ETV Bharat / sports

ଯୁବରାଜଙ୍କ ନାଁରେ ହରିୟାଣାରେ ମାମଲା ରୁଜୁ - ଯୁବରାଜ ସିଂହ ଖବର

ପୂର୍ବତନ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂହଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରିଛି ହରିୟାଣା ପୋଲିସ। 8 ମାସ ପୁରୁଣା ଘଟଣାକୁ ନେଇ ହରିୟାଣା ପୋଲିସ ଯୁବରାଜଙ୍କ ବିରୋଧରେ ମାମଲା ରୁଜୁ କରିଛି। ଅଧିକ ପଢ଼ନ୍ତୁ...

a case filed against ex cricketer yuvraj singh in haryana
ଯୁବରାଜଙ୍କ ବିରୁଦ୍ଧରେ ହରିଆଣାରେ ମାମଲା ରୁଜୁ
author img

By

Published : Feb 15, 2021, 7:23 PM IST

ଚଣ୍ଡିଗଡ଼: ପୂର୍ବତନ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂହଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରିଛି ହରିୟାଣା ପୋଲିସ। ଗତବର୍ଷ ଜୁନ ମାସରେ ଇନଷ୍ଟାଗ୍ରାମ ଆକାଉଣ୍ଟରେ ରୋହିତ ଶର୍ମାଙ୍କ କଥା ହେବାବେଳେ ଚହଲଙ୍କୁ ନେଇ ଜାତିଗତ ଟିପ୍ପଣୀ କରିଥିବା ଅଭିଯୋଗ ହୋଇଥିଲା। 8 ମାସ ପୁରୁଣା ଏହି ଘଟଣାକୁ ନେଇ ହରିଆଣା ପୋଲିସ ଯୁବରାଜଙ୍କ ବିରୋଧରେ ମାମଲା ରୁଜୁ କରିଛି।

ହିସାରରେ ଦଳିତ ଅଧିକାରୀ କାର୍ଯ୍ୟକର୍ତ୍ତା ଆଇନଜୀବୀ ରଜତ କଲସନ ଗତ ବର୍ଷ ହିଁ ଯୁବରାଜଙ୍କ ବିରୋଧରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଭାରତୀୟ ସ୍ପିନର ୟୁଜିବେନ୍ଦ୍ର ଚହଲଙ୍କ ଆଳରେ ଦଳିତଙ୍କୁ ନେଇ ଜାତିଗତ ଟିପ୍ପଣୀ କରିଥିବା ଅଭିଯୋଗ ହୋଇଥିଲା। ରୋହିତ ଶର୍ମାଙ୍କ ସହ କଥା ହେବାବେଳେ ଏକ ଜାତିସୂଚକ ଶବ୍ଦର ବ୍ୟବହାର କରିଥିଲେ ଯୁବରାଜ।

ଯୁବରାଜ ଦଳିତ ସମାଜକୁ ଅପମାନିତ କରିଥିବାରୁ ତାଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ଦଳିତ କର୍ମକର୍ତ୍ତା। ଏହି ପୂର୍ବତନ ଅଲରାଉଣ୍ଡରଙ୍କ ବିରୋଧରେ ଅନୁସୂଚିତ ଜାତି ଓ ଜନଜାତି ଅଧିନିୟମ ଆଧାରରେ ମାମଲା ରୁଜୁ ହୋଇଛି।

ତେବେ ଗତ ଜୁନ ମାସରେ ଯୁବରାଜ ସିଂହ ଏହି ବିବାଦକୁ ନେଇ କ୍ଷମା ପ୍ରାର୍ଥନା ମଧ୍ୟ କରି ସାରିଛନ୍ତି। ଜାତି, ବର୍ଣ୍ଣ ବା ଲିଙ୍ଗ ଆଧାରରେ କେବେ କୌଣସି ଭେଦଭାବ କରି ନଥିବା ସେ କହିଥିଲେ। ସେ ଟ୍ବିଟ୍ କରି ଲେଖିଥିଲେ ଯେ, "ମୁଁ କେବେ କୌଣସି ଜାତି ବର୍ଣ୍ଣ ଧର୍ମରେ ଭେଦଭାବ କରିନି। ଜୀବନ ସାରା ଲୋକଙ୍କ ସହ ମୁଁ ଭଲ ସମ୍ପର୍କ ରଖିଛି। ଆଉ ଏମିତି ହିଁ ବଞ୍ଚିବାକୁ ଚାହିଁବି। ମୁଁ ପ୍ରତ୍ୟେକ ବ୍ୟକ୍ତିଙ୍କ ସମ୍ମାନ କରେ। ମୁଁ ଯେତେବେଳେ ମୋ ସାଙ୍ଗମାନଙ୍କ ସହ କଥା ହେଉଥିଲି ମୋର କଥାର ଅନର୍ଥ ବାହାର କରାଗଲା, ଏହା ଉଚିତ ନୁହେଁ। ଯଦି ମୋ କାହାକୁ ଦୁଃଖ ଦେଇଛି, ତାହାଲେ ଜଣେ ଦାୟିତ୍ବବାନ ନାଗରିକ ଭାବରେ କ୍ଷମା ପ୍ରାର୍ଥନା କରୁଛି। ଦେଶ ଓ ଦେଶର ଲୋକଙ୍କ ପ୍ରତି ମୋର ଭଲ ପାଇବା ସବୁବେଳେ ରହିବ।"

@ians

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.