ETV Bharat / sports

ଆଜି ମହିଳା ଟି-20 ବିଶ୍ବକପ ଫାଇନାଲ, ନଜର ପକାନ୍ତୁ ଭାରତୀୟ ଦଳର ଫାଇନାଲ ଯାତ୍ରା ଉପରେ - India's journey

7ଥରର ଚମ୍ପିଆନ ତଥା ଘରୋଇ ଦଳ ଅଷ୍ଟ୍ରେଲିଆକୁ ଭେଟୁଛି ପ୍ରଥମଥର ବିଶ୍ବକପ ଫାଇନାଲରେ ପ୍ରବେଶ କରିଥିବା ଭାରତୀୟ ମହିଳା ଦଳ । ଫାଇନାଲ ଫାଇଟ ପୂର୍ବରୁ ଆସନ୍ତୁ ନଜର ପକାଇବା କେମିତି ଥିଲା ଭାରତୀୟ ଦଳର ଫାଇନାଲ ଯାତ୍ରା ।

ahead-of-womens-t20-wc-final-lets-have-a-look-at-indias-journey
ଆଜି ମହିଳା ଟି-20 ବିଶ୍ବକପ ଫାଇନାଲ, ନଜର ପକାନ୍ତୁ ଭାରତୀୟ ଦଳର ଫାଇନାଲ ଯାତ୍ରା ଉପରେ
author img

By

Published : Mar 8, 2020, 11:31 AM IST

ମେଲବୋର୍ଣ୍ଣ: ବିଶ୍ବ ମହିଳା ଦିବସରେ ଆଇସିସି ମହିଳା ଟି-20 ବିଶ୍ବକପ ଫାଇନାଲ । 7ଥରର ଚମ୍ପିଆନ ତଥା ଘରୋଇ ଦଳ ଅଷ୍ଟ୍ରେଲିଆକୁ ଭେଟୁଛି ପ୍ରଥମଥର ବିଶ୍ବକପ ଫାଇନାଲରେ ପ୍ରବେଶ କରିଥିବା ଭାରତୀୟ ମହିଳା ଦଳ । ତେବେ ଫାଇନାଲ ଫାଇଟ ପୂର୍ବରୁ ଆସନ୍ତୁ ନଜର ପକାଇବା କେମିତି ଥିଲା ଭାରତୀୟ ଦଳର ଫାଇନାଲ ଯାତ୍ରା ।

ଚଳିତ ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହିଛି ଭାରତୀୟ ଦଳ । ହରମନପ୍ରୀତ୍‌ ବାହିନୀ କୌଣସି ମ୍ୟାଚ ନ ହାରି ବିଶ୍ବକପ ଫାଇନାଲରେ ପ୍ରବେଶ କରିଛି । ଟୁର୍ଣ୍ଣାମେଣ୍ଟରେ ଇଂଲଣ୍ଡ ବିପକ୍ଷ ସେମିଫାଇନାଲ ବର୍ଷାରେ ଧୋଇଯିବା ପରେ ଗ୍ରୁପ ଟପ୍ପର ଆଧାରରେ ଫାଇନାଲରେ ପ୍ରବେଶ କରିଥିଲା ଭାରତୀୟ ଦଳ । ତେବେ ଆଜି ବିଶ୍ବ ମହିଳା ଦିବସରେ ଫାଇନାଲ ଫାଇଟ ଦେଖିବାକୁ ବିଶ୍ବର 2ୟ ବୃହତମ ଗ୍ରାଉଣ୍ଡରେ ପ୍ରାୟ 80 ହଜାର ଦର୍ଶକ ଜମାହେବାର ସମ୍ଭାବନା ରହିଛି ।

ତେବେ ଲିଗ୍‌ ପର୍ଯ୍ୟାୟର ପ୍ରଥମ ମ୍ୟାଚରେ ଡିଫେଣ୍ଡିଂ ଚମ୍ପିଆନ ତଥା ଚଳିତଥରର 2ୟ ଫାଇନାଲିଷ୍ଟ ଅଷ୍ଟ୍ରେଲିଆକୁ ହରାଇ ବିଶ୍ବକପ ଅଭିଯାନ ଆରମ୍ଭ କରିଥିଲା ଭାରତୀୟ ମହିଳା ଦଳ । 132ରନର ଲୋ ସ୍କୋରକୁ ଡିଫେଣ୍ଡ କରିବାରେ ସକ୍ଷମ ହୋଇଥିଲା ଭାରତ । ସ୍ପିନର ପୁନମ ଯାଦବଙ୍କ 4 ୱିକେଟ ବଳରେ 17ରନରେ ମ୍ୟାଚ ବିଜୟୀ ହୋଇଥିଲା ଓମେନ ଇନ ବ୍ଲୁ । ସେହପରି 2ୟ ମ୍ୟାଚରେ ବାଂଲାଦେଶକୁ 18 ରନରେ ପରାସ୍ତ କରିଥିଲା ଟିମ ଇଣ୍ଡିଆ । ପରେ ପରେ ଶକ୍ତିଶାଳୀ ନ୍ୟୁଜିଲାଣ୍ଡ ଦଳକୁ ହରାଇ ଦଳ ନିଜର ସେମିଫାଇନାଲ ଟିକେଟ ହାତେଇ ଥିଲା । ତେବେ ଏହି ମ୍ୟାଚରେ ଦେଖିବାକୁ ମିଳିଥିଲା ଜବରଦସ୍ତ ଲଢେଇ । ଯୁବ ତାରକ ଶେଫାଳି ବର୍ମାଙ୍କ ଧୂଆଁଧାର ପାଳି ବଳରେ ମ୍ୟାଚରେ ବିଜୟୀ ହୋଇଥିଲା ଦଳ । ପରବର୍ତ୍ତୀ ମ୍ୟାଚରେ ଶ୍ରୀଲଙ୍କାକୁ 47ରନରେ ପରାସ୍ତ କରିଥିଲା ଭାରତୀୟ ମହିଳା ଦଳ । ଏହି ମ୍ୟାଚରେ ମଧ୍ୟ ଶେଫାଳିଙ୍କ ବ୍ୟାଟ କମାଲ କରିଥିଲା । ଯୁବ ବ୍ୟାଟ୍ସଓମେନ 161ରନ କରି ଆଇସିସି ଟି-20 ମାନ୍ୟତାର ଶୀର୍ଷରେ ରହିଥିଲେ । ଶେଷରେ ସେମିଫାଇନାଲ ମ୍ୟାଚରେ ବିନା ଲଢେଇରେ ଫାଇନାଲକୁ ପ୍ରବେଶ କରିଥିଲା ଭାରତୀୟ ଦଳ ।

ତେବେ ଆଜି ଫାଇନାଲ ମ୍ୟାଚରେ ବିଜୟୀ ହୋଇ ପ୍ରଥମ ବିଶ୍ବକପ ଟ୍ରଫି ହାତେଇବା ଲକ୍ଷ୍ୟରେ ରହିଛି ହରମନପ୍ରୀତ୍‌ ବାହିନୀ । ସେପଟେ ଆଜି ଅଧିନାୟିକାଙ୍କ ଜନ୍ମଦିନ ହୋଇଥିବାରୁ ସେ ନିଜର ଜନ୍ମଦିନ ଉପହାରରେ ନିଜକୁ ବିଶ୍ବକପ ଟ୍ରଫି ଭେଟିଦେବାକୁ ଲକ୍ଷ୍ୟ ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.