ଟ ଉପ-ଅଧିନାୟକ ଅଜିଙ୍କ୍ୟ ରାହାଣେ । ମୁମ୍ବାଇ କ୍ରିକେଟର ରାହାଣେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ 10 ଲକ୍ଷ ଟଙ୍କା ଦାନ କରିଛନ୍ତି ।

ତେବେ ରାହାଣେଙ୍କ ପୂର୍ବରୁ ଏକାଧିକ କ୍ରୀଡାବିତ ସହାୟତା ରାଶି ପ୍ରଦାନ କରିଛନ୍ତି । ସଚିନ ତେନ୍ଦୁଲକର 50 ଲକ୍ଷ, ସୁରେଶ ରୈନା 52 ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । କୋରୋନା ଭାଇରସରେ ମହାରାଷ୍ଚ୍ର ଦେଶର ସର୍ବାଧିକ ପ୍ରଭାବିତ ରାଜ୍ୟ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.