ETV Bharat / sports

2023 ବିଶ୍ବକପ ଖେଳିବାକୁ ଆଶାବାଦୀ ଇଂଲଣ୍ଡ ସ୍ପିନର ଆଦିଲ ରସିଦ

2023 ଦିନିକିଆ କ୍ରିକେଟ ବିଶ୍ବକପ ଖେଳିବାକୁ ଆଶାବାଦୀ ଥିବା କହିଛନ୍ତି ଇଂଲଣ୍ଡ ସ୍ପିନର ଆଦିଲ ରସିଦ । 2019ରେ ଦିନିକିଆ କ୍ରିକେଟ ବିଶ୍ବକପରେ ଦମଦାର ପ୍ରଦର୍ଶନ କରିଥିଲେ ରସିଦ ।

Adil Rashid expresses desire to play 2023 world cup for england
2023 ବିଶ୍ବକପ ଖେଳିବାକୁ ଆଶାବାଦୀ ଇଂଲଣ୍ଡ ସ୍ପିନର ଆଦିଲ ରସିଦ
author img

By

Published : Apr 19, 2020, 11:35 AM IST

ଲଣ୍ଡନ: 2023 ଦିନିକିଆ ବିଶ୍ବକପ ଖେଳିବାକୁ ଆଶାବାଦୀ ଥିବା କହିଛନ୍ତି ଇଂଲଣ୍ଡ ସ୍ପିନର ଆଦିଲ ରସିଦ । 2023 ବିଶ୍ବକପ ବେଳକୁ ରସିଦ 35 ବର୍ଷରେ ପହଞ୍ଚିଥିବେ । ଲଗାତାର ଆହତ(କାନ୍ଧ ଯନ୍ତ୍ରଣା) ଯୋଗୁଁ ଇଂଲଣ୍ଡ ଦଳରୁ ବାଦ ପଡିଛନ୍ତି ଏହି ରସିଦ । ମାତ୍ର ପରେ ସଫଳ ପ୍ରତ୍ୟାବର୍ତ୍ତନ ସହ ପ୍ରଭାବି ପ୍ରଦର୍ଶନ କରିଛନ୍ତି ।

ପ୍ରଥମଥର ପାଇଁ 2019ରେ ଦିନିକିଆ କ୍ରିକେଟ ବିଶ୍ବକପ ବିଜେତା ହୋଇଥିଲା ଇଂଲଣ୍ଡ । ତେବେ ସଂପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଆଦିଲ ରସିଦ ଇଂଲଣ୍ଡର ସ୍ପିନ ଭୁମିକା ତୁଲାଇବା ସହ, ଦଳ ଚମ୍ପିଆନ ପାଇଁ ବଡ ଯୋଗଦାନ କରିଥିଲେ । ମୋଟ 11 ୱିକେଟ ଅକ୍ତିଆର କରିଥିଲେ ।

ଇଂଲଣ୍ଡ କ୍ୟାପଟେନ ଇଆନ ମୋର୍ଗାନଙ୍କ ପ୍ରଥମ ପସନ୍ଦ ସର୍ବଦା ସ୍ପିନର ଆଦିଲ ରସିଦ ରହିଛନ୍ତି । ଶେଷଥର ପାଇଁ ରସିଦ ଦକ୍ଷିଣା ଆଫ୍ରିକା ବିପକ୍ଷ 3ଟିକିଆ ଟି20 ସିରିଜରେ ଖେଳିଛନ୍ତି ।ଜୋହାନ୍ସବର୍ଗ ଟି-20ରେ 3ଟି ୱିକେଟ ଅକ୍ତିଆର କରି ମ୍ୟାମ ଅଫ ଦ ମ୍ୟାଚ ଆୱାର୍ଡ ମଧ୍ୟ ହାସଲ କରିଥିଲେ ରସିଦ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.