ETV Bharat / sports

ସୁପର ଓଭର ରୁଲ ଆଗରେ ଫିକା ନ୍ୟୁଜିଲାଣ୍ଡର ଛକା

ବିଶ୍ବକପ ଫାଇନାଲ । ସୁପର ଓଭରର ସୁପର 6 । ଦର୍ଶକଙ୍କ ହୃଦୟ ଛୁଇଁଲା ସତ, ହେଲେ ଦଳକୁ ଟ୍ରଫି ଦେଇପାରିଲାନି । ବିଶ୍ବ ବିଜୟୀ ହେଲା ଇଂଲଣ୍ଡ ।

author img

By

Published : Jul 15, 2019, 10:31 AM IST

ଫଟୋ ସୌଜନ୍ୟ: ଟ୍ବିଟର@ICC

ଲର୍ଡ୍ସ: ଖେଳ ଚାଲିଥିବ । ପଡିଆରେ ଦୌଡୁଥିବେ ଖେଳାଳୀ । ସିଙ୍ଗଲ, ଡବଲ, ଟ୍ରିପଲ ରନ ସଂଗ୍ରହରେ ବ୍ୟସ୍ତ ଥିବେ ବ୍ୟାଟ୍ସମ୍ୟାନ । ମଝିରେ ମଝିରେ ଗୋଟିଏ ଚୌକା । ଗ୍ୟାଲେରୀରୁ ଉତ୍ସାହିତ କରୁଥିବେ ଦର୍ଶକ ।

ହେଲେ ସଭିଙ୍କ ଆଶା ଓ ଆକାଂକ୍ଷା, ଉପରେ ଉପରେ ଆସୁ ବଲ । ଉଡି ଉଡି । ଆଉ ପଡୁ ଦର୍ଶକଙ୍କ ଗ୍ୟାଲେରୀରେ । ଦୃଷ୍ଟି ଟିଭି ପରଦାରୁ ଆହୁରି ଉପରକୁ ଉଠିଯାଉ । ଛକା । ଓଃ, କି ମଜା । ପୁରା ପୈସା ଅସୁଲ । 10ଟି ଚୌକାରେ ଏତେ ଆନନ୍ଦ ମିଳିବନି ଯେତେ ଗୋଟିଏ ଛକାରେ ମିଳେ । ଗ୍ୟାଲେରୀର କେଳୁ ହାତରେ କ୍ୟାଚ୍ । ପୁରା ଗ୍ୟାଲେରୀ ଷ୍ଟାଣ୍ଡିଂ ପୋଜିସନ । ହେଲେ ଏହି ଛକା କଣ ଦେଇପାରିବ ଟ୍ରଫି ?

ଭିଡିଓ ସୌଜନ୍ୟ: ଟ୍ବିଟର@ICC

1 ଛକା ବନାମ 2 ଚୌକା । ହୁଏତ ଅଙ୍କରେ 2 ଚୌକା(8) ମିଶିଲେ ଭାରୀ । ହେଲେ ଦର୍ଶକଙ୍କ ପସନ୍ଦ ଆଖି ଲାଖିଲା ପରି ଛକାଟିଏ । ଟାଇମିଙ୍ଗ ସଟ । ଏକା ସାଙ୍ଗରେ ପୁରା ଗ୍ୟାଲେରୀକୁ ଆକାଶମୁହାଁ କରିପାରୁଥିବା ଛକା । ଦଳର ଆବଶ୍ୟକତାକୁ ପୂରଣ କରୁଥିବା ପରି ଛକା । ହୃଦୟ ଜିଣିଲା ପରି ଛକା, ଯାହା କାଲି ଲର୍ଡ୍ସରେ ନ୍ୟୁଜିଲାଣ୍ଡ କରି ଦେଖାଇଥିଲା ।

ଦଳର ଅଲରାଉଣ୍ଡର ଜେମ ନିସାମ । ମାରିଥିଲେ ଏକ ବିଶାଳ ଛକା । ବିଶ୍ବକପ ଫାଇନାଲର ସୁପର ଓଭରରେ ନ୍ୟୁଜିଲାଣ୍ଡର ଛକା । ପୁରା ଷ୍ଟାଡିୟମକୁ ଦୁଲକାଇ ଦେଇଥିଲା ନିସାମଙ୍କ ଛକା । ଦର୍ଶକ ଖୁସ, ବଢିଗଲା ଦଳର ଆଶା । ଟ୍ରଫି ପାଖକୁ ପାଦେ ଆଗେଇଲା କିୱି ଦଳ ।

ହେଲେ ଯଦି ମ୍ୟାଚ ଟାଇ ହୁଏ...

