ETV Bharat / sports

ଆଡିଲେଡ ଟେଷ୍ଟ: ସତହେଲା ପଣ୍ଟିଂଙ୍କ ପୂର୍ବାନୁମାନ, କଙ୍ଗାରୁ ଚକ୍ରବୃହରେ ପୃଥ୍ବୀ

author img

By

Published : Dec 17, 2020, 4:02 PM IST

ସତହେଲା ପୂର୍ବତନ ଅଷ୍ଟ୍ରେଲୀୟ କ୍ୟାପଟେନ ରିକି ପଣ୍ଟିଂଙ୍କ ପୂର୍ବାନୁମାନ । ଗତ ଗୁରୁବାର ଭାରତୀୟ ଯୁବ ଓପନର ପୃଥ୍ବୀ ଶ ଙ୍କ ୱିକେଟ ହାସଲ ନେଇ ପୂର୍ବାନୁମାନ କରିଥିଲେ ପଣ୍ଟିଂ । ଅଧିକ ପଢନ୍ତୁ...

Adelaide Test: How Ponting 'exactly' predicted Shaw's dismissal
ଆଡିଲେଡ ଟେଷ୍ଟ: ସତହେଲା ପଣ୍ଟିଂଙ୍କ ପୂର୍ବାନୁମାନ, କଙ୍ଗାରୁ ଚକ୍ରବୃହରେ ପୃଥ୍ବୀ

ଆଡିଲେଡ: ସତହେଲା ପୂର୍ବତନ ଅଷ୍ଟ୍ରେଲୀୟ କ୍ୟାପଟେନ ରିକି ପଣ୍ଟିଂଙ୍କ ପୂର୍ବାନୁମାନ । ଗତ ଗୁରୁବାର ଭାରତୀୟ ଯୁବ ଓପନର ପୃଥ୍ବୀ ଶ ଙ୍କ ୱିକେଟ ହାସଲ ନେଇ ପୂର୍ବାନୁମାନ କରିଥିଲେ ପଣ୍ଟିଂ । ସମାନ ଢଙ୍ଗରେ ଭାରତୀୟ ଇଂନିସର ପ୍ରଥମ ଓଭରର ଦ୍ବିତୀୟ ବଲରେ ପୃଥ୍ବଙ୍କ ଅଫଷ୍ଟମ୍ପ୍ ଉଡାଇ ଦେଇଥିଲେ ଅଭିଜ୍ଞ ମିଚେସ ଷ୍ଟାର୍କ ।

Adelaide Test: How Ponting 'exactly' predicted Shaw's dismissal
ପୃଥ୍ବୀ ଶ

ପିଙ୍କ୍ ବଲ ଟେଷ୍ଟ ଆରମ୍ଭ ହେବାଠାରୁ 7 କ୍ରିକେଟ ପକ୍ଷରୁ କମେଣ୍ଟ୍ରୀ ବକ୍ସରେ ଉପସ୍ଥିତ ରହିଛନ୍ତି ପଣ୍ଟିଂ । ପୃଥ୍ବୀ ଶଙ୍କ ବ୍ୟାଟିଂ ଷ୍ଟାଇଲକୁ ନେଇ ସେହିସମୟରେ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ କରିଥିଲେ ପଣ୍ଟିଂ । ବଲ୍ ସୁଇଂ ହୋଇ ନିଜ ଆଡକୁ ଆସୁଥିବା ବଲ୍ ଖେଳିବା ସମୟରେ ନିଜର ବ୍ୟାଟ ଓ ପ୍ୟାଡ୍ ମଧ୍ୟରେ ଏକ ଗ୍ୟାପ୍ ସୃଷ୍ଟ ହେଉଛି । ଯଦି ଏନେଇ ସେ କାର୍ଯ୍ୟ ନକରନ୍ତି, ତେବେ ଏହା ତାଙ୍କର ୱିକେଟ ହରାଇବାର କାରଣ ହେବ କହିଥିଲେ ପଣ୍ଟିଂ ।

ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ଫ୍ରାଞ୍ଚାଇଜରେ ପଣ୍ଟିଂ, ପୃଥ୍ବୀଙ୍କୁ ପାଖରୁ ପରଖିଛନ୍ତି ।

With the second ball of the Test! #OhWhatAFeeling@Toyota_Aus | #AUSvIND pic.twitter.com/4VA6RqpZWt

— cricket.com.au (@cricketcomau) December 17, 2020 ">

ପଣ୍ଟିଂଙ୍କ ଅନୁଯାୟୀ, ଶରୀରରୁ ଦୂରକୁ ଯାଉଥିବା ବଲ୍ କୁ ସହଜରେ ଖେଳିପାରନ୍ତି ଶ । ମାତ୍ର, ୱିକେଟର ମଧ୍ୟଭାଗରେ ଫ୍ରଣ୍ଟଫୁଟ୍ ଆଣିବାକୁ ପଛାଇଥାନ୍ତି । ଫଳରେ ଦୂରରୁ ଖେଳିବା ଦ୍ବାରା ବ୍ୟାଟ ଓ ପ୍ୟାଡ୍ ମଧ୍ୟରେ ଏକ ଗ୍ୟାପ୍ ରହିଥାଏ । ଏହି ଗେଟ୍ କୁ ଷ୍ଟାର୍କ ନିଶ୍ଚୟ ଆକ୍ରମଣ କରିବେ ।

