ETV Bharat / sports

ସରିଲା 7 ବର୍ଷର ଅପେକ୍ଷା, କ୍ରିକେଟ ପଡିଆକୁ ଫେରିବେ ଶ୍ରୀସନ୍ଥ - kerala

7 ବର୍ଷ ପରେ ପଡ଼ିଆକୁ ଓହ୍ଲାଇବେ ବିବାଦୀୟ ଭାରତୀୟ ଫାଷ୍ଟ ବୋଲର ଏସ ଶ୍ରୀସନ୍ଥ । କେରଳରେ ହେବାକୁ ଥିବା କେସିଏ ପ୍ରେସିଡେଣ୍ଟ କପ ଟି-20 ଚ୍ୟାଲେଞ୍ଜରେ ପୁଣି ନିଜର ଜଲୱା ଦେଖାଇବେ ଶ୍ରୀସନ୍ଥ । ଅଧିକ ପଢ଼ନ୍ତୁ...

7 ବର୍ଷ ପରେ କ୍ରିକେଟକୁ ଫେରିବେ ବିବାଦୀୟ ଫାଷ୍ଟ ବୋଲର ଏସ ଶ୍ରୀସନ୍ଥ

author img

By

Published : Nov 27, 2020, 9:16 PM IST

କୋଚି: 7 ବର୍ଷ ପରେ ପଡ଼ିଆକୁ ଓହ୍ଲାଇବେ ବିବାଦୀୟ ଭାରତୀୟ ଫାଷ୍ଟ ବୋଲର ଏସ ଶ୍ରୀସନ୍ଥ । କେରଳରେ ହେବାକୁ ଥିବା କେସିଏ ପ୍ରେସିଡେଣ୍ଟ କପ ଟି-20 ଚ୍ୟାଲେଞ୍ଜରେ ପୁଣି ନିଜର ଜଲୱା ଦେଖାଇବେ ଏହି ଫାଷ୍ଟ ବୋଲର । ତାଙ୍କୁ ଖେଳିବାକୁ ଅନୁମତି ଦେଇଥିବାରୁ ସେ କେରଳ କ୍ରିକେଟ ଆସୋସିଏସନ ଓ ବିସିସିଆଇକୁ ଧନ୍ୟବାଦ ଦେଇଛନ୍ତି ।

7 ବର୍ଷ ପରେ କ୍ରିକେଟକୁ ଫେରିବେ ବିବାଦୀୟ ଫାଷ୍ଟ ବୋଲର ଏସ ଶ୍ରୀସନ୍ଥ

କେରଳ କ୍ରିକେଟ ଆସୋସିଏସନ ପକ୍ଷରୁ ଏହି ପ୍ରେସିଡେଣ୍ଟ କପ ଟି-20 ଚ୍ୟାଲେଞ୍ଜ ଆୟୋଜନ କରାଯାଉଛି। ଏହି ଟୁର୍ଣ୍ଣାମେଣ୍ଟରେ କେସିଏ ଟାଇଗର ଦଳ ପକ୍ଷରୁ ଖେଳିବେ ଶ୍ରୀସନ୍ଥ। କେରଳର ଆଲାପୁଝାରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ। ଟୁର୍ଣ୍ଣାମେଣ୍ଟରେ ଖେଳିବାକୁ ଥିବା ଖେଳାଳିଙ୍କ ନାମ ପ୍ରକାଶ କରିଛି କେରଳ କ୍ରିକେଟ ଆସୋସିଏସନ । ଏଥିରେ ଶ୍ରୀସନ୍ଥଙ୍କ ନାମ ରହିଛି । ଡିସେମ୍ବର 20 ତାରିଖରେ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ । ଏଥିପାଇଁ ଆଜି (ଶୁକ୍ରବାର) ପଡି଼ଆରେ ଜୋରଦାର ଅଭ୍ୟାସ କରିଛନ୍ତି ଏହି 37 ବର୍ଷୀୟ କ୍ରିକେଟର।