ସୁପର ଓଭର...

ଆଉ ଯଦି ସୁପର ଓଭର ବି ଟାଇ ହୁଏ ? ଦେଖାଯିବ ଇଂନିସରେ ଅଧିକ ସଂଖ୍ୟକ ବାଉଣ୍ଡ୍ରୀ(ସୁପର ଓଭରର 6 ନମ୍ବର ନିୟମ ମୁତାବକ) । ଟସ ସିନା କଏନରେ ପଡେ, ହେଲେ ଟାଇ ହେଲେ ବାଉଣ୍ଡରୀ କହେ କାହା ପଲା ଭାରୀ । ଇଂଲଣ୍ଡର 2ଟା (2 ଚୌକା), ନ୍ୟୁଜିଲାଣ୍ଡର ଗୋଟିଏ (1 ଛକା) । ସୁପର ଓଭରରେ ଏହା ଥିଲା ପ୍ରଦର୍ଶନ । ଉଭୟ ଦଳର ମୋଟ ରନ ହେଲା 15 ଲେଖାଏଁ ।

ଆଉ ସୁପର ଓଭର ରୁଲ-6 ଆଧାରରେ ବିଜୟୀ ହେଲା ଘରୋଇ ଦଳ । କାରଣ ମାରିଥିଲା ଅଧିକ ବାଉଣ୍ଡ୍ରୀ । ଗୋଟିଏ ବିଶାଳ ଛକାର ପର କାଟିଦେଲେ 2ଟି ଚୌକା । ଏତେ କଷ୍ଟରେ ବଳ ଖର୍ଚ୍ଚ କରି ଛକା ମାରିଲେ ନିସାମ । କିନ୍ତୁ ମିଳିଲାନି ଫଳ । ଶେଷ ମୂହୁର୍ତ୍ତ ପର୍ଯ୍ୟନ୍ତ ଲଢେଇ କରି ହୃଦୟ ଛୁଇଁଲା ନ୍ୟୁଜିଲାଣ୍ଡ ।

ନିୟମ ଆଗରେ ସିନା ଫିକା ସୁପର ଓଭରର ସେହି ଛକା । ହେଲେ ଦର୍ଶକଙ୍କ ପାଇଁ ନିଆରା ସେ ମୂହୁର୍ତ୍ତ । ବିଶ୍ବକପ ଫାଇନାଲର ସୁପର ଓଭର । ଆଉ ସେହି ସୁପର ଓଭରର ସର୍ବୋତ୍ତମ ସଟ । ତେବେ କ୍ରିକେଟର ସର୍ବେସର୍ବାଙ୍କ ନିୟମ ଆଗରେ ଚାଲିଲାନି ଛକାର ଯାଦୁ । ଚମ୍ପିଆନ ଟିମ ଅପେକ୍ଷା ଦର୍ଶକ ହାରିଥିବା ଟିମକୁ ସମବେଦନା ଜଣାଇବା ସହ ପ୍ରଶଂସା କଲେ । ଏପରିକି ଆଇସିସିର ଏହି ନିୟମକୁ ଅନେକ ପୂର୍ବତନ ଖେଳାଳି ସମାଲୋଚନା ମଧ୍ୟ କରିଛନ୍ତି । ପୂର୍ବତନ ଭାରତୀୟ ଓପନର ଗୌତମ ଗମ୍ଭୀର ଏହାକୁ ହାସ୍ୟାସ୍ପଦ ନିୟମ ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK FOR LINK STORY 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.