ଆଡିଲେଡ ଟେଷ୍ଟର ପ୍ରଥମ ଦିନରେ ବୋଲିଂ ସମୟରେ ଷ୍ଟାର୍କ ପ୍ରଥମ ଓଭରର ଦ୍ବିତୀୟ ବଲ୍ ବୋଲିଂ କରିବା ପୂର୍ବରୁ ଏହାମଧ୍ୟ କହିଥିଲେ ପଣ୍ଟିଂ । ସେମିତି ହିଁ ହୋଇଥିଲା । ସମାନ ଢଙ୍ଗରେ ଶ ଙ୍କ ୱିକେଟ ଦଖଲ କରିଥିଲେ ଷ୍ଟାର୍କ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଆଡିଲେଡ: ସତହେଲା ପୂର୍ବତନ ଅଷ୍ଟ୍ରେଲୀୟ କ୍ୟାପଟେନ ରିକି ପଣ୍ଟିଂଙ୍କ ପୂର୍ବାନୁମାନ । ଗତ ଗୁରୁବାର ଭାରତୀୟ ଯୁବ ଓପନର ପୃଥ୍ବୀ ଶ ଙ୍କ ୱିକେଟ ହାସଲ ନେଇ ପୂର୍ବାନୁମାନ କରିଥିଲେ ପଣ୍ଟିଂ । ସମାନ ଢଙ୍ଗରେ ଭାରତୀୟ ଇଂନିସର ପ୍ରଥମ ଓଭରର ଦ୍ବିତୀୟ ବଲରେ ପୃଥ୍ବଙ୍କ ଅଫଷ୍ଟମ୍ପ୍ ଉଡାଇ ଦେଇଥିଲେ ଅଭିଜ୍ଞ ମିଚେସ ଷ୍ଟାର୍କ ।

Adelaide Test: How Ponting 'exactly' predicted Shaw's dismissal
ପୃଥ୍ବୀ ଶ

ପିଙ୍କ୍ ବଲ ଟେଷ୍ଟ ଆରମ୍ଭ ହେବାଠାରୁ 7 କ୍ରିକେଟ ପକ୍ଷରୁ କମେଣ୍ଟ୍ରୀ ବକ୍ସରେ ଉପସ୍ଥିତ ରହିଛନ୍ତି ପଣ୍ଟିଂ । ପୃଥ୍ବୀ ଶଙ୍କ ବ୍ୟାଟିଂ ଷ୍ଟାଇଲକୁ ନେଇ ସେହିସମୟରେ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ କରିଥିଲେ ପଣ୍ଟିଂ । ବଲ୍ ସୁଇଂ ହୋଇ ନିଜ ଆଡକୁ ଆସୁଥିବା ବଲ୍ ଖେଳିବା ସମୟରେ ନିଜର ବ୍ୟାଟ ଓ ପ୍ୟାଡ୍ ମଧ୍ୟରେ ଏକ ଗ୍ୟାପ୍ ସୃଷ୍ଟ ହେଉଛି । ଯଦି ଏନେଇ ସେ କାର୍ଯ୍ୟ ନକରନ୍ତି, ତେବେ ଏହା ତାଙ୍କର ୱିକେଟ ହରାଇବାର କାରଣ ହେବ କହିଥିଲେ ପଣ୍ଟିଂ ।

ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ଫ୍ରାଞ୍ଚାଇଜରେ ପଣ୍ଟିଂ, ପୃଥ୍ବୀଙ୍କୁ ପାଖରୁ ପରଖିଛନ୍ତି ।

ପଣ୍ଟିଂଙ୍କ ଅନୁଯାୟୀ, ଶରୀରରୁ ଦୂରକୁ ଯାଉଥିବା ବଲ୍ କୁ ସହଜରେ ଖେଳିପାରନ୍ତି ଶ । ମାତ୍ର, ୱିକେଟର ମଧ୍ୟଭାଗରେ ଫ୍ରଣ୍ଟଫୁଟ୍ ଆଣିବାକୁ ପଛାଇଥାନ୍ତି । ଫଳରେ ଦୂରରୁ ଖେଳିବା ଦ୍ବାରା ବ୍ୟାଟ ଓ ପ୍ୟାଡ୍ ମଧ୍ୟରେ ଏକ ଗ୍ୟାପ୍ ରହିଥାଏ । ଏହି ଗେଟ୍ କୁ ଷ୍ଟାର୍କ ନିଶ୍ଚୟ ଆକ୍ରମଣ କରିବେ ।

ଆଡିଲେଡ ଟେଷ୍ଟର ପ୍ରଥମ ଦିନରେ ବୋଲିଂ ସମୟରେ ଷ୍ଟାର୍କ ପ୍ରଥମ ଓଭରର ଦ୍ବିତୀୟ ବଲ୍ ବୋଲିଂ କରିବା ପୂର୍ବରୁ ଏହାମଧ୍ୟ କହିଥିଲେ ପଣ୍ଟିଂ । ସେମିତି ହିଁ ହୋଇଥିଲା । ସମାନ ଢଙ୍ଗରେ ଶ ଙ୍କ ୱିକେଟ ଦଖଲ କରିଥିଲେ ଷ୍ଟାର୍କ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.