2013 ମସିହାରେ ଆଇପିଏଲର ସ୍ପଟ ଫିକ୍ସିଂ ମାମଲାରେ ସଂପୃକ୍ତ ଥିଲେ ଏସ. ଶ୍ରୀସନ୍ଥ । ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଥିବା ବେଳେ ଶ୍ରୀସନ୍ଥଙ୍କ ସହ ଅଜିତ ଚାଣ୍ଡିଲା ଓ ଅଙ୍କିତ ଚୌହାନ ମଧ୍ୟ ସ୍ପଟ ଫିକ୍ସିଂ ମାମଲାରେ ସଂପୃକ୍ତ ରହିଥିଲେ। ଏଥିପାଇଁ 3 ଜଣ ଜଣେ ବୁକି ସହ ସମ୍ପର୍କରେ ରହିଥିବା ନେଇ ପ୍ରମାଣ ମିଳିଥିଲା। ଏହାପରେ ବିସିସିଆଇ ଶ୍ରୀସନ୍ଥଙ୍କ ସହ ଅଜିତ ଚାଣ୍ଡିଲା ଓ ଅଙ୍କିତ ଚୌହାନଙ୍କୁ ଆଜୀବନ କ୍ରିକେଟ ବ୍ୟାନ ନେଇ ଦଣ୍ଡ ଦେଇଥିଲା। ଏହାପରେ ତାଙ୍କ କ୍ରିକେଟ ଜୀବନ ଏକ ପ୍ରକାର ସମାପ୍ତ ହୋଇ ଯାଇଥିଲା। ତେବେ ଗତ ବର୍ଷ ଏହି ଦଣ୍ଡକୁ କମାଇ 7 ବର୍ଷ ବ୍ୟାନ କରିବାକୁ ନିଷ୍ପତ୍ତି ନେଇଥିଲା ବିସିସିଆଇ । ଏଥିପାଇଁ ବିସିସିଆଇ ବିରୋଧରେ ହାଇକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ ।

ଟୁର୍ଣ୍ଣାମେଣ୍ଟରେ ସାମିଲ ହୋଇଥିବାରୁ ଖୁସି ଜାହିର କରିଛନ୍ତି ଏହି ଭାରତୀୟ ଫାଷ୍ଟ ବୋଲର । 2007 ଟି-20 ବିଶ୍ବକପ ଓ 2011 ବିଶ୍ବକପ ବିଜୟୀ ଦଳରେ ସାମିଲ ଥିଲେ ଶ୍ରୀସନ୍ଥ । 2007 ମସିହା ଟି-20 ବିଶ୍ବକପରେ ସେ ଜବରଦସ୍ତ ବୋଲିଂ କରିଥିଲେ। ଶ୍ରୀସନ୍ଥ 2005 ମସିହାରେ ଶ୍ରୀଲଙ୍କା ବିପକ୍ଷରେ ଡେବ୍ୟୁ କରିଥିଲେ । ସେହିଭଳି 2006 ମସିହାରେ ଇଂଲଣ୍ଡ ବିରୋଧରେ ଡେବ୍ୟୁ କରିଥିଲେ। ଏହାସହ 2006 ମସିହାରେ ଦକ୍ଷିଣ ଆଫ୍ରିକା ବିରୋଧରେ ଟି-20 ଡେବ୍ୟୁ କରିଥିଲେ । ଭାରତ ପକ୍ଷରୁ ଶ୍ରୀସନ୍ଥ 27ଟି ଟେଷ୍ଟ ଖେଳି 87ଟି ୱିକେଟ ନେଇଛନ୍ତି । ସେହିଭଳି 53ଟି ଦିନିକିଆ ମ୍ୟାଚ ଖେଳି 75ଟି ୱିକେଟ ନେଇଛନ୍ତି। ଏହାସହ 10ଟି ଟି-20 ମ୍ୟାଚ ଖେଳି 7ଟି ୱିକେଟ ନେଇଛନ୍ତି ।

କେରଳ କ୍ରିକେଟ ଆସୋସିଏସନ ପକ୍ଷରୁ 6ଟି ଟିମକୁ ନେଇ ଏହି ପ୍ରେସିଡେଣ୍ଟ କପ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେଉଛି। ସମସ୍ତ କୋଭିଡ କଟକଣା ସହ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଉଥିବା ନେଇ ସୂଚନା ମିଳିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.