ETV Bharat / sports

ଅବସର ପାଇଁ ଯୋଜନା କରୁଛନ୍ତି ଆରୋନ ଫିଞ୍ଚ

author img

By

Published : Aug 20, 2020, 6:15 AM IST

ଅଷ୍ଟ୍ରେଲିଆର ସୀମିତ ଓଭର ଅଧିନାୟକ ଆରୋନ ଫିଞ୍ଚ ବୁଧବାର ପ୍ରକାଶ କରିଛନ୍ତି ଯେ ଭାରତରେ ଅନୁଷ୍ଠିତ ହେବାକୁ ଥିବା 2023 ଦିନିକିଆ ବିଶ୍ୱକପ ସମାପ୍ତ ହେବା ପରେ ଅବସର ନେବାକୁ ଯାଉଛନ୍ତି ।

ଅବସର ପାଇଁ ଯୋଜନା କରୁଛନ୍ତି ଆରୋନ ଫିଞ୍ଚ
ଅବସର ପାଇଁ ଯୋଜନା କରୁଛନ୍ତି ଆରୋନ ଫିଞ୍ଚ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆର ସୀମିତ ଓଭର ଅଧିନାୟକ ଆରୋନ ଫିଞ୍ଚ ବୁଧବାର ପ୍ରକାଶ କରିଛନ୍ତି ଯେ ଭାରତରେ ଅନୁଷ୍ଠିତ ହେବାକୁ ଥିବା 2023 ଦିନିକିଆ ବିଶ୍ୱକପ ସମାପ୍ତ ହେବା ପରେ ଅବସର ନେବାକୁ ଯାଉଛନ୍ତି ।

ଫିଞ୍ଚଙ୍କ ନେତୃତ୍ବାଧିନ ଅଷ୍ଟ୍ରେଲିଆ ଦଳ ଗତବର୍ଷ ବିଶ୍ବକପ ସେମିଫାଇନାଲରେ ଇଂଲଣ୍ଡଠାରୁ ପରାସ୍ତ ହୋଇଥିଲା । ଫିଞ୍ଚ କହିଛନ୍ତି ଯେ " ମୋର ଶେଷ ତାରିଖ ହେଉଛି ଭାରତରେ 2023 ବିଶ୍ବକପ୍ ଫାଇନାଲ୍ । ଏହା ମୋର ଲକ୍ଷ୍ୟ ଏବଂ ମୁଁ ଏହା ନିଷ୍ପତି ନେଇଛି ।"

ଯଦି ସବୁକିଛି ଯୋଜନା ଅନୁସାରେ ହୁଏ, ତେବେ ଫିଞ୍ଚଙ୍କ ପାଖରେ ଆହୁରି 3 ବିଶ୍ବକପ୍ ବାକି ଅଛି । ସେ ଭାରତରେ 2021 ଟି -20 ବିଶ୍ୱକପରେ ଅଂଶଗ୍ରହଣ କରିବେ ଏବଂ ତା’ପରେ ସେ ଅଷ୍ଟ୍ରେଲିଆରେ 2022 ଟି -20 ବିଶ୍ୱକପରେ ଖେଳିବେ ।

ତେବେ ଅଷ୍ଟ୍ରେଲିଆ ଚଳିତ ବର୍ଷ ପୁରୁଷ ଟି -20 ବିଶ୍ୱକପ ଆୟୋଜନ କରିବାର କାର୍ଯ୍ୟକ୍ରମ ଥିଲା କିନ୍ତୁ ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ଦ୍ବାରା କୋରୋନା ଭାଇରସ୍ ମହାମାରୀ ହେତୁ ଏହାକୁ ଆସନ୍ତା ବର୍ଷ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଫିଞ୍ଚ ଏପର୍ଯ୍ୟନ୍ତ 126 ଟି ଦିନିକିଆ ଖେଳିଛନ୍ତି ଏବଂ ହାରାହାରି 41.02 ରେ 4882 ରନ୍ କରିଛନ୍ତି । ସେ 50 ଓଭର ଫର୍ମାଟରେ 16 ଶତକ ଏବଂ 26 ଅର୍ଦ୍ଧଶତକ